ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୨୧ ।୨: ବଲିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁଙ୍କ ଉପରେ ଆକ୍ରମଣ ହୋଇଛି । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ ନିଗମଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁ ଅଧିକ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋନୁ ମଧ୍ୟ ତାଙ୍କ ସହ ହସ୍ପିଟାଲ ଯାଇଥିଲେ । ଏହାପରେ ସେଠାରୁ ସୋନୁ ଯାଇ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ।
ଆହତ ହୋଇଥିବା ରବ୍ୱାନି ସ୍ୱର୍ଗତ ଓସ୍ତାଦ ଗୁଲାମ ମୁସ୍ତଫା ଖାଁଙ୍କ ପୁଅ ତଥା ସୋନୁଙ୍କ ଗୁରୁ । ରବ୍ୱାନି ଓ ସୋନୁ ଭଲ ବନ୍ଧୁ ବୋଲି କୁହାଯାଏ । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଗ୍ରୁପର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ତାଙ୍କ ସାଥିଙ୍କ ସହ ମିଶି ସୋନୁ ନିଗମ ଓ ରବ୍ୱାନିଙ୍କ ଉପରେ ଆକ୍ରମଣ କରିଛନ୍ତି । ଆଉ ଏକ ସୂତ୍ରର ସୂଚନା ଅନୁଯାୟୀ, ସୋନୁଙ୍କୁ ଧକ୍କା ମରାଯାଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୪ଦିନ ହେବ ସ୍ଥାନିୟ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପକ୍ଷରୁ ‘ଚେମ୍ବୁର ଫେଷ୍ଟିଭାଲ’ ଚାଲିଥିଲା । ସୋମବାର ଏହାର ଶେଷ ଦିନ ଥିଲା । ଷ୍ଟେଜ ଉପରେ ଯେତେବେଳେ ସୋନୁ ପରଫର୍ମ କରୁଥିଲେ ସେତେବେଳେ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସୋନୁଙ୍କ ମ୍ୟାନେଜର ସହ ଦୁର୍ବବ୍ୟହାର କରିଥିଲେ ।
ପରଫରମାନ୍ସ ପରେ ଯେତେବେଳେ ସୋନୁ ତଳକୁ ଆସିଥିଲେ ସେତେବେଳେ ବିଧାୟକଙ୍କ ପୁଅ ତାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ହେଲେ ସୋନୁଙ୍କ ବଡିଗାର୍ଡ ହାରି ତାଙ୍କୁ ସେଲ୍ଫି ନେବାକୁ ମନା କରିଥିଲେ । ଏତିକିରେ ବିଧାୟକଙ୍କ ପୁଅ ରାଗିଯାଇ ହାରିଙ୍କୁ ଧକ୍କା ମାରିଦେଇଥିଲେ, ଏତିକିବେଳେ ସେ ସୋନୁଙ୍କୁ ବି ଧକ୍କା ମାରିଥିଲେ । ହେଲେ ସେ ତଳେ ପଡିଯିବା ପୂର୍ବରୁ ହାରି ତାଙ୍କୁ ଧରି ନେଇଥିଲେ । ଆଉ ରାଗରେ ବିଧାୟକଙ୍କ ପୁଅ ସେଠାରେ ଥିବା ରବ୍ୱାନି ମୁସ୍ତଫା ଖାଁଙ୍କୁବି ଧକ୍କା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri