ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦିନ ପୁର୍ବରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ କହିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାରୀ ପୁଅଙ୍କୁ ଅଟକ ରଖି ତଦନ୍ତ କରୁଛି।


