ସୋନୁ ନିଗମ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡର ଜଣାଶୁଣା ଗୀତିକାର ସୋନୁ ନିଗମ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ସ୍ତ୍ରୀ ମଧୁରିମା ଓ ପୁଅ ମଧ୍ୟ ପଜିଟିଭ୍‌ ହୋଇଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏକ ଭିଡିଓ ଶେୟାର କରି ସୋନୁ କହିଛନ୍ତି, ସୁପର ସିଙ୍ଗର ସିଜିନ-୩ ଓ ଏକ କନସର୍ଟ ପାଇଁ ଖୁବ ଶୀଘ୍ର ଭାରତ ଆସିଥାନ୍ତି। ହେଲେ ଏହା ପୂର୍ବରୁ ନିଜର କରୋନା ଟେଷ୍ଟ କରାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ମଧ୍ୟ କହିଛନ୍ତି, ଏବେ ମୋର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ହେଲେ ଠିକ ସମୟରେ ସାମିଲ ନ ହୋଇପାରିବାରୁ ଆୟୋଜକଙ୍କର ଖୁବ କ୍ଷତି ହେଉଥିବାରୁ ଖରାପ ଲାଗୁଛି। ପ୍ରାୟ ୨ ବର୍ଷ ପରେ ଏବେ ଧିରେ ଧିରେ କାମ ଆରମ୍ଭ ହେଉଥିବା ବେଳେ ପୁଣି ଥରେ ସବୁ ବନ୍ଦ ହେବାକୁ ଯାଉଛି। ତେଣୁ ଏହାଦ୍ୱାରା ବଲିଉଡ ସହ ଜଡିତ ବହୁ ଲୋକଙ୍କ କାମ ପ୍ରଭାବିତ ହେଉଥିବାରୁ ଖରାପ ଲାଗୁଥିବା କହିଛନ୍ତି ସୋନୁ। କିନ୍ତୁ ଖୁବ ଶୀଘ୍ର ସବୁ କିଛି ପୂର୍ବ ପରି ଠିକ ହୋଇଯିବ ସେ ଆଶା ରଖିଛନ୍ତି।

Share