ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୨୧ ।୨: ବଲିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁଙ୍କ ଉପରେ ଆକ୍ରମଣ ହୋଇଛି । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ ନିଗମଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁ ଅଧିକ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋନୁ ମଧ୍ୟ ତାଙ୍କ ସହ ହସ୍ପିଟାଲ ଯାଇଥିଲେ । ଏହାପରେ ସେଠାରୁ ସୋନୁ ଯାଇ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ।
ଆହତ ହୋଇଥିବା ରବ୍ୱାନି ସ୍ୱର୍ଗତ ଓସ୍ତାଦ ଗୁଲାମ ମୁସ୍ତଫା ଖାଁଙ୍କ ପୁଅ ତଥା ସୋନୁଙ୍କ ଗୁରୁ । ରବ୍ୱାନି ଓ ସୋନୁ ଭଲ ବନ୍ଧୁ ବୋଲି କୁହାଯାଏ । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଗ୍ରୁପର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ତାଙ୍କ ସାଥିଙ୍କ ସହ ମିଶି ସୋନୁ ନିଗମ ଓ ରବ୍ୱାନିଙ୍କ ଉପରେ ଆକ୍ରମଣ କରିଛନ୍ତି । ଆଉ ଏକ ସୂତ୍ରର ସୂଚନା ଅନୁଯାୟୀ, ସୋନୁଙ୍କୁ ଧକ୍କା ମରାଯାଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୪ଦିନ ହେବ ସ୍ଥାନିୟ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପକ୍ଷରୁ ‘ଚେମ୍ବୁର ଫେଷ୍ଟିଭାଲ’ ଚାଲିଥିଲା । ସୋମବାର ଏହାର ଶେଷ ଦିନ ଥିଲା । ଷ୍ଟେଜ ଉପରେ ଯେତେବେଳେ ସୋନୁ ପରଫର୍ମ କରୁଥିଲେ ସେତେବେଳେ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସୋନୁଙ୍କ ମ୍ୟାନେଜର ସହ ଦୁର୍ବବ୍ୟହାର କରିଥିଲେ ।
ପରଫରମାନ୍ସ ପରେ ଯେତେବେଳେ ସୋନୁ ତଳକୁ ଆସିଥିଲେ ସେତେବେଳେ ବିଧାୟକଙ୍କ ପୁଅ ତାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ହେଲେ ସୋନୁଙ୍କ ବଡିଗାର୍ଡ ହାରି ତାଙ୍କୁ ସେଲ୍ଫି ନେବାକୁ ମନା କରିଥିଲେ । ଏତିକିରେ ବିଧାୟକଙ୍କ ପୁଅ ରାଗିଯାଇ ହାରିଙ୍କୁ ଧକ୍କା ମାରିଦେଇଥିଲେ, ଏତିକିବେଳେ ସେ ସୋନୁଙ୍କୁ ବି ଧକ୍କା ମାରିଥିଲେ । ହେଲେ ସେ ତଳେ ପଡିଯିବା ପୂର୍ବରୁ ହାରି ତାଙ୍କୁ ଧରି ନେଇଥିଲେ । ଆଉ ରାଗରେ ବିଧାୟକଙ୍କ ପୁଅ ସେଠାରେ ଥିବା ରବ୍ୱାନି ମୁସ୍ତଫା ଖାଁଙ୍କୁବି ଧକ୍କା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri