Posted inଜାତୀୟ

ଦୋଷ ମାନିଲେ ସୋନମ, ଫାଶୀ ଦିଆଯାଉ ବୋଲି…

ଶିଲଂ/ଇନ୍ଦୋର,୧୨ା୬: ବିବାହ ପରେ ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିବାବେଳେ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ବିଷୟ ୨ ସପ୍ତାହ ପରେ ପୋଲିସ ଆଗରେ ଜେରା ବେଳେ ସ୍ତ୍ରୀ ସୋନମ ସ୍ବୀକାର କରିଛନ୍ତି। ସୋନମଙ୍କ ଭାଇ ଗୋବିନ୍ଦ ବୁଧବାର ଅପରାହ୍ନରେ ରାଜାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ଭଉଣୀଙ୍କ ଦୋଷ ପାଇଁ କ୍ଷମା ମାଗିଛନ୍ତି। ଭଉଣୀଙ୍କୁ ଯେପରି ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରିବେ ବୋଲି ଗୋବିନ୍ଦ କହିଛନ୍ତି।

ମେ’ ୧୧ରେ ମଧ୍ୟପ୍ରଦେଶ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ। ୨୦ ତାରିଖରେ ନବଦମ୍ପତି ମେଘାଳୟକୁ ହନିମୁନ୍‌ ପାଇଁ ଯାଇଥିଲେ। କିନ୍ତୁ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଜୁନ୍‌ ୨ରେ ଏନ୍‌ଡିଆର୍‌ଏଫ୍‌ ଡ୍ରୋନ୍‌ ଓ୍ବେଇ ସଡୋଙ୍ଗ୍‌ ଫଲ୍ସରେ ରାଜାଙ୍କ ମୃତଦେହ ଠାବ କରିଥିଲା। ମେଘାଳୟ ପୋଲିସ ରକ୍ତରଞ୍ଜିତ ଦାଆ ଓ ରାଜାଙ୍କ ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍‌, ରେନ୍‌କୋଟ୍‌, ଶାର୍ଟ, ଫୋନ୍‌ ଫ୍ରାଗ୍‌ମେଣ୍ଟ୍ସ ଜବତ କରିଥିଲା। ୯ରେ ସୋନମ ଉତ୍ତର ପ୍ରଦେଶର ଗାଜିପୁରରେ ଆମତ୍ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି। ଇତିମଧ୍ୟରେ ଏହି ଅପରାଧର ସହଅଭିଯୁକ୍ତ ଆକାଶ ରାଜପୁତ (ଲଳିତପୁର, ୟୁପି), ବିଶାଲ ସିଂ ଚୌହାନ ଓ ରାଜ ସିଂ କୁଶଓ୍ବାହ (ଇନ୍ଦୋର, ଏମ୍‌ପି), ଆନନ୍ଦ କୁର୍ମି (ସାଗର, ଏମ୍‌ପି) ଗିରଫ ମଧ୍ୟ ହୋଇଛନ୍ତି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ଜେରା ବେଳେ କହିଛନ୍ତି, ସେ ଉକ୍ତ ବିବାହକୁ ନେଇ ଖୁସି ନ ଥିଲେ। ତାଙ୍କ ବାପାଙ୍କ କର୍ମଚାରୀ ରାଜ କୁଶଓ୍ବାହଙ୍କୁ ବିବାହ କରିବାକୁ ଚାହୁଁଥିବାରୁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ଇନ୍ଦୋରରେ ଯୋଜନା କରିଥିଲେ। ଏଥିଲାଗି ରାଜ ୩ ଜଣ(ଆକାଶ, ଆନନ୍ଦ ଓ ବିଶାଲ)ଙ୍କୁ ନିୟୋଜିତ କରିଥିଲେ। ମେ’ ୨୩ରେ ରାଜାଙ୍କୁ ହତ୍ୟା କରିବା ପାଇଁ ସେମାନେ ଏକତ୍ରିତ ହୋଇଥିଲେ।

ସୋନମଙ୍କ ନିର୍ଦ୍ଦେଶକ୍ରମେ ଆକାଶ, ଆନନ୍ଦ ଓ ବିଶାଲ ଧାରୁଆ ଅସ୍ତ୍ରରେ ଆଘାତ ଦେଇ ରାଜାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଖାଇକୁ ଫିଙ୍ଗି ଦେଇଥିଲେ। ପରେ ସେମାନେ ଏକ ଟ୍ୟାକ୍ସିରେ ଗୁଆହାଟୀକୁ ଫେରାର ହୋଇଯାଇଥିଲେ। ୩ ଅଭିଯୁକ୍ତ ପୃଥକ୍‌ ଭାବେ ଟ୍ରେନ୍‌ରେ ଇନ୍ଦୋର ଯାଇଥିଲେ ବୋଲି ସୋନମ କହିଛନ୍ତି। ମେଘାଳୟ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ୫ ଅଭିଯୁକ୍ତଙ୍କୁ ୮ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି। ଇତିମଧ୍ୟରେ ସୋନମଙ୍କ ଭାଇ ଗୋବିନ୍ଦ କହିଛନ୍ତି, ରାଜାଙ୍କୁ ଭଉଣୀ ହିଁ ହତ୍ୟା କରାଇଛନ୍ତି। ତେଣୁ ଦୋଷ ପ୍ରମାଣିତ ହେଲେ ସୋନମଙ୍କୁ ଫାଶୀ ଦିଆଯିବା ଉଚିତ। ତାଙ୍କୁ ଦଣ୍ଡିତ କରାଇବାରେ ସେ ସହଯୋଗ କରିବେ ବୋଲ ଗୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri