Posted inଜାତୀୟ

ଦୋଷ ମାନିଲେ ସୋନମ, ଫାଶୀ ଦିଆଯାଉ ବୋଲି…

ଶିଲଂ/ଇନ୍ଦୋର,୧୨ା୬: ବିବାହ ପରେ ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିବାବେଳେ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ବିଷୟ ୨ ସପ୍ତାହ ପରେ ପୋଲିସ ଆଗରେ ଜେରା ବେଳେ ସ୍ତ୍ରୀ ସୋନମ ସ୍ବୀକାର କରିଛନ୍ତି। ସୋନମଙ୍କ ଭାଇ ଗୋବିନ୍ଦ ବୁଧବାର ଅପରାହ୍ନରେ ରାଜାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ଭଉଣୀଙ୍କ ଦୋଷ ପାଇଁ କ୍ଷମା ମାଗିଛନ୍ତି। ଭଉଣୀଙ୍କୁ ଯେପରି ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରିବେ ବୋଲି ଗୋବିନ୍ଦ କହିଛନ୍ତି।

ମେ’ ୧୧ରେ ମଧ୍ୟପ୍ରଦେଶ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ। ୨୦ ତାରିଖରେ ନବଦମ୍ପତି ମେଘାଳୟକୁ ହନିମୁନ୍‌ ପାଇଁ ଯାଇଥିଲେ। କିନ୍ତୁ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଜୁନ୍‌ ୨ରେ ଏନ୍‌ଡିଆର୍‌ଏଫ୍‌ ଡ୍ରୋନ୍‌ ଓ୍ବେଇ ସଡୋଙ୍ଗ୍‌ ଫଲ୍ସରେ ରାଜାଙ୍କ ମୃତଦେହ ଠାବ କରିଥିଲା। ମେଘାଳୟ ପୋଲିସ ରକ୍ତରଞ୍ଜିତ ଦାଆ ଓ ରାଜାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍‌, ରେନ୍‌କୋଟ୍‌, ଶାର୍ଟ, ଫୋନ୍‌ ଫ୍ରାଗ୍‌ମେଣ୍ଟ୍ସ ଜବତ କରିଥିଲା। ୯ରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ଆମତ୍ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି। ଇତିମଧ୍ୟରେ ଏହି ଅପରାଧର ସହଅଭିଯୁକ୍ତ ଆକାଶ ରାଜପୁତ (ଲଳିତପୁର, ୟୁପି), ବିଶାଲ ସିଂ ଚୌହାନ ଓ ରାଜ ସିଂ କୁଶଓ୍ବାହ (ଇନ୍ଦୋର, ଏମ୍‌ପି), ଆନନ୍ଦ କୁର୍ମି (ସାଗର, ଏମ୍‌ପି) ଗିରଫ ମଧ୍ୟ ହୋଇଛନ୍ତି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ଜେରା ବେଳେ କହିଛନ୍ତି, ସେ ଉକ୍ତ ବିବାହକୁ ନେଇ ଖୁସି ନ ଥିଲେ। ତାଙ୍କ ବାପାଙ୍କ କର୍ମଚାରୀ ରାଜ କୁଶଓ୍ବାହଙ୍କୁ ବିବାହ କରିବାକୁ ଚାହୁଁଥିବାରୁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ଇନ୍ଦୋରରେ ଯୋଜନା କରିଥିଲେ। ଏଥିଲାଗି ରାଜ ୩ ଜଣ(ଆକାଶ, ଆନନ୍ଦ ଓ ବିଶାଲ)ଙ୍କୁ ନିୟୋଜିତ କରିଥିଲେ। ମେ’ ୨୩ରେ ରାଜାଙ୍କୁ ହତ୍ୟା କରିବା ପାଇଁ ସେମାନେ ଏକତ୍ରିତ ହୋଇଥିଲେ।

ସୋନମଙ୍କ ନିର୍ଦ୍ଦେଶକ୍ରମେ ଆକାଶ, ଆନନ୍ଦ ଓ ବିଶାଲ ଧାରୁଆ ଅସ୍ତ୍ରରେ ଆଘାତ ଦେଇ ରାଜାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଖାଇକୁ ଫିଙ୍ଗି ଦେଇଥିଲେ। ପରେ ସେମାନେ ଏକ ଟ୍ୟାକ୍ସିରେ ଗୁଆହାଟୀକୁ ଫେରାର ହୋଇଯାଇଥିଲେ। ୩ ଅଭିଯୁକ୍ତ ପୃଥକ୍‌ ଭାବେ ଟ୍ରେନ୍‌ରେ ଇନ୍ଦୋର ଯାଇଥିଲେ ବୋଲି ସୋନମ କହିଛନ୍ତି। ମେଘାଳୟ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ୫ ଅଭିଯୁକ୍ତଙ୍କୁ ୮ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି। ଇତିମଧ୍ୟରେ ସୋନମଙ୍କ ଭାଇ ଗୋବିନ୍ଦ କହିଛନ୍ତି, ରାଜାଙ୍କୁ ଭଉଣୀ ହିଁ ହତ୍ୟା କରାଇଛନ୍ତି। ତେଣୁ ଦୋଷ ପ୍ରମାଣିତ ହେଲେ ସୋନମଙ୍କୁ ଫାଶୀ ଦିଆଯିବା ଉଚିତ। ତାଙ୍କୁ ଦଣ୍ଡିତ କରାଇବାରେ ସେ ସହଯୋଗ କରିବେ ବୋଲ ଗୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri