Posted inଜାତୀୟ

ଓ୍ବକଫ୍‌ ବିଲ୍‌ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ

ନୂଆଦିଲ୍ଲୀ,୩।୪: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ୱକଫ୍‌ ସଂଶୋଧନ ବିଲ୍‌- ୨୦୨୪ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି । ଏହାକୁ ଗୁରୁବାର ରାଜ୍ୟ ସଭାରେ ଆଗତ କରାଯିବ। ଏହି ବିଲ୍‌କୁ ବଳପୂର୍ବକ ଗୃହୀତ କରାଯାଇଛି। ଆମ ଦଳର ମତ ସ୍ପଷ୍ଟ। ଏହି ବିଲ ସମ୍ବିଧାନ ଉପରେ ଆକ୍ରମଣ। ୱକଫ ସଂଶୋଧନ ବିଲ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ। ଏହା ଭାଜପାର ସୁଚିନ୍ତିତ ରଣନୀତିର ଏକ ଅଂଶ। ସେମାନେ ଦେଶକୁ ଏକ ନିରୀକ୍ଷଣ ରାଜ୍ୟରେ ପରିଣତ କରୁଛନ୍ତି।

ସିପିପିର ସାଧାରଣ ସଭା ବୈଠକରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ କହିଛନ୍ତି ଯେ ମୋଦି ସରକାର ଦେଶକୁ ଏପରି ରସାତଳକୁ ନେଇଯାଉଛି, ଯେଉଁଠାରେ ସମ୍ବିଧାନ କେବଳ କାଗଜପତ୍ରରେ ରହିବ। ସେ କହିଛନ୍ତି ଯେ ’ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ମଧ୍ୟ ସମ୍ବିଧାନର ଉଲ୍ଲଂଘନ। ଆମେ ଏହି ଆଇନର ଦୃଢ଼ ବିରୋଧ କରୁଛୁ। ଅର୍ଥନୀତି ଖରାପ ଅବସ୍ଥାରେ ଅଛି। ଚାଇନାରୁ ଆମଦାନୀ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସୋନିଆ କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କୁ ଲୋକ ସଭାରେ କହିବାକୁ ଦିଆଯାଉନାହିଁ। ଏହା ଆମ ଗଣତନ୍ତ୍ର ପାଇଁ ଗମ୍ଭୀର ଚିନ୍ତାର ବିଷୟ। ସେହିପରି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଖାର୍ଗେଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ, କହିବାକୁ ଅନୁମତି ଦିଆଯାଉନାହିଁ। ମୁଁ ମଧ୍ୟ ସାକ୍ଷୀ ଅଛି ଯେ କିପରି ଗୃହ ଆମ ଯୋଗୁନୁହେଁ, ବରଂ ଶାସକ ଦଳର ବିରୋଧ ଯୋଗୁ ମୁଲତବୀ ହୋଇଛି।

ସୋନିଆ ଏମ୍‌ପିମାନଙ୍କୁ ଶୁଳ୍କ ପ୍ରସଙ୍ଗକୁ ପ୍ରମୁଖ ଭାବରେ ଉଠାଇବାକୁ କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାଜପା ନେତାମାନେ ଶୂନ୍ୟ କାଳରେ ବିରୋଧୀ ଏବଂ ପୂର୍ବ ସରକାରଙ୍କୁ ଟାର୍ଗେଟ କରନ୍ତି, ତେବେ ଆମକୁ ମଧ୍ୟ ଜବାବ ଦେବା ଉଚିତ।

ପ୍ରାୟ ୧୨ ଘଣ୍ଟାର ମାରାଥନ ଆଲୋଚନା ପରେ, ୱକଫ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା। ଏବେ ରାଜ୍ୟ ସଭାର ପାଳି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପିତ ହେବ। ରାଜ୍ୟ ସଭାରେ ଏହି ବିଲ୍‌ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଅପରାହ୍ନ ୧ଟାରୁ ରାଜ୍ୟ ସଭାରେ ବିଲ୍‌ ଉପରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri