Posted inଖେଳ

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ସୁଯୋଗ ମିଳୁନାହିଁ। ଏହି ବର୍ଷ ହିଁ ଧୋନୀ ଖେଳିଥିଲେ ଭାରତ ପାଇଁ ଅନ୍ତିମ ମ୍ୟାଚ୍‌।

” ବେଳେବେଳେ ମୁଁ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରେ। କାରଣ ସେ ଜଣେ ଅଭିଜ୍ଞ ଉଇକେଟକିପର। ସେ ଉଇକେଟ ପଛରୁ ଆମକୁ ବଡ଼ ପାଟିରେ ଟିପ୍ସ ଦିଅନ୍ତି। ଆମେ ତାଙ୍କ ଅଭିଜ୍ଞତାକୁ ମିସ୍‌ କରୁଛୁ। ଏବେ ରିଷଭ ପନ୍ତ ଉଇକେଟକିପିଂ କରୁଛନ୍ତି। ସେ ଯେତେ ଅଧିକ ମ୍ୟାଚ୍‌ ଖେଳିବେ, ଭବିଷ୍ୟତରେ ସେତେ ଅଧିକ ଟିପ୍ସ ଦେବେ। ମୁଁ ସର୍ବଦା ଅନୁଭବ କରେ, ବୋଲରଙ୍କୁ ଧୋନୀଙ୍କ ଭଳି ପାର୍ଟନର ଦରକାର “ ବୋଲି କୁଲଦୀପ କହିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଦୂରେଇବା ପରେ କୁଲଦୀପ ୨୦୨୦ ଓ ୨୦୨୧ରେ ମାତ୍ର ୭ଟି ଦିନିକିଆ ଖେଳିଛନ୍ତି। ଏହା ତୁଳନାରେ କେବଳ ୨୦୧୯ରେ ଖେଳିଥିଲେ ୨୩ଟି ମ୍ୟାଚ୍‌। ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ କ୍ରିକେଟରୁ ଦୂରେଇ ଯାଇଥିଲେ ଧୋନୀ। ଏହାପରେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଘୋଷଣା କରିଥିଲେ ସନ୍ନ୍ୟାସ।

” ମାହି ଭାଇ ଦଳରେ ଥିବାବେଳେ ମୁଁ ଓ ୟୁଜବେନ୍ଦ୍ର ଚହଲ ଖେଳୁଥିଲୁ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇବା ପରେ ଆମେ କଦାପି ଏକାଠି ଖେଳିନାହୁଁ। ମୋତେ ହାତଗଣତି ମ୍ୟାଚ୍‌ରେ ସୁଯୋଗ ମିଳିଛି। ମୁଁ ହ୍ୟାଟ୍ରିକ ମଧ୍ୟ ନେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ମୋଟାମୋଟି ପ୍ରଦର୍ଶନ ସେତେଟା ଖରାପ ନାହିଁ। ଅବଶ୍ୟ କିଛି ମ୍ୟାଚ୍‌ରେ ମୋ ପ୍ରଦର୍ଶନ ଭଲ ନାହିଁ “ ବୋଲି କୁଲଦୀପ ଏକ ସାକ୍ଷାତ୍‌କାରରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri