Posted inଜାତୀୟ

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି ଲେଖିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ତାଙ୍କ ବହିର ଗୋଟିଏ ଅଧ୍ୟାୟରେ ଶର୍ମିଷ୍ଠା କହିଛନ୍ତି, ମୁଁ ୨୦୦୪ରେ ବାପାଙ୍କୁ ପ୍ରଧାନମନ୍ତ୍ରୀ ହେବା ସମ୍ପର୍କରେ ପଚାରିଥିଲି। ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରି କହିଥିଲେ, ସେ ମୋତେ ପ୍ରଧାନମନ୍ତ୍ରୀ କରିବାକୁ ଇଚ୍ଛୁକ ନୁହନ୍ତି। ଶର୍ମିଷ୍ଠା ନିଜ ପୁସ୍ତକ ‘ଇନ ପ୍ରଣବ, ମାଇ ଫାଦର: ଏ ଡଟର ରିମେମ୍ବର୍ସ’ରେ ପ୍ରଧାନମନ୍ତ୍ରୀ ପଦ ଦୌଡରୁ ହଟିବା ପାଇଁ ସୋନିଆଙ୍କ ନିଷ୍ପତ୍ତିରେ ପ୍ରଣବଙ୍କ ପ୍ରତିକ୍ରିୟା ବିଷୟରେ ଉଲ୍ଲେଖ କରିଛନ୍ତି।

ପୂର୍ବ କଂଗ୍ରେସ ପ୍ରବକ୍ତା ଶର୍ମିଷ୍ଠା ନିଜ ବାପାଙ୍କ ରାଜନୈତିକ ଜୀବନ ବିଷୟରେ ବହିରେ ଉଲ୍ଲେଖ କରିଛନ୍ତି। ସେ ବହିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନ ହେବାରୁ ସୋନିଆଙ୍କ ପ୍ରତି ତାଙ୍କର କୌଣସି ବିଦ୍ୱେଷ ନ ଥିଲା। ଏପରି କି ମନମୋହନ ସିଂହଙ୍କ ବିରୋଧରେ ମଧ୍ୟ ତାଙ୍କର କୌଣସି ରାଗ ନ ଥିଲା।

୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ବହୁମତରେ ବିଜୟ ହାସଲ କରିଥିଲା। ସେ ସମୟରେ ସୋନିଆ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା। ଏହାକୁ ନେଇ ‘ଦି ପିଏମ ଇଣ୍ଡିଆ ନେଭର ହେଡ’ ଶୀର୍ଷକ ଅଧ୍ୟାୟରେ ଶର୍ମିଷ୍ଠା କହିଛନ୍ତି, ପ୍ରଧାନମନ୍ତ୍ରୀ ଦୌଡରୁ ସୋନିଆ ଓହରିବା ପରେ ଗଣମାଧ୍ୟମ ଓ ରାଜନୈତିକ କ୍ଷେତ୍ରରେ ତୀବ୍ର ଅଟକଳ ଲାଗି ରହିଲା। ଏହି ପଦ ପାଇଁ ଶୀର୍ଷ ନେତା ଭାବରେ ଡ. ମନମୋହନ ସିଂହ ଓ ପ୍ରଣବ ମୁଖାର୍ଜୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ରହିଲା। ଏହି ସମୟରେ ତାଙ୍କ ସହ ଫୋନ ଦ୍ୱାରା କଥା ହୋଇଥିଲି। ମୁଁ ତାଙ୍କୁ ଉତ୍ସାହର ସହ ପ୍ରଶ୍ନ କରିଥିଲି, ଆପଣ ପିଏମ ହେବାକୁ ଯାଉଛନ୍ତି। ଏହାର ଉତ୍ତରରେ ସେ କହିଥିଲେ, ନା, ସେ ମୋତେ ପ୍ରଧାନମନ୍ତ୍ରୀ କରିବେ ନାହିଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ।

ଆଗକୁ ଶର୍ମିଷ୍ଠା ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନ ହେବା କାରଣରୁ ବାପାଙ୍କ ମନରେ କୌଣସି ଦୁଖ ନ ଥିଲା। ସେ ଏକ ସାକ୍ଷାତକାରରେ ଜଣେ ସାମ୍ବାଦିକଙ୍କୁ କହିଥିଲେ, ମୁଁ କୌଣସି ଆଶା ରଖିନି କି ସୋନିଆଜୀ ମୋତେ ପ୍ରଧାନମନ୍ତ୍ରୀ କରିବେ।

ଶର୍ମିଷ୍ଠା ଆହୁରି କହିଛନ୍ତି, ୟୁପିଏ-୧ ସମୟରେ ଯେତେବେଳେ ବି ବାପାଙ୍କୁ ପିଏମ ହେବା ସମ୍ପର୍କରେ ପଚାରେ ତାଙ୍କର ପ୍ରତିକ୍ରିୟାରେ ପିଏମ ହେବା ନେଇ ଦୃଢତା ଦେଖାଯାଉଥିଲା। ସେ କହୁଥିଲେ, ନିଶ୍ଚୟ ଭାବରେ ମୁଁ ପିଏମ ହେବାକୁ ଚାହିଁବି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri