୫୦୦ ଟଙ୍କା ପାଇଁ ମା’ଙ୍କୁ ହାଣିଲା ପୁଅ

ଆନନ୍ଦପୁର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳର ମଣ୍ଟୁ ଜେନା ଶନିବାର କୌଣସି କାରଣ ପାଇଁ ନିଜ ମା’ଙ୍କୁ ୫୦୦ ଟଙ୍କା ମାଗିଥିଲେ। ମା’ ଏତେ ଅର୍ଥ ଦେବାରେ ଅସମର୍ଥ ପ୍ରକାଶ କରି ମଣ୍ଟୁଙ୍କୁ ୩୦ ଟଙ୍କା ଦେବାରେ ସକ୍ଷମ ହୋଇଥିଲେ। ଆବଶ୍ୟକ ଟଙ୍କା ନ ମିଳିବାରୁ ମଣ୍ଟୁ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ କାତିରେ ମା’ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗି ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।