ସୋନପୁର ଜିଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର,୧୬ା୬(ଅନିଲ ଦାସ)-ସୋନପୁର ଜିଲା ବିଜେଡି କମିଟିର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲା ସମେତ ବିଭିନ୍ନ ବ୍ଲକ,ଏନ୍‌ଏସି, ମ୍ୟୁନିସିପାଲିଟିରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏଥିସହିତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ୧୫, ଯୁଗ୍ମ ସମ୍ପାଦକ ଭାବେ ୧୭ ଏବଂ ସମ୍ପାଦକ ଭାବେ ୨୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସୋନପୁର ଜିଲା ବିଜେଡି ସଭାପତି ଭାବେ ସରୋଜ କୁମାର କାମ୍ପା, ହିମାଂଶୁ ଶେଖର ବିଶ୍ୱାଳ ଡୁଙ୍ଗୁରିପାଲି, ଶଙ୍କର ପ୍ରସାଦ ସା(କବି) ସୋନପୁର, ହେମନ୍ତ କୁମାର ସାହୁ ତରଭା, ଝସକେତନ ବାଘର ଉଲୁଣ୍ଡା, ଦ୍ୱାରିକାନାଥ ସାହୁ ବିନିକା ଏବଂ ସ୍ବୟମ୍ଭୁନାଥ ଖଣ୍ଡଗିରିଙ୍କୁ ବିଏମ୍‌ପୁର ବ୍ଲକ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୋନପୁର ମ୍ୟୁନିସିପାଲିଟି ସଭାପତି ଭାବେ ଜନ୍ମେଜୟ ପାତ୍ର, ଗଗନ ଅଗ୍ରଓ୍ବାଲ ତରଭା ଏନ୍‌ଏସି ଏବଂ ସୋମନାଥ ମିଶ୍ରଙ୍କୁ ବିନିକା ଏନ୍‌ଏସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅଭିମନ୍ୟୁ କୁଶଲଙ୍କୁ ସୋନପୁର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଉପସଭାପତି ଭାବେ ରମେଶ ପୂଜାରୀ, ବିଜୟାନନ୍ଦ ମିଶ୍ର, କାଇରୁ ସ୍ବାଇଁ, ମଧୁସୂଦନ ମିଶ୍ର, ଶୈଳେନ୍ଦ୍ର ସାହୁ ଏବଂ ରଞ୍ଜିତ କୁମାର ରଥଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଜିଲାର ଡିଜିଟାଲ ମିଡିଆ ସମ୍ପାଦକ ତଥା କାର୍ଯ୍ୟକାରୀ ସଭାପତି ଭାବେ ବିହାରୀଲାଲ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡିଜିଟାଲ ମିଡିଆ ସେକ୍ରେଟାରି ଭାବେ ମଧୁ ଓତା, କ୍ୟାଶିୟର ଭାବେ ପ୍ରହଲ୍ଲାଦ ନାୟକ, ଅଫିସ ସେକ୍ରେଟାରି ଭାବେ ମାନଭଞ୍ଜନ ବେଡବକ, କୃଷକ ସେଲ୍‌ ସଭାପତି ଭାବେ କରମଚାନ୍ଦ ମହାନ୍ତି, ଏସ୍‌ସି ସେଲ୍‌ ସଭାପତି ଭାବେ ରାଜକୁମାର ସେନା, ଓବିସି ସେଲ୍‌ ସଭାପତି ଭାବେ ରାଜନ ଥେଲାଙ୍କୁ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri