Posted inଜାତୀୟ

ଫିଟୁଛି ସୋନମଙ୍କ ଗୁମର: ଘରେ ସବୁ ଜାଣିଥିଲେ, ରାଜାଙ୍କୁ ବଳି ପକାଇଲେଦେଲେ

ଇନ୍ଦୋର,୧୧ା୬:ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ସ୍ତ୍ରୀ ସୋନମ୍‌ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହା ପଛର ରହସ୍ୟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏକ ସୂତ୍ର ଅନୁଯାୟୀ, ସୋନମ୍‌ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସୁପାରିକିଲରମାନଙ୍କୁ ପ୍ରଥମେ ୪ ଲକ୍ଷ ଟଙ୍କା ଯାଚିଥିଲେ। ପରେ ସେ ସୁପାରି ପରିମାଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ରାଜାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ମେଘାଳୟର ଏକ ଖାତକୁ ଫିଙ୍ଗିବାରେ ସୋନମ୍‌ ଅନ୍ୟ ଅଭିଯୁକ୍ତମାନଙ୍କୁ ସହାୟତା କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ରାଜ କୁଶ୍‌ଓ୍ବାଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ସୋନମ୍‌ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଜଣାଇଥିଲେ। ତେବେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ପରିବାର ମନା କରିଦେଇଥିଲା ବୋଲି ରାଜା ରଘୁବଂଶୀଙ୍କ ବଡ଼ଭାଇ ବିପିନ ଗଣମାଧ୍ୟମକୁ କହିଛନ୍ତି। ଭଲ ଯେଉଁଠି ପାଅ ପଛକେ ବିବାହ କିନ୍ତୁ ଆମ ସମ୍ପ୍ରଦାୟରେ ହେବ ବୋଲି ମାଆ କହିବାରୁ ପରେ ଯାହା ଘଟିବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ ବୋଲି ସୋନମ୍‌ ଜବାବ ଦେଇଥିଲେ।

ମେ’ ୧୧ରେ ବିବାହ ପରେ ନବ ଦମ୍ପତି ରାଜା ରଘୁବଂଶୀ ଓ ସୋନମ୍‌ ୨୦ ତାରିଖରେ ଇଷ୍ଟ୍‌ ଖାସି ହିଲ୍ସ ଚେରାପୁଞ୍ଜିକୁ ହନିମୁନ୍‌ରେ ଯାଇଥିଲେ। ମେ’ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲା ବେଳେ ଜୁନ୍‌ ୨ରେ ଚେରାପୁଞ୍ଜିର ଏକ ଜଳପ୍ରପାତ ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା। ବିବାହର ଦିନ କେଇଟା ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ୍‌ ତାଙ୍କ ପ୍ରେମିକ ରାଜ କୁଶଓ୍ବାଙ୍କ ସହ ଯୋଜନା କରିଥିଲେ। ତଦନୁଯାୟୀ ମେଘାଳୟକୁ ହନିମୁନ୍‌ରେ ଯିବାର ପ୍ଲାନ୍‌ ହୋଇଥିଲା। ରାଜ ନିଜର ପିଲାଦିନର ସାଙ୍ଗ ଆନନ୍ଦ କୁମ୍ରି, ଆକାଶ ରାଜପୁତ ଓ ବିଶାଲ ସିଂ ଚୌହାନ୍‌ଙ୍କୁ ଇନ୍ଦୋରର ଏକ କାଫେକୁ ଡାକି ରାଜାଙ୍କୁ ହତ୍ୟା ଯୋଜନା କରିଥିଲେ ଓ ସେମାନଙ୍କୁ ଟଙ୍କା ଯାଚିଥିଲେ। ୨୦ ତାରିଖରେ ରାଜା ଓ ସୋନମ୍‌ ମେଘାଳୟକୁ ଯାଇଥିବାବେଳେ ସେମାନଙ୍କର ଫେରିବା ଟିକେଟ ହୋଇ ନ ଥିଲା। ତାଙ୍କ ପଛେ ପଛେ ୩ ସୁପାରିକିଲର ପ୍ରଥମେ ଗୁଆହାଟୀ ଯାଇ ସେଠାରୁ ଅନ୍‌ଲାଇନ୍‌ରେ ଏକ କୁରାଢ଼ି ଅର୍ଡର କରିଥିଲେ। ପରେ ସେମାନେ ସିଲଂ ଯାଇ ସୋନମ୍‌ ଓ ରାଜା ରହୁଥିବା ହୋମ୍‌ଷ୍ଟେ ନିକଟ ଏକ ହୋଟେଲରେ ରହିଥିଲେ। ନବଦମ୍ପତି ଉକ୍ତ ପାର୍ବତ୍ୟାଞ୍ଚଳରେ ୩ ଦିନ ବୁଲିବା ପରେ ଫଟୋ ଶୁଟ୍‌ ପାଇଁ ସୋନମ୍‌ ରାଜାଙ୍କୁ ନେଇ ଏକ ପାହାଡ଼ ପାର୍ଶ୍ୱକୁ ଯାଇଥିଲେ। ସୁପାରିକିଲର ସେମାନଙ୍କୁ ଅନୁସରଣ କରିବା ସହ ରାଜାଙ୍କ ସହ ହିନ୍ଦୀରେ କଥା ହୋଇଥିଲେ। ସୋନମ୍‌ ନିଜକୁ କ୍ଳାନ୍ତ ଅନୁଭବ କରୁଥିବା ଅଭିନୟ କରି ଜାଣିଶୁଣି ସେମାନଙ୍କଠାରୁ ବହୁ ପଛରେ ରହିଯାଇଥିଲେ। ସେମାନେ ନିଛାଟିଆ ସ୍ଥାନରେ ପହଞ୍ଚତ୍ବା ପରେ ତାଙ୍କୁ ହତ୍ୟା କର ବୋଲି ସୋନମ୍‌ ସୁପାରିକିଲରଙ୍କୁ ଚିତ୍କାର କରି କହିଥିଲେ। ମେ’ ୨୩ରେ ଦମ୍ପତି ନିଖୋଜ ହେବା ଦିନ ହିଁ ରାଜାଙ୍କୁ ହତ୍ୟା କରାଯାଇଥିଲା। ମୃତଦେହକୁ ଖାତ ମଧ୍ୟକୁ ଫିଙ୍ଗିସାରିବା ପରେ ସେହିଦିନ ଅପରାହ୍ନ ୨ଟା ୧୫ରେ ରାଜାଙ୍କ ଫୋନ୍‌ରୁ ସୋନମ୍‌ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ‘ସାତ୍‌ ଜନ୍ମୋଁ କା ସାଥ ହୈ’। ଏହି ବାର୍ତ୍ତା ମାଧ୍ୟମରେ ସ୍ବାମୀ ଜୀବିତ ଥିବା ସୋନମ୍‌ ଦର୍ଶାଇବାକୁ ଚାହିଁଥିଲେ। ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପ୍ରେମିକ ରାଜ କିନ୍ତୁ ମେଘାଳୟ ଯାଇ ନ ଥିଲେ। ସେ ପରଦା ପଛରେ ରହି ସବୁ ଯୋଜନା କରିବା ସହ ସୋନମ୍‌ଙ୍କ ସହ ଯୋଗାଯୋଗରେ ରହିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri