ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବଲାଙ୍ଗୀର ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ବାପ-ପୁଅ ଯୋଡ଼ିଙ୍କ ହାଇଭୋଲ୍‌ଟେଜ୍‌ ଲଢ଼େଇ ଓ ପ୍ରତିଦ୍ୱନ୍ଦ୍ୱିତା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସାନପୁଅ ଯୁବନେତା ସମରେନ୍ଦ୍ର ମିଶ୍ର ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ବଡ଼ପୁଅ ପୂର୍ବତନ ଲୋକ ସଭା ସଦସ୍ୟ କଲିକେଶ ନାରାୟଣ ସିଂଦେଓ ଏଥର ନିର୍ବାଚନୀ ମଇଦାନରେ ପରସ୍ପର ମୁହଁାମୁହିଁ ହୋଇଛନ୍ତି। ଏବେ ସମରେନ୍ଦ୍ର-ନରସିଂହ ଏବଂ କଲିକେଶ-ଅନଙ୍ଗ ବାପପୁଅ ଯୋଡ଼ି ନିର୍ବାଚନ ରାଜନୀତିକୁ ସରଗରମ କରିଦେଇଛି। ପୁଅ ପାଇଁ ବାପା ଏବେ ଷ୍ଟାର ପ୍ରଚାରକ ଏବଂ ରଣନୀତି ବିଶେଷଜ୍ଞ ପାଲଟିଛନ୍ତି। ଉଭୟ ଯୋଡ଼ିଙ୍କ ପ୍ରତିଦ୍ୱନ୍ଦ୍ୱିତା, ପ୍ରଚାର ଏବଂ ପ୍ରଚଣ୍ଡ ଖରାରେ ତୋଫାନୀ ଗସ୍ତ ଏବେ ନିର୍ବାଚନମଣ୍ଡଳୀର ଗଁା ଓ ସହର ଏପରି କି ରାଜ୍ୟ ରାଜନୀତିକୁ ଉଷ୍ଣ କରିଦେଇଛି।
ବଲାଙ୍ଗୀର ଆସନରେ ୨୦୧୪ରେ ନରସିଂହ- ଅନଙ୍ଗ ପରସ୍ପର ମୁହଁାମୁହିଁ ହୋଇଥିଲେ। ଏଥିରେ ନରସିଂହ ବିଜୟୀ ହୋଇଥିଲେ। ୨୦୧୯ରେ ଅନଙ୍ଗଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓକୁ ପରାସ୍ତକରି ନରସିଂହ ଲଗାତର ବିଜୟ ଲାଭ କରିଥିଲେ। ତେବେ ୨୦୨୪ ନିର୍ବାଚନ ନରସିଂହ ଆଉ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ତାଙ୍କ ସ୍ଥାନରେ ତାଙ୍କ ସାନପୁଅ ସମରେନ୍ଦ୍ର ଏଥର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ୫ ଥର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ନରସିଂହଙ୍କ ଲୋକ ସମ୍ପର୍କ, ଗତ ୧୦ ବର୍ଷର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସାଙ୍ଗଠନିକ ଶକ୍ତି ସମରେନ୍ଦ୍ରଙ୍କୁ ସହାୟ ହେବ ବୋଲି ଆକଳନ କରାଯାଉଛି। ୨୦୧୯ ନିର୍ବାଚନରେ ସମରେନ୍ଦ୍ର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସମରେନ୍ଦ୍ରଙ୍କ ପାଇଁ ବାପା ନରସିଂହ ଏବେ ମାରାଥନ୍‌ ପ୍ରଚାରରେ ଲାଗିଛନ୍ତି। ପ୍ରଚଣ୍ଡ ଖରାରେ ସେ ଗଁା ଗଁାରେ ସଭା କରୁଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟଙ୍କ ବଡ଼ପୁଅ ପୂର୍ବତନ ଲୋକ ସଭା ସଦସ୍ୟ କଲିକେଶଙ୍କୁ ଏଥର ବିଜେଡି ବଲାଙ୍ଗୀର ବିଧାନସଭା ଆସନରେ ପ୍ରାର୍ଥୀ କରିଛି। ୨୦୦୪ ନିର୍ବାଚନରେ କଲିକେଶ ସଇଁତଲା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୯ ଏବଂ ୨୦୧୪ରେ ଲୋକ ସଭା ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ତାଙ୍କ ଭାଉଜ ତଥା ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାର ସିଂଦେଓଙ୍କଠାରୁ ହାରିଯାଇଥିଲେ। ୧୯୯୦ ମସିହାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୪ ବର୍ଷ ଧରି ବିଧାୟକ ଓ ମନ୍ତ୍ରୀ ପଦରେ ଥିବା ଅନଙ୍ଗ ଉଦୟଙ୍କ ରାଜନୈତିକ ଦକ୍ଷତା ଏବଂ ନିଜ ଅଭିଜ୍ଞତାକୁ ନେଇ କଲିକେଶ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି। କଲିକେଶଙ୍କ ପାଇଁ ବାପା ଅନଙ୍ଗ ଉଦୟ ଏବେ ଷ୍ଟାର ପ୍ରଚାରକ ଭାବେ ନିର୍ବାଚନୀ ରଣନୀତି ମଙ୍ଗ ଧରିଛନ୍ତି। ସେହିପରି ଲୋଇସିଂହା ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ସାନପୁଅ ନିହାର ରଞ୍ଜନ ବେହେରାଙ୍କୁ ଏଥର ବିଜେଡି ବିଧାୟକ ପ୍ରାର୍ଥୀ କରିଛି। ୨୦୧୯ରେ ସେ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଏଥର କିନ୍ତୁ ନିହାର ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଇଦାନକୁ ଏ ପର୍ଯ୍ୟନ୍ତ ବାପା ଯୋଗେନ୍ଦ୍ର ଓହ୍ଳାଇ ନ ଥିଲେ ମଧ୍ୟ ଲୋଇସିଂହାସ୍ଥିତ ବାସଭବନରେ ରହି ପୁରାତନ କର୍ମୀ ଓ ସମର୍ଥକଙ୍କୁ ଭେଟି ପ୍ରଚାର କାର୍ଯ୍ୟ କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ସେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଚଳିତ ନିର୍ବାଚନରେ କଲିକେଶ ଓ ନିହାରଙ୍କୁ ପ୍ରାର୍ଥୀ କରି ୨ ବିଜେଡି ନେତା ଅନଙ୍ଗ ଉଦୟ ଏବଂ ଯୋଗେନ୍ଦ୍ର ଯେତିକି ଚିନ୍ତାରେ ଅଛନ୍ତି ପୁଅ ସମରେନ୍ଦ୍ରଙ୍କୁ ପ୍ରାର୍ଥୀ କରି ବରିଷ୍ଠ କଂଗ୍ରେସ ନେତା ନରସିଂହ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ ବାପ-ପୁଅ ଯୋଡ଼ିଙ୍କ ଚିନ୍ତା, ରଣନୀତି ଏବଂ ପ୍ରଚାର କାର୍ଯ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri