ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହା ତାଙ୍କ ବ୍ରୋଙ୍କିଆଲ ଆଜ୍ମାକୁ ଆହୁରି ତୀବ୍ର କରିଥିଲା।
ସାର୍ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ବରୂପ କହିଛନ୍ତି, ସେ ଚିକିତ୍ସା ପ୍ରତି ଭଲ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସୁସ୍ଥ ହୋଇଛନ୍ତି। ତାଙ୍କୁ ସନ୍ଧ୍ୟା ୫ଟାରୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା ଏବଂ ଘରେ ତାଙ୍କର ଚିକିତ୍ସା ଜାରି ରଖିବାକୁ ପରାମର୍ଶ ଦିଆଯାଇଥିଲା।
ସୋନିଆଙ୍କୁ ଜାନୁଆରୀ ୫ ରାତି ପ୍ରାୟ ୧୦ଟାରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ତାଙ୍କର ବ୍ରୋଙ୍କିଆଲ ଆଜ୍ମା ସାମାନ୍ୟ ଖରାପ ହୋଇଛି। ଥଣ୍ଡା ପାଗ ଏବଂ ପ୍ରଦୂଷଣ ଆଜ୍ମାକୁ ଆହୁରି ତୀବ୍ର କରିଥିଲା।
ଡାକ୍ତର ଅଜୟ ସ୍ବରୂପ କହିଛନ୍ତି, ସେ ଆଣ୍ଟିବାୟୋଟିକ୍ ଏବଂ ଅନେକ ସହାୟକ ଔଷଧ ଗ୍ରହଣ କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରେ ରବିବାର ଘରକୁ ଫେରିଛନ୍ତି।


