ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ ଅଘଟଣ।ପାରିବାରିକ ହିଂସା କାରଣରୁ ଗ୍ରାମର କେ.ବୁଲୁ ରେଡ୍ଡୀ(୫୨) ଙ୍କୁ ତାଙ୍କ ଏକମାତ୍ର ପୁଅ କେ.ଧନୁ ରେଡ୍ଡୀ କାତି ଦ୍ଵାରା ଆକ୍ରମଣ କରିଛନ୍ତି। କାତି ଚୋଟ ରେ ବୁଲୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଶନିବାର ରାତିରେ ଧନୁ ତିରୁପତି ରୁ ଗାଁ କୁ ଫେରିଥିଲେ। ମଦ ପିଇବାକୁ ବାପାଙ୍କୁ ଧନୁ ପଇସା ମାଗିଥିଲେ।ସେ ମନା କରିବାରୁ ଉତ୍ତେଜିତ ହୋଇ ଏକ କାତି ରେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।

