ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୧।୯: ସୋନି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ସୋନି ଜେଡ୍‌ଭି-୧-୨ କ୍ୟାମେରା’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡର ଭ୍ଲଗ୍‌ କ୍ୟାମେରା ସିରିଜ୍‌ରେ ଜେଡ୍‌ଭି-୧ର ସମ୍ପୂର୍ଣ୍ଣ ନୂଆ ତଥା ୨ୟ ପିଢ଼ିର ସୋନି ଜେଡ୍‌ଭି-୧-୨ କ୍ୟାମେରାକୁ କମ୍ପାନୀ ବୁଧବାର ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଇଛି; ଯେଉଁଥିରେ ବଜାରରେ ଲୋକପ୍ରିୟ ଥିବା ଅନେକ ସୁବିଧା ଓ ଫିଚର ଉପଲବ୍ଧ।

ଏଥିରେ ଅତ୍ୟଧିକ ଚଉଡ଼ା ଆଙ୍ଗେଲ ରହିଛି, ଯାହା ବ୍ଲଗରମାନଙ୍କୁ ଅନେକ ସୁବିଧା ସହ କାହାଣୀକୁ ମର୍ମସ୍ପର୍ଶୀ କରିବା ଏବଂ ଫଟୋ ଜେନିକ୍‌ ମାନ ବଢ଼ାଇବାରେ ଏହା ବେଶ୍‌ ସହାୟକ ହେବ। ଏହାର ୧.୦ ପ୍ରକାର ଏକ୍ସମର୍‌ ଆର୍‌ଏସ୍‌ ଇମେଜ୍‌ ସେନ୍‌ସନ୍‌, ବିଆଇଓଏନ୍‌ଜେଡ୍‌ ଏ୍‌ସ ଇମେଜ୍‌ ପ୍ରୋସେସିଂ ଇଞ୍ଜିନ, ଜେଡ୍‌ଇଆଇଏସ୍‌ଏସ୍‌ ଭାରିଓ-ସୋନାର ଟିମ୍‌ ୧୮-୫୦ ଏଫ୍‌ ୧.୮-୪ ଲେନ୍ସକୁ ନେଇ ଜେଡ୍‌ଭି-୧-୨ କ୍ରିଏଟରମାନଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବ। ଏହାର ୧୮-୫୦ ଏମ୍‌ଏମ୍‌ ଚଉଡ଼ା ଆଙ୍ଗେଲ ଜରିଆରେ ଗ୍ରୁପ୍‌ ସେଲ୍‌ଫିଠାରୁ ଆରମ୍ଭକରି ନିତିଦିନିଆ ଦୃଶ୍ୟର ରେକର୍ଡିଂ, ଏକାଧିକ ଚେହେରାକୁ ଚିହ୍ନିପାରିବା ଏବଂ ୨କିମ୍ବା ୩ ଜଣଙ୍କ ସେଲ୍‌ଫି ନେବା ବେଳେ ମୁଖମଣ୍ଡଳକୁ ସ୍ପଷ୍ଟ କରାଯାଇପାରିବ।

ଏହି କ୍ୟାମେରାର ୧୮-୫୦ ଏମ୍‌ଏମ୍‌ ଅପ୍ଟିକାଲ୍‌ ଜୁମ୍‌ ଓ କ୍ଲିୟର ଇମେଜ୍‌ ଜୁମ୍‌ ଛବିର ମାନ ସହ କୌଣସି ସାଲିସ ନ କରି ତାହାର ଆକାର ବଢ଼ାଇପାରିବ ଏବଂ ବିଭିନ୍ନ କୋଣରୁ ବିବିଧ ପ୍ରକାର ଭିଡିଓ ପ୍ରସ୍ତୁତ କରିପାରିବ। ବୁକେ ସ୍ବିଚ୍‌ ସହିତ ଏହାର ୧.୦ ଟାଇପ୍‌ ସେନ୍‌ସର, ସିନେମାଟିକ୍‌ ବ୍ଲ୍ଲଗ୍‌ ସେଟିଂ ମଧ୍ୟ ବ୍ଲ୍ଲଗରଙ୍କ ବହୁ କାମରେ ଲାଗିବ। ସେହିଭଳି ୧୦ପ୍ରି-ସେଟ୍‌ ହୋଇଥିବା ଲୁକ୍‌କୁ ସମର୍ଥନ କରୁଥିବା କ୍ରିଏଟିଭ୍‌ ଲୁକ୍‌କୁ ଆଙ୍କରିଂ କରିବା ସହ କ୍ରିଏଟିଭ୍‌ କାମ କରିବାକୁ ପସନ୍ଦ କରୁଥିବା ବ୍ଲଗରଙ୍କୁ ସହାୟକ ହେବ। ସାର୍ପ ହାଇବ୍ରିଡ୍‌ ଏଏଫ୍‌ ସିଷ୍ଟ୍‌ ଜରିଆରେ ଏହି କ୍ୟାମେରା ହାଇଡେଫିନେସନ୍‌ ୪କେ’ରେ ମଧ୍ୟ ଛବିକୁ ସ୍ପଷ୍ଟ ରଖିବ।

ଭିଡିଓ ରେକର୍ଡିଂ ବେଳେ ଫୋକସ୍‌ ସ୍ପିଡ୍‌କୁ ଚୟନ କରିବା ଲାଗି କ୍ୟାମେରାରେ ଏଏଫ୍‌ ଟ୍ରାଞ୍ଜିସନ୍‌ ସ୍ପିଡ୍‌ ସୁବିଧା ରହିଛି ଏବଂ ଏଏଫ୍‌ ସବ୍‌ଜେଷ୍ଟ୍‌ ସିଫ୍‌ଟ ସେନ୍‌ସିଭିଟି ବିଷୟ ଓ ପରିବେଶ ଉପରେ ନଜର ରଖିବ। ଏଥିରେ ରିଅଲ ଟାଇମ୍‌ ଏଏଫ୍‌ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଉକ୍ତ କ୍ୟାମେରାରେ ଥିବା ବିଲ୍‌ଡ ଇନ୍‌ ମାଇକ୍ରୋଫୋନ୍‌ ବ୍ୟାଖ୍ୟାନର ସୁଟିଂ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri