Posted inଜାତୀୟ

ଫିଟୁଛି ସୋନମଙ୍କ ଗୁମର: ଘରେ ସବୁ ଜାଣିଥିଲେ, ରାଜାଙ୍କୁ ବଳି ପକାଇଲେଦେଲେ

ଇନ୍ଦୋର,୧୧ା୬:ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ସ୍ତ୍ରୀ ସୋନମ୍‌ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହା ପଛର ରହସ୍ୟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏକ ସୂତ୍ର ଅନୁଯାୟୀ, ସୋନମ୍‌ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସୁପାରିକିଲରମାନଙ୍କୁ ପ୍ରଥମେ ୪ ଲକ୍ଷ ଟଙ୍କା ଯାଚିଥିଲେ। ପରେ ସେ ସୁପାରି ପରିମାଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ରାଜାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ମେଘାଳୟର ଏକ ଖାତକୁ ଫିଙ୍ଗିବାରେ ସୋନମ୍‌ ଅନ୍ୟ ଅଭିଯୁକ୍ତମାନଙ୍କୁ ସହାୟତା କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ରାଜ କୁଶ୍‌ଓ୍ବାଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ସୋନମ୍‌ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଜଣାଇଥିଲେ। ତେବେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପରିବାର ମନା କରିଦେଇଥିଲା ବୋଲି ରାଜା ରଘୁବଂଶୀଙ୍କ ବଡ଼ଭାଇ ବିପିନ ଗଣମାଧ୍ୟମକୁ କହିଛନ୍ତି। ଭଲ ଯେଉଁଠି ପାଅ ପଛକେ ବିବାହ କିନ୍ତୁ ଆମ ସମ୍ପ୍ରଦାୟରେ ହେବ ବୋଲି ମାଆ କହିବାରୁ ପରେ ଯାହା ଘଟିବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ ବୋଲି ସୋନମ୍‌ ଜବାବ ଦେଇଥିଲେ।

ମେ’ ୧୧ରେ ବିବାହ ପରେ ନବ ଦମ୍ପତି ରାଜା ରଘୁବଂଶୀ ଓ ସୋନମ୍‌ ୨୦ ତାରିଖରେ ଇଷ୍ଟ୍‌ ଖାସି ହିଲ୍ସ ଚେରାପୁଞ୍ଜିକୁ ହନିମୁନ୍‌ରେ ଯାଇଥିଲେ। ମେ’ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲା ବେଳେ ଜୁନ୍‌ ୨ରେ ଚେରାପୁଞ୍ଜିର ଏକ ଜଳପ୍ରପାତ ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା। ବିବାହର ଦିନ କେଇଟା ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ୍‌ ତାଙ୍କ ପ୍ରେମିକ ରାଜ କୁଶଓ୍ବାଙ୍କ ସହ ଯୋଜନା କରିଥିଲେ। ତଦନୁଯାୟୀ ମେଘାଳୟକୁ ହନିମୁନ୍‌ରେ ଯିବାର ପ୍ଲାନ୍‌ ହୋଇଥିଲା। ରାଜ ନିଜର ପିଲାଦିନର ସାଙ୍ଗ ଆନନ୍ଦ କୁମ୍ରି, ଆକାଶ ରାଜପୁତ ଓ ବିଶାଲ ସିଂ ଚୌହାନ୍‌ଙ୍କୁ ଇନ୍ଦୋରର ଏକ କାଫେକୁ ଡାକି ରାଜାଙ୍କୁ ହତ୍ୟା ଯୋଜନା କରିଥିଲେ ଓ ସେମାନଙ୍କୁ ଟଙ୍କା ଯାଚିଥିଲେ। ୨୦ ତାରିଖରେ ରାଜା ଓ ସୋନମ୍‌ ମେଘାଳୟକୁ ଯାଇଥିବାବେଳେ ସେମାନଙ୍କର ଫେରିବା ଟିକେଟ ହୋଇ ନ ଥିଲା। ତାଙ୍କ ପଛେ ପଛେ ୩ ସୁପାରିକିଲର ପ୍ରଥମେ ଗୁଆହାଟୀ ଯାଇ ସେଠାରୁ ଅନ୍‌ଲାଇନ୍‌ରେ ଏକ କୁରାଢ଼ି ଅର୍ଡର କରିଥିଲେ। ପରେ ସେମାନେ ସିଲଂ ଯାଇ ସୋନମ୍‌ ଓ ରାଜା ରହୁଥିବା ହୋମ୍‌ଷ୍ଟେ ନିକଟ ଏକ ହୋଟେଲରେ ରହିଥିଲେ। ନବଦମ୍ପତି ଉକ୍ତ ପାର୍ବତ୍ୟାଞ୍ଚଳରେ ୩ ଦିନ ବୁଲିବା ପରେ ଫଟୋ ଶୁଟ୍‌ ପାଇଁ ସୋନମ୍‌ ରାଜାଙ୍କୁ ନେଇ ଏକ ପାହାଡ଼ ପାର୍ଶ୍ୱକୁ ଯାଇଥିଲେ। ସୁପାରିକିଲର ସେମାନଙ୍କୁ ଅନୁସରଣ କରିବା ସହ ରାଜାଙ୍କ ସହ ହିନ୍ଦୀରେ କଥା ହୋଇଥିଲେ। ସୋନମ୍‌ ନିଜକୁ କ୍ଳାନ୍ତ ଅନୁଭବ କରୁଥିବା ଅଭିନୟ କରି ଜାଣିଶୁଣି ସେମାନଙ୍କଠାରୁ ବହୁ ପଛରେ ରହିଯାଇଥିଲେ। ସେମାନେ ନିଛାଟିଆ ସ୍ଥାନରେ ପହଞ୍ଚତ୍ବା ପରେ ତାଙ୍କୁ ହତ୍ୟା କର ବୋଲି ସୋନମ୍‌ ସୁପାରିକିଲରଙ୍କୁ ଚିତ୍କାର କରି କହିଥିଲେ। ମେ’ ୨୩ରେ ଦମ୍ପତି ନିଖୋଜ ହେବା ଦିନ ହିଁ ରାଜାଙ୍କୁ ହତ୍ୟା କରାଯାଇଥିଲା। ମୃତଦେହକୁ ଖାତ ମଧ୍ୟକୁ ଫିଙ୍ଗିସାରିବା ପରେ ସେହିଦିନ ଅପରାହ୍ନ ୨ଟା ୧୫ରେ ରାଜାଙ୍କ ଫୋନ୍‌ରୁ ସୋନମ୍‌ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ‘ସାତ୍‌ ଜନ୍ମୋଁ କା ସାଥ ହୈ’। ଏହି ବାର୍ତ୍ତା ମାଧ୍ୟମରେ ସ୍ବାମୀ ଜୀବିତ ଥିବା ସୋନମ୍‌ ଦର୍ଶାଇବାକୁ ଚାହିଁଥିଲେ। ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପ୍ରେମିକ ରାଜ କିନ୍ତୁ ମେଘାଳୟ ଯାଇ ନ ଥିଲେ। ସେ ପରଦା ପଛରେ ରହି ସବୁ ଯୋଜନା କରିବା ସହ ସୋନମ୍‌ଙ୍କ ସହ ଯୋଗାଯୋଗରେ ରହିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri