ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ ଅଧାଗଢ଼ା ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଏବେ ପ୍ରବଳ ଶୀତ ସାଙ୍ଗକୁ କାକର ପଡୁଥିବାବେଳେ ଭାଗ୍ୟକୁ ଆଦରି ସେମାନେ ଉକ୍ତ ଘରେ ରହିଛନ୍ତି। ତୁରନ୍ତ ସେମାନଙ୍କୁ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବୃଦ୍ଧାବସ୍ଥାରେ ଏହି ଦମ୍ପତିଙ୍କର ସାହାରା ହେବା କଥା ତାଙ୍କର ଏକମାତ୍ର ପୁଅ। ହେଲେ ସେ ତାଙ୍କ ମା’, ବାପାଙ୍କୁ ଅଣଦେଖା କରି ପରିବାର ସହ ଶ୍ୱଶୁରଘର ଗ୍ରାମରେ ରହୁଛନ୍ତି। ଅନ୍ୟର ଆଶ୍ରୟରେ ଆଶ୍ରିତ ଏହି ବୃଦ୍ଧ ମା’, ବାପା ପନେସରା ଗଁା ମୁଣ୍ଡରେ ଥିବା ଅର୍ଦ୍ଧନିର୍ମିତ ଘରେ ଜୀବନ ଅତିବାହିତ କରୁଛନ୍ତି। ଉକ୍ତ ଘରର କବାଟ ନ ଥିବାବେଳେ ମୁଣ୍ଡ ଉପରେ ଛାତ ନାହିଁ ା ଘର ବାରଣ୍ଡାରେ ପଲିଥିନ ଢାଙ୍କି ଶୀତ, କାକରରେ ଦିନ କାଟୁଛନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ, ପୁଅଙ୍କ ବିବାହ ସରିଯାଇଛି। ପୁଅ ବିବାହ କରିବା ପରେ ପରିବାର ସହ ଗୋଟିଏ ଦଶନ୍ଧି ହେଲା ଶ୍ୱଶୁର ଘର ଗୌରେନମୁଣ୍ଡାରେ ରହି ଆସୁଛନ୍ତି। ଏହାପରେ ବୃଦ୍ଧ ଦମ୍ପତି ଲୋଇସିଂହା ଥାନା ଅନ୍ତର୍ଗତ ବଘାପାଲି ଗ୍ରାମର ଝିଅ ଘରେ ୫ ବର୍ଷ ଧରି ରହିଆସୁଥିଲେ। କିନ୍ତୁ ଦାରିଦ୍ର୍ୟ କାରଣରୁ ଝିଅ, ଜ୍ୱାଇଁ ତାଙ୍କ ସନ୍ତାନକୁ ଗ୍ରାମରେ ଛାଡି ଦାଦନ ଖଟିବା ପାଇଁ ତାମିଲନାଡୁ ଚାଲିଯାଇଥିଲେ। ପରେ ଏହି ଦମ୍ପତି ପନେସରା ଗ୍ରାମକୁ ଚାଲିଆସିଥିଲେ। ଘରେ କେହି ନ ଥିବାରୁ ପୁଅ ମା’,ବାପାଙ୍କୁ ନିଜ ପାଖକୁ ନେଇଥିଲେ। ହେଲେ ସେଠାରେ କିଛିମାସ ରଖିଲା ପରେ ପ୍ରାୟ ୭ ମାସ ହେବ ସେମାନଙ୍କୁ ପନେସରା ଗ୍ରାମକୁ ଆଣି ଛାଡି ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି। ହୀରାପୁର ପଞ୍ଚାୟତ ପକ୍ଷରୁ ଏହି ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୧ ହଜାର ଟଙ୍କା ଲେଖାଏ ଓ ଅନ୍ତ୍ୟୋଦୟ ଯୋଜାନାରେ ୩୫ କେଜି ଚାଉଳ ମିଳୁଛି। ହେଲେ ବାର୍ଦ୍ଧକ୍ୟ ଯୋଗୁ ନିଜେ ରୋଷେଇ କରି ଖାଇବା ସେମାନଙ୍କ ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡିଛି। ଗ୍ରାମକୁ ଆସିଲା ପରେ କିଛିଦିନ ରୋଷେଇ କରି ଖାଇ ନ ପାରି ଉପବାସରେ ଏହି ଦମ୍ପତି ଦିନ କାଟିଥିଲେ। ସେବେଠାରୁ ତାଙ୍କ ସମ୍ପର୍କିୟ ପୁଅ ଚନ୍ଦ୍ରଭାନୁଙ୍କ ପରିବାର ଦିନକୁ ଦୁଇବେଳା ଖାଦ୍ୟପେୟ ଦେଉଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ରମାକାନ୍ତ ବିଶ୍ୱାଳ ସେମାନଙ୍କ ଅସହାୟତା ଦେଖି ବୃଦ୍ଧାଶ୍ରମରେ ରହିବା ପାଇଁ କହିଥିଲେ। କିନ୍ତୁ ଜନ୍ମକଲା ପୁଅ ହତାଦର କଲା, ଖାଇବାକୁ ମିଳୁ କିମ୍ବା ନ ମିଳୁ ଏଠାରେ ମରି ମାଟିରେ ମିଶିବୁ ପଛେ କୌଣସି ବୃଦ୍ଧାଶ୍ରମକୁ ଯିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ସରପଞ୍ଚଙ୍କୁ ଶୁଣାଇଥିବା ଏହି ବୃଦ୍ଧ ଦମ୍ପତି କହିଥିଲେ। ଅପରପକ୍ଷେ ଉକ୍ତ ଦମ୍ପତିଙ୍କୁ ପ୍ରଶାସନ ପକ୍ଷରୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଯୋଗାଇ ଦେବାକୁ ଗ୍ରାମର କବିତା ନାଏକ, ସରିତା ନାଏକ, ରୁକି୍ମଣୀ ପଧାନ, ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ ବିଶ୍ୱାଳ କହିଛନ୍ତି, ବୃଦ୍ଧ ଦମ୍ପତିଙ୍କ ଅସୁବିଧା ସମ୍ପର୍କରେ ବ୍ଲକ୍‌ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥର ଆଲର୍ଟରେ ଘର ବ୍ୟବସ୍ଥା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇ ଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri