ଫେସବୁକ୍‌ ପୋଷ୍ଟ ଯୋଗୁ ୧୭ ବର୍ଷ ପରେ ମା‘ଙ୍କୁ ଭେଟିଲେ ପୁଅ…

ନୂଆଦିଲ୍ଲୀ,୨୨।୭ : ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ମାନବ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଆଜି, ସୋସିଆଲ ମିଡିଆ ସୂଚନା ପ୍ରଦାନ କରିବାର ଦ୍ରୁତତମ ମାଧ୍ୟମ ପାଲଟିଛି। ଅନେକ ଥର ଏହା ବର୍ଷ ବର୍ଷ ପୂର୍ବରୁ ଅଲଗା ହୋଇଥିବା ପ୍ରିୟଜନଙ୍କ ସହ ମିଳିତ ହେବାରେ ସାହାଯ୍ୟ କରୁଛି। କେରଳର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ଯିଏ ଚାକିରି ଖୋଜିବା ପାଇଁ ୧୭ ବର୍ଷ ପୂର୍ବେ ବ୍ରିଟେନ ଯାଇଥିଲେ କିନ୍ତୁ ନିଖୋଜ ହୋଇଯାଇଥିଲେ। ଏକ ଫେସବୁକ ପୋଷ୍ଟ ତାଙ୍କୁ ୧୭ ବର୍ଷ ପରେ ତାଙ୍କ ମା ସହିତ ମିଳିତ ହେବାକୁ ସାହାଯ୍ୟ କଲା। ଏହା ବ୍ୟତୀତ ଦିଲ୍ଲୀର ଜଣେ ଓକିଲ ତଥା କାର୍ଯ୍ୟକର୍ତ୍ତା ଯୁବକଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଥିଲେ।

ବାସ୍ତବରେ, କେରଳର ରାଜଧାନୀ ଥିରୁବନନ୍ତପୁରମର ନାଗାରୁରର ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଜାରି ଜରୁରୀକାଳୀନ ପ୍ରମାଣପତ୍ରରେ ଜୁଲାଇ ୬ ରେ ଦିଲ୍ଲୀରେ ପହଞ୍ଚିଥିଲେ। ଜୁଲାଇ ୧୦ରେ, ଯେତେବେଳେ ଓକିଲ ଦୀପା ଜୋସେଫ ଦିଲ୍ଲୀର ଅନ୍ତର୍ଜାତୀୟ ଟର୍ମିନାଲରେ ଉପସ୍ଥିତ ଥିଲେ। ସେ ଦେଖିଲେ ଜଣେ ବ୍ୟକ୍ତି ସେଠାରେ ଥିବା କାଫଟେରିଆ କର୍ମଚାରୀଙ୍କ ସହ ଝଗଡା କରୁଛନ୍ତି। କର୍ମଚାରୀମାନେ କହୁଥିଲେ ସେ କାଉଣ୍ଟରରେ ରଖାଯାଇଥିବା ଖାଦ୍ୟ ଚୋରି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆଡଭୋକେଟ ଦୀପା ଜୋସେଫ ଏସବୁ ଦେଖି କର୍ମଚାରୀଙ୍କ ସହ କଥା ହୋଇଥିଲେ। ଖାଦ୍ୟ ପାଇଁ ଦେୟ ସେ ପ୍ରଦାନ କରିଥିଲେ। ସେ ଜାଣିବାକୁ ପାଇଲି ଯେ ବ୍ୟକ୍ତି ଜଣକ ଜରୁରୀକାଳୀନ ପାସପୋର୍ଟରେ ଭାରତରେ ପହଞ୍ଚିଛନ୍ତି। ସେତେବେଳେ ମୁଁ ତାଙ୍କ ସୂଚନା ମାଗିଥିଲେ। ସେ କେରଳରେ ତାଙ୍କ ପରିବାର ବିଷୟରେ ସ୍ପଷ୍ଟ ଉତ୍ତର ଦେଇପାରି ନ ଥିଲେ। ସେ ବିବ୍ରତ ମନେ ହେଉଥିଲେ। ତାଙ୍କ ପାଖରେ ସିମ କାର୍ଡ ବିନା ପୁରୁଣା ମୋବାଇଲ ଫୋନ ଏବଂ ୨ ଡଲାର ଥିଲା। ଦୀପା ସେହି ବ୍ୟକ୍ତିଙ୍କ କିଛି ଚିତ୍ର ତାଙ୍କ ଫେସବୁକ ଆକାଉଣ୍ଟରେ ଶେୟାର କରିଥିଲେ। ସେ ଆଶା କରିଥିଲେ ଏହି ଚିତ୍ର ମାଧ୍ୟମରେ ବ୍ୟକ୍ତି ତାଙ୍କ ପରିବାରରେ ପହଞ୍ଚି ପାରିବେ।

ଦୀପାଙ୍କ ଆଶା ସଫଳ ହୋଇଥିଲା। ସେହି ଦିନ ସନ୍ଧ୍ୟାରେ ଜଣେ ବ୍ୟକ୍ତି ତାଙ୍କ ଠିକଣା ସହିତ ସେହି ଅଞ୍ଚଳରେ ପୋଲିସ ଅଧିକାରୀଙ୍କ ଫୋନ ନମ୍ବର ଶେୟାର କରିଥିଲେ। ଯେତେବେଳେ ସେ ପୋଲିସ ସହ ଯୋଗାଯୋଗ କରିଥିଲେ ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯେ ଉକ୍ତ ବ୍ୟକ୍ତିଙ୍କ ମା ଷ୍ଟେଶନରେ ପହଞ୍ଚି ସାରିଛନ୍ତି। ଫଟୋରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ପୁଅ, ଯିଏ ୧୬ ବର୍ଷ ପୂର୍ବେ ବ୍ରିଟେନ ଯାଇଥିଲେ ଏବଂ ଏହା ପରେ ସେ ପରିବାର ସହ ସମ୍ପର୍କ ହରାଇଥିଲେ। ଏହା ପରେ ଦୀପା ଦିଲ୍ଲୀର ବ୍ୟକ୍ତିଙ୍କୁ ଖୋଜିଥିଲେ। ଗତ ରବିବାର ଦିନ, ବ୍ୟକ୍ତି ଜଣକ ୧୭ ବର୍ଷ ପରେ ତାଙ୍କ ମାଙ୍କୁ ଭେଟିଥିଲେ। ଉକ୍ତ ବ୍ୟକ୍ତିଙ୍କ ମା କହିଛନ୍ତି, ସେ ୧୭ ର୍ଷ ପୂର୍ବେ ବ୍ରିଟେନ ଯାଇଥିଲେ, କିନ୍ତୁ ସେ ସେଠାରେ ଥିବା ଚାକିରି ବିଷୟରେ ମୋତେ କେବେ କହି ନ ଥିଲେ। ସେ କେବଳ ବେଳେବେଳେ ଫୋନ କରୁଥିଲେ। ମୁଁ ଭାବିଥିଲି ଏଜନ୍ମରେ ମୁଁ ଆଉ ତାଙ୍କୁ ଭେଟି ପାରିବି ନାହିଁ। ମାତ୍ର ଫେସବୁକ୍‌ ମୋ ପୁଅ ସହିତ ମୋର ଭେଟ କରାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri