Posted inଜାତୀୟ

ହୋଟେଲ୍ ରୁମ୍ ଭିତରେ ସୋନମ-ପ୍ରେମିକ ରାଜ କୁଶୱାହାଙ୍କ ଫଟୋ ଭାଇରାଲ, ହତ୍ୟା ପୂର୍ବରୁ କରୁଥିଲେ…

ଇନ୍ଦୋର,୧୧।୬: ଦିନ ଯେତେ ଗଡ଼ୁଛି ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାଶ ହେବାରେ ଲାଗିଛି । ଏହାରି ଭିତରେ ସୋନମ ରଘୁବଂଶୀ ଏବଂ ରାଜ କୁଶୱାହାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସୋନମ ଏବଂ ରାଜ ବହୁତ ଖୁସି ଦେଖାଯାଉଛନ୍ତି। ଏପର୍ଯ୍ୟନ୍ତ ପ୍ରେମିକ ରାଜଙ୍କ ବନ୍ଧୁ ଏବଂ ପରିଚିତ ଲୋକମାନେ ଦାବି କରୁଥିଲେ ଯେ ରାଜ ସୋନମଙ୍କୁ ’ଦିଦି’ ବୋଲି ଡାକୁଥିଲେ। କିନ୍ତୁ ଏହି ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ପୋଲିସ ସୂତ୍ର ଅନୁସାରେ, ଏହି ଫଟୋ ହତ୍ୟା ପୂର୍ବରୁ ଏବଂ ସମ୍ଭବତଃ ଇନ୍ଦୋରର କୌଣସି ସ୍ଥାନରେ ଉଠାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ମେଘାଳୟ ପୋଲିସ ଏବଂ ଇନ୍ଦୋର କ୍ରାଇମବ୍ରାଞ୍ଚର ମିଳିତ ତଦନ୍ତରୁ ଜଣାପଡିଛି ଯେ, ହତ୍ୟାର କିଛି ଦିନ ପୂର୍ବରୁ ସୋନମ ଏବଂ ରାଜ ଇନ୍ଦୋରର ଏକ ଭଡା ଫ୍ଲାଟରେ ଏକାଠି ସମୟ ବିତାଇଥିଲେ।

ଏହି ମାମଲାର ତଦନ୍ତ ସମୟରେ ମେଘାଳୟ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି, ସେମାନେ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କୁ ମୁହାଁମୁହିଁ ଆଣିଛନ୍ତି। ଏହି ମୁହାଁମୁହିଁ କାର୍ଯ୍ୟାନୁଷ୍ଠାନରେ, ପୋଲିସ ପାଖରେ ଉପଲବ୍ଧ ଦୃଢ଼ ପ୍ରମାଣ ଏବଂ ପ୍ରଶ୍ନର ଚାପରେ ସୋନମ ଶେଷରେ ଭାଙ୍ଗି ପଡ଼ିଛନ୍ତି।

ଘଟଣା ପରେ ହତ୍ୟାକାରୀଙ୍କ ସହ ସୋନମଙ୍କ ସାକ୍ଷାତର ସିସିଟିଭି ଫୁଟେଜ  ପୋଲିସ ଦେଖାଇଥିଲା, ଏହା ବ୍ୟତୀତ ଘଟଣାସ୍ଥଳରୁ ମିଳିଥିବା ସୋନମଙ୍କ ସାର୍ଟର ଫଟୋ ମଧ୍ୟ ଦେଖାଯାଇଥିଲା। ଏହା ପରେ ସୋନମ ରଘୁବଂଶୀ SIT ସମ୍ମୁଖରେ ସୱୀକାର କରିଥିଲେ ଯେ ସେ ରାଜାଙ୍କୁ ହତ୍ୟା କରିଥିଲେ। ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ରଘୁବଂଶୀ ଆଜି ଅପରାହ୍ନରେ ଇନ୍ଦୋରରେ ରାଜାଙ୍କ ଘରେ ପହଞ୍ଚିଥିଲେ। ଗୋବିନ୍ଦ ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ ଭାବରେ କହିଥିଲେ ଯେ ଯିଏ ହତ୍ୟା କରିଛି ତାକୁ ଫାଶି ଦିଆଯିବା ଉଚିତ। ଗୋବିନ୍ଦ ଦାବି କରିଥିଲେ ଯେ ତାଙ୍କୁ ସୋନମର କୌଣସି ଷଡ଼ଯନ୍ତ୍ର ବିଷୟରେ କୌଣସି ଜ୍ଞାନ ନାହିଁ। ନଚେତ୍ ଆମେ ଏହି ହତ୍ୟା ହେବାକୁ ଦେଇନଥାନ୍ତୁ।

ସେ କହିଥିଲେ ଯେ ଗାଜିପୁରରେ ସୋନମଙ୍କ ସହ ତାଙ୍କର କେବଳ ଦୁଇ ମିନିଟ୍ ସାକ୍ଷାତ ହୋଇଥିଲା, ଏବଂ ସେହି ସମୟରେ ସୋନମ କୌଣସି ଅପରାଧ ସ୍ୱୀକାର କରିନଥିଲେ। ଗୋବିନ୍ଦ ରାଜ କୁଶୱାହାଙ୍କ ସହ ସୋନମର ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଥିଲେ ଏବଂ କହିଥିଲେ, ସେ ଆମ ଘରେ କେବଳ ଜଣେ କର୍ମଚାରୀ ଥିଲେ, ସୋନମ ତାଙ୍କୁ ରାକ୍ଷୀ ବାନ୍ଧୁଥିଲେ। ମୁଁ ତାଙ୍କ ସମ୍ପର୍କ ବିଷୟରେ ଜାଣିନାହିଁ।

ସୋନମଙ୍କ ବିବାହ ବିଷୟରେ ଉଠାଯାଉଥିବା ପ୍ରଶ୍ନ ଉପରେ ଗୋବିନ୍ଦ କହିଛନ୍ତି, ପଣ୍ଡିତ ମୁହୂର୍ତ୍ତ ପାଇଥିବାରୁ ବିବାହ ଶୀଘ୍ର କରାଯାଇଥିଲା। ସେ ସ୍ପଷ୍ଟ କରିଛନ୍ତି ଯେ, ପାରିବାରିକ ସ୍ତରରେ କୌଣସି ଶୀଘ୍ରତା ନଥିଲା, ସବୁକିଛି ଧାର୍ମିକ ନିୟମ ଅନୁଯାୟୀ ହୋଇଥିଲା। ରାଜାଙ୍କ ଭାଇ ବିପିନ ରଘୁବଂଶୀ କହିଛନ୍ତି ଯେ, ଗୋବିନ୍ଦ ମଙ୍ଗଳବାର ଦିନ ହିଁ ଇନ୍ଦୋରରେ ପହଞ୍ଚିଥିଲେ ଏବଂ ହୁଏତ ତାଙ୍କର ଏହି ହତ୍ୟା ଯୋଜନା ବିଷୟରେ କୌଣସି ଧାରଣା ନଥିଲା। ସେ କହିଛନ୍ତି, ଆମେ ଗୋବିନ୍ଦଙ୍କ ସହ ଖୋଲାଖୋଲି କଥା ହୋଇଥିଲୁ ଏବଂ ସେ ଏହି ଷଡ଼ଯନ୍ତ୍ର ବିଷୟରେ ଅଜ୍ଞ ଥିବା ପରି ମନେ ହେଉଛି। ଆମେ ତାଙ୍କ ସହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri