ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ ସ୍ୱପ୍ନର ଘର କିଣିଥିବା ଦେଖାଯାଇଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଜାହ୍ନବୀ କପୁର, ହ୍ରିତିକ ରୋଶନ, ଆଲିଆ ଭଟ୍ଟ । ହେଲେ ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ପୂର୍ବରୁ ସୋନାକ୍ଷୀ ଏକ ସାକ୍ଷାତ୍‌କାରରେ କହିଥିଲେ କି ସେ ତାଙ୍କ ରୋଜଗାରରେ ୩୦ ବର୍ଷ ବୟସ ବେଳକୁ ଏକ ଘର କିଣିବାକୁ ଯୋଜନା ରଖିଛନ୍ତି । ଯାହା ହେବ ତାଙ୍କ ସ୍ୱପ୍ନର ଘର । ଅବଶ୍ୟ ସେହି ସମୟ ଅତିକ୍ରମ କରିଯାଇଥିଲେ ବି ଏବେ ତାଙ୍କ ସ୍ୱପ୍ନ ସତ ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ସୋନାକ୍ଷୀ ଏକ ୪ ବିଏଚ୍‌କେ ଘର କିଣିଥିବା ଜଣାପଡିଛି । ଅବଶ୍ୟ ଏବେ ସେ ନୂଆ ଘରକୁ ସିପ୍ଟ ନ ହୋଇ ନିଜ ମାତାପିତାଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଗତବର୍ଷ ସୋନାକ୍ଷୀ ପିତା ଶତ୍ରୁଘ୍ନ ସିହ୍ନାଙ୍କ ଘର ‘ରାମାୟଣ’ରେ ନିଜ ପାଇଁ ଏକ ଫ୍ଲୋର ରିନୋଭେଟ କରିଥିଲେ । ଆଉ ଏବେ ସେ ସେହିଠାରେ ହିଁ ରହିବେ ବୋଲି କହିଛନ୍ତି । ନୂଆ ଘର କେବଳ ସ୍ୱପ୍ନ ପୂରଣ ସହ ଇନଭେଷ୍ଟମେଣ୍ଟ ପାଇଁ କିଣିଥିବା ସେ ପ୍ରକାଶ କରିଛନ୍ତି ।

Share