ମାଲଦ୍ୱୀପରେ ସୋନାକ୍ଷୀ

ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର ସୁନ୍ଦର ସମୁଦ୍ର କୂଳର ଦୃଶ୍ୟ ଶେୟାର କରୁଥିବା ଦେଖାଯାଇଛି । ନିକଟରେ ବଲିଉଡ୍‌ର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବି ଛୁଟି କାଟିବାକୁ ମାଲଦ୍ୱୀପ ଯାଇଥିବା ଜଣାପଡିଛି । ସେଠାରେ ସେ ଏନଜୟ କରିବା ସହ ମଝିରେ ମଝିରେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖାଯାଇଛି । ଆଉ ଏହି ଫଟୋ ସବୁ ତାଙ୍କ ପ୍ରଶଂସକଙ୍କ ମନକୁ ବେଶ୍ ପାଉଛି । କରୋନାର ପ୍ରକୋପ ଶେଷ ହୋଇ ନ ଥିଲେ ବି ବେଶ୍ କିଛିଦିନ ଘରେ ରହି ଏବେ ଟିକେ ମନକୁ ହାଲ୍‌କା କରିବାକୁ କେତେଜଣ ସେଲିବ୍ରିଟି ବିଦେଶ ଗସ୍ତ କରୁଥିବା ଦେଖାଯାଇଛି । ଏବେ ସୋନାକ୍ଷୀ ମାଲଦ୍ୱୀପରେ ଛୁଟି କାଟୁଥିବା ବେଳେ ସମୁଦ୍ର କୂଳରେ ଏକ ଶିପ ଉପରେ ବସି ସୂର୍ଯ୍ୟାସ୍ତ ଦୃଶ୍ୟ ଉପଭୋଗ କରୁଥିବାର ଏକ ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋଟି ଶେୟାର କରିବା ସହ ଅଭିନେତ୍ରୀ ଲେଖିଛନ୍ତି ଏଥିରେ କୌଣସି ଫିଲଟର କରାଯାଇ ନାହିଁ । ତେବେ ଫଟୋରେ ସୋନାକ୍ଷୀ ଯେତିକି ସୁନ୍ଦର ଲାଗୁଛନ୍ତି ତାଠାରୁ ଅଧିକ ସୁନ୍ଦର ଲାଗୁଛି ସୂର୍ଯ୍ୟାସ୍ତର ଦୃଶ୍ୟ ।

Share