ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ ଅଧାଗଢ଼ା ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଏବେ ପ୍ରବଳ ଶୀତ ସାଙ୍ଗକୁ କାକର ପଡୁଥିବାବେଳେ ଭାଗ୍ୟକୁ ଆଦରି ସେମାନେ ଉକ୍ତ ଘରେ ରହିଛନ୍ତି। ତୁରନ୍ତ ସେମାନଙ୍କୁ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବୃଦ୍ଧାବସ୍ଥାରେ ଏହି ଦମ୍ପତିଙ୍କର ସାହାରା ହେବା କଥା ତାଙ୍କର ଏକମାତ୍ର ପୁଅ। ହେଲେ ସେ ତାଙ୍କ ମା’, ବାପାଙ୍କୁ ଅଣଦେଖା କରି ପରିବାର ସହ ଶ୍ୱଶୁରଘର ଗ୍ରାମରେ ରହୁଛନ୍ତି। ଅନ୍ୟର ଆଶ୍ରୟରେ ଆଶ୍ରିତ ଏହି ବୃଦ୍ଧ ମା’, ବାପା ପନେସରା ଗଁା ମୁଣ୍ଡରେ ଥିବା ଅର୍ଦ୍ଧନିର୍ମିତ ଘରେ ଜୀବନ ଅତିବାହିତ କରୁଛନ୍ତି। ଉକ୍ତ ଘରର କବାଟ ନ ଥିବାବେଳେ ମୁଣ୍ଡ ଉପରେ ଛାତ ନାହିଁ ା ଘର ବାରଣ୍ଡାରେ ପଲିଥିନ ଢାଙ୍କି ଶୀତ, କାକରରେ ଦିନ କାଟୁଛନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ, ପୁଅଙ୍କ ବିବାହ ସରିଯାଇଛି। ପୁଅ ବିବାହ କରିବା ପରେ ପରିବାର ସହ ଗୋଟିଏ ଦଶନ୍ଧି ହେଲା ଶ୍ୱଶୁର ଘର ଗୌରେନମୁଣ୍ଡାରେ ରହି ଆସୁଛନ୍ତି। ଏହାପରେ ବୃଦ୍ଧ ଦମ୍ପତି ଲୋଇସିଂହା ଥାନା ଅନ୍ତର୍ଗତ ବଘାପାଲି ଗ୍ରାମର ଝିଅ ଘରେ ୫ ବର୍ଷ ଧରି ରହିଆସୁଥିଲେ। କିନ୍ତୁ ଦାରିଦ୍ର୍ୟ କାରଣରୁ ଝିଅ, ଜ୍ୱାଇଁ ତାଙ୍କ ସନ୍ତାନକୁ ଗ୍ରାମରେ ଛାଡି ଦାଦନ ଖଟିବା ପାଇଁ ତାମିଲନାଡୁ ଚାଲିଯାଇଥିଲେ। ପରେ ଏହି ଦମ୍ପତି ପନେସରା ଗ୍ରାମକୁ ଚାଲିଆସିଥିଲେ। ଘରେ କେହି ନ ଥିବାରୁ ପୁଅ ମା’,ବାପାଙ୍କୁ ନିଜ ପାଖକୁ ନେଇଥିଲେ। ହେଲେ ସେଠାରେ କିଛିମାସ ରଖିଲା ପରେ ପ୍ରାୟ ୭ ମାସ ହେବ ସେମାନଙ୍କୁ ପନେସରା ଗ୍ରାମକୁ ଆଣି ଛାଡି ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି। ହୀରାପୁର ପଞ୍ଚାୟତ ପକ୍ଷରୁ ଏହି ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୧ ହଜାର ଟଙ୍କା ଲେଖାଏ ଓ ଅନ୍ତ୍ୟୋଦୟ ଯୋଜାନାରେ ୩୫ କେଜି ଚାଉଳ ମିଳୁଛି। ହେଲେ ବାର୍ଦ୍ଧକ୍ୟ ଯୋଗୁ ନିଜେ ରୋଷେଇ କରି ଖାଇବା ସେମାନଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡିଛି। ଗ୍ରାମକୁ ଆସିଲା ପରେ କିଛିଦିନ ରୋଷେଇ କରି ଖାଇ ନ ପାରି ଉପବାସରେ ଏହି ଦମ୍ପତି ଦିନ କାଟିଥିଲେ। ସେବେଠାରୁ ତାଙ୍କ ସମ୍ପର୍କିୟ ପୁଅ ଚନ୍ଦ୍ରଭାନୁଙ୍କ ପରିବାର ଦିନକୁ ଦୁଇବେଳା ଖାଦ୍ୟପେୟ ଦେଉଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ରମାକାନ୍ତ ବିଶ୍ୱାଳ ସେମାନଙ୍କ ଅସହାୟତା ଦେଖି ବୃଦ୍ଧାଶ୍ରମରେ ରହିବା ପାଇଁ କହିଥିଲେ। କିନ୍ତୁ ଜନ୍ମକଲା ପୁଅ ହତାଦର କଲା, ଖାଇବାକୁ ମିଳୁ କିମ୍ବା ନ ମିଳୁ ଏଠାରେ ମରି ମାଟିରେ ମିଶିବୁ ପଛେ କୌଣସି ବୃଦ୍ଧାଶ୍ରମକୁ ଯିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ସରପଞ୍ଚଙ୍କୁ ଶୁଣାଇଥିବା ଏହି ବୃଦ୍ଧ ଦମ୍ପତି କହିଥିଲେ। ଅପରପକ୍ଷେ ଉକ୍ତ ଦମ୍ପତିଙ୍କୁ ପ୍ରଶାସନ ପକ୍ଷରୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଯୋଗାଇ ଦେବାକୁ ଗ୍ରାମର କବିତା ନାଏକ, ସରିତା ନାଏକ, ରୁକି୍ମଣୀ ପଧାନ, ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ ବିଶ୍ୱାଳ କହିଛନ୍ତି, ବୃଦ୍ଧ ଦମ୍ପତିଙ୍କ ଅସୁବିଧା ସମ୍ପର୍କରେ ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥର ଆଲର୍ଟରେ ଘର ବ୍ୟବସ୍ଥା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri