ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା…

ମୁମ୍ବାଇ: ସୋନୁ ସୁଦ୍‌ କେବଳ ବଲିଉଡ୍‌ର ଜଣେ ପ୍ରତିଭାଶାଳୀ ଅଭିନେତା ନୁହନ୍ତି ବରଂ ତାଙ୍କୁ ଦୁଃଖୀ ଲୋକଙ୍କର ଭଗବାନ ମଧ୍ୟ କୁହାଯାଏ। ସେ କରୋନା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆଜି ମଧ୍ୟ ସେମିତି ସାହାଯ୍ୟ ଜାରି ରଖିଛନ୍ତି। ଆଜି ଅର୍ଥାତ୍‌ ୩୦ ଜୁଲାଇରେ ସୋନୁ ସୁଦ୍‌ ତାଙ୍କର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ସୋନୁଙ୍କ ସହ ଜଡ଼ିତ ଏକ ପ୍ରେମକାହାଣୀ ବିଷୟରେ ଜାଣନ୍ତୁ…

Sonu Sood remembers parents on his birthday, says 'they are guiding me always' | Bollywood - Hindustan Times

ସୋନୁ ସୁଦ୍‌ ଥରେ ପ୍ରେମରେ ପଡ଼ିଥିଲେ। ନାଗପୁରରେ ତାଙ୍କ ଇଞ୍ଜିନିୟରିଂ କଲେଜ ସମୟରେ। ସେ ଜଣେ ତେଲ୍‌ଗୁ ଯୁବତୀଙ୍କୁ ଏକ ଲଭ୍‌ ଲେଟର ବା ପ୍ରେମପତ୍ର ଲେଖିଥିଲେ। ତାଙ୍କର ଏହି ଲଭ୍‌ଲେଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋନୁ ସୁଦ୍‌ ଯେଉଁ ଯୁବତୀଙ୍କ ପାଇଁ ଏହି ଲଭ୍‌ ଲେଟର ଲଖିଥିଲେ ସେ ଆଉ କେହି ନୁହନ୍ତି, ତାଙ୍କ ସ୍ତ୍ରୀ ସୋନାଲି। ସୋନୁ ଥରେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ତାଙ୍କର ଲଭ୍‌ଲେଟର ଶେୟାର କରିଥିଲେ। ଯେଉଁଥିରେ ସେ ପ୍ରତ୍ୟେକ ଶବ୍ଦକୁ କଲମରେ ବହୁତ ସୁନ୍ଦର ଭାବରେ ଲେଖିଥିଲେ, ଯାହା ଦ୍ୱାରା ସେ ତାଙ୍କ ଲେଡି ଲଭ୍‌କୁ ପ୍ରଭାବିତ କରିପାରିବେ। ତାଙ୍କର ଏହି ଚିଠରେ ସେ ତାଙ୍କର ଭାବନା ପ୍ରକାଶ କରି ଲେଖିଛନ୍ତି, ପ୍ରିୟ ସୋନାଲି, ବର୍ଷ ପରେ ବର୍ଷ ଆସିବ ଏବଂ ଚାଲିଯିବ, କିନ୍ତୁ ମୁଁ ତୁମକୁ କେବେ ଭୁଲିପାରିବି ନାହିଁ। କାରଣ ‘ୟେ ଦିଲ କି ମାନତା ନାହିଁ’ ଅର୍ଥାତ୍‌ ଏ ହୃଦୟ ଜମା ମାନୁନାହିଁ। ଟନ୍‌ସ ଅଫ୍‌ ଲଭ୍‌। ତୁମେ ମୋ’ ଦୁନିଆ, ସୋନୁ ସୁଦ୍‌। ଏହି ଚିଠିକୁ ଶେୟାର କରି ସୋନୁ କ୍ୟାପଶନରେ ଲେଖିଛନ୍ତି, ସମୟ ବହୁତ ଶୀଘ୍ର ଚାଲିଯାଏ!!!! ମୁଁ ବର୍ଷ ବର୍ଷ ପୂର୍ବରୁ ମୋ କଲେଜ ସମୟରେ ଏହି ନୋଟ୍‌ ଲେଖିଥିଲି!! ସେହି ଦୁନିଆ ଯେତେବେଳେ ଆମେ ସୋସିଆଲ ମିଡିଆର ଦାସ ନଥିଲୁ।

Sonu Sood urges people to help Indians in Bangladesh as tension rises | Entertainment News - Business Standard

ଅଭିନେତାଙ୍କ ସ୍ତ୍ରୀ ସୋନାଲି ଯେତେବେଳେ ସୋନୁଙ୍କୁ ଭେଟିଥିଲେ ସେତେବେଳେ ସେ ଏମ୍‌ବିଏ କରୁଥିଲେ। ପ୍ରତ୍ୟେକ ଭଲ ଏବଂ ଖରାପ ସମୟରେ ସୋନାଲି ଅଭିନେତାଙ୍କ ସମର୍ଥନ କରିଆସିଛନ୍ତି। ଯେତେବେଳେ ସେ ମୁମ୍ବାଇ ଆସିଥିଲେ ଏବଂ ଅନ୍ୟ ତିନି ଜଣ ସଂଘର୍ଷ କରୁଥିବା ଲୋକଙ୍କ ସହିତ ଏକ ସଂକୀର୍ଣ୍ଣ 1BHK ଆପାର୍ଟମେଣ୍ଟରେ ରହୁଥିଲେ, ସୋନାଲି ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଯେତେବେଳେ ସୋନୁ ତାଙ୍କର ସ୍ବପ୍ନ ପୂରଣ ହେବ କି ନାହିଁ ସନ୍ଦେହ କରିବାକୁ ଲାଗିଲେ, ସେତେବେଳେ ମଧ୍ୟ ସୋନାଲି ତାଙ୍କ ଉପରେ ବିଶ୍ୱାସ କରୁଥିଲେ, ସେ ସବୁବେଳେ ତାଙ୍କ ସହିତ ଥିଲେ। ସୋନୁ ଏକ ସାକ୍ଷାତକାରରେ କହିଥିଲେ, ପ୍ରାରମ୍ଭରେ, ଯେତେବେଳେ ମୁଁ ଜଣେ ଅଭିନେତା ହେବାକୁ ଚାହୁଁଥିଲି, ସେ ଖୁସି ନ ଥିଲେ, କିନ୍ତୁ ଆଜି, ସେ ମୋ ପାଇଁ ଗର୍ବିତ। ସେ ୧୯୯୬ରେ ସୋନାଲିଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛି।

She is doing fine now": Sonu Sood gives health update on his wife Sonali who met with car accident

କହି ରଖୁଛୁ, ସୋନୁ ସୁଦ୍‌ ନାଗପୁର କଲେଜରୁ ସ୍ନାତକ ପାସ୍‌ କରିବା ପରେ ୧୯୯୦ ଦଶକର ଶେଷ ଭାଗରେ ମୁମ୍ବାଇ ଆସିଥିଲେ। ସେ ପ୍ରଥମେ ଜଣେ ମଡେଲ ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଏହା ଏକ ଭଲ ନିଷ୍ପତ୍ତି ପ୍ରମାଣିତ ହୋଇଥିଲା କାରଣ ପରେ ଜଣେ ତାମିଲ ଫିଲ୍ମ କାଷ୍ଟିଂ ନିର୍ଦ୍ଦେଶକ ତାଙ୍କୁ ଦେଖିଥିଲେ ଏବଂ ସେ ୧୯୯୯ରେ ତାମିଲ ଫିଲ୍ମ ‘କଲ୍ଲାଜାଗର’ ସହିତ ଡେବ୍ୟୁ କରିଥିଲେ। ତା’ପରେ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ସେ ବଲିଉଡ୍‌ରୁ ସାଉଥ୍‌ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ସୋନୁ ସୁଦଙ୍କୁ ଶେଷ ଥର ପାଇଁ ଆକ୍ସନ ଥ୍ରୀଲର ‘ଫତେହ’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri