Categories: ଫୁରସତ

ବାପାଙ୍କ କାରକୁ ମାଙ୍କ ଲିପ୍ଟିକ୍‌ରେ ସଜେଇଲେ ପୁଅ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କୁନି ପିଲାକୁ ଦେଖିବାକୁ ମିଳୁଛି। ଯିଏ ଘରର କାନ୍ଥ କିମ୍ବା ଚଟାଣରେ ନୁହେଁ ବଂର ବାପାଙ୍କ କାରକୁ ମାଙ୍କ ଲିପ୍‌ଷ୍ଟିକ୍‌ରେ ଚିତ୍ରବିଚିତ୍ର କରୁଛନ୍ତି। ପରେ ଖେଳନା ଗାଡ଼ି ନେଇ ଚାଲି ଯାଉଛନ୍ତି। ଭିଡିଓଟି ମୋରିସା ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଯାହା ଭାଇରାଲ ହେଉଛି।

Share