ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭି ଉନ୍ମୋଚିତ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସୋନି ଇଣ୍ଡିଆ ପକ୍ଷରୁ ନିକଟରେ ସୋନିର ଓଏଲ୍‌ଇଡି ସିରିଜ୍‌ ଟିଭିର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷ କରି କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌ ଥିବା ନ୍ୟୁ ସୋନି ବ୍ରାଭିଆ ଏକ୍ସଆର୍‌ ଏ୮୦ଏଲ୍‌ ଓଏଲ୍‌ଇଡି ଟିଭିର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଏହି ଓଏଲ୍‌ଇଡି ସିରିଜ୍‌ରେ ସଦ୍ୟତମ ଏକ୍ସଆର୍‌ ୪କେ ଅପ୍‌ସ୍କେଲିଂ, ଏକ୍ସଆର୍‌ କ୍ଲିୟର ଇମେଜ୍‌ ଓ ଏକ୍ସଆର୍‌ ଓଏଲ୍‌ଇଡି ମୋଶନ ପ୍ରଯୁକ୍ତି ଆଦି ରହିଛି, ଯାହା ଜରିଆରେ ଉପଭୋକ୍ତା ସୁବିଧାର ସହ ଉଜ୍ଜ୍ୱଳ ଏବଂ ବିନା ଝାପ୍‌ସାରେ ସ୍ପଷ୍ଟ ଚିତ୍ର ଦେଖିବାର ମଜା ନେଇପାରିବେ। ଏଥିରେ ଥିବା ଟ୍ରିଲୁମିନଓ ପ୍ରୋ ପ୍ରଯୁକ୍ତି ପ୍ରତିଟି ବିବରଣୀ ପ୍ରଦାନ କରିବ ଏବଂ ଏକ୍ସ-ୱାଇଡ୍‌ ଆଙ୍ଗେଲ ଯେ କୌଣସି ଦିଗରୁ ସୁନ୍ଦର ରଙ୍ଗ ପ୍ରଦାନ କରିବ। ସେହିପରି ସୁପର ଫ୍ଲୁଇଡ୍‌ ଗୁଗଲ୍‌ ଟିଭି ୟୁଜର ଇଣ୍ଟରଫେସ୍‌ ସହିତ ହାଣ୍ଡସ୍‌ଫ୍ରି ଭଏସ୍‌ ସର୍ଚ୍ଚ ଜରିଆରେ ୧୦,୦୦୦ରୁ ଅଧିକ ଆପ୍‌ ଓ ଗେମ୍‌ ଏବଂ ୭,୦୦,୦୦୦ ସିନେମା ଓ ଟିଭି ସିରିଜ୍‌ ମାଧ୍ୟମରେ ଅସୀମିତ ମନୋରଞ୍ଜନ ହାସଲ କରିହେବ। ଆପଲ୍‌ ଏୟାରପ୍ଲେ ୨ ଓ ହୋମ୍‌ କିଟ୍‌ରେ ମଧ୍ୟ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ। ଅଟୋ ଜୁନିୟର ପିକ୍ଚର ମୋଡ୍‌, ଅଟୋ ଏଚ୍‌ଡିଆର୍‌ ଟୋନ୍‌, ଏଚ୍‌ଡିଏମ୍‌ଆଇ ୨.୧, ୪କେ ୧୨୦ ଏଫ୍‌ପିଏସ୍‌, ଭିଆରଆର, ଏଏଲ୍‌ଏଲ୍‌ଏମ୍‌ ଶ୍ରେଷ୍ଠ ଗେମିଂ ଅନୁଭୂତି ପ୍ରଦାନ କରିବ। ଏଥିରେ ୩ଡି ସରାଉଣ୍ଡ୍‌ ସାଉଣ୍ଡ୍‌, ଅକୋଷ୍ଟିକ୍‌ ଅଟୋ କାଲିବ୍ରେସନ୍‌ ପ୍ରଯୁକ୍ତି ଆଦି ରହିଛି। ଏକ୍ସଆର୍‌-୫୫ଏ୮୦ଏଲ୍‌, ଏକ୍ସଆର୍‌ ୭୭ଏ୮୦ଏଲ୍‌, ଏକ୍ସଆର୍‌-୮୩ଏ୮୦ଏଲ୍‌ର ଦାମ୍‌ ଘୋଷଣା ହେବାକୁ ବାକି ଥିବା ବେଳେ ଏକ୍ସଆର୍‌-୬୫ଏ୮୦ଏଲ୍‌ର ଦାମ୍‌ ୩,୪୯,୯୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri