Posted inଖେଳ

କେବେ ୭୦-୮୦ ଲକ୍ଷ ତ ପୁଣି କେତେବେଳେ କାର, ଆଉ କେତେବେଳେ ଅନ୍ୟର ବିବାହାର ସମସ୍ତ ଖର୍ଚ୍ଚ ଉଠାନ୍ତି ପାଣ୍ଡ୍ୟା ବଦର୍ସ, ଜାଣନ୍ତୁ ଏମାନଙ୍କ ମହାନତା

ନୂଆଦିଲ୍ଲୀ,୬।୯: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ସେମାନଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚାରେ। ଗ୍ରାଉଣ୍ଡରେ ବୋଲରମାନଙ୍କୁ ଚକମା ଦେଉଥିବା ପାଣ୍ଡ୍ୟା ଭାଇମାନେ ପଡ଼ିଆ ବାହାରେ ବହୁତ ସମ୍ବେଦନଶୀଳ। ପିଲାଦିନର ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସେମାନଙ୍କ ମାନବୀୟ ଚେହେରାକୁ ପ୍ରକାଶ କରିଛନ୍ତି। ଉଭୟ ଭାଇ ପ୍ରଶିକ୍ଷକଙ୍କ ୨ ଭଉଣୀଙ୍କ ବିବାହର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି। ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ନିଜେ ଏ ବିଷୟରେ କହିଛନ୍ତି। ପାଣ୍ଡ୍ୟା ଭାଇମାନେ ପ୍ରଶିକ୍ଷକଙ୍କ ଭଉଣୀମାନଙ୍କୁ ସେମାନଙ୍କ ବିବାହରେ ୭୦-୮୦ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ଜିତେନ୍ଦ୍ର କହିଛନ୍ତି ଯେ ଯେତେବେଳେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ପାଇଁ ଖେଳିଥିଲେ, ସେତେବେଳେ ସେ ଏକ କାର ମୋତେ ଉପହାର ଦେଇଥିଲେ। ଜିତେନ୍ଦ୍ର କୁହନ୍ତି ଯେ ଉଭୟ ଭାଇ ତାଙ୍କୁ ନିଜ ପରିବାରର ଏକ ଅଂଶ ବୋଲି ମାନିଥାନ୍ତି। ସେମାନେ ସବୁବେଳେ ତାଙ୍କ ସୁଖ ଏବଂ ଦୁଃଖରେ ତାଙ୍କ ସହ ଥାଆନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ୨୦୧୮ ମସିହାର ଘଟଣାକୁ ମନେ ପକାଇ କହିଛନ୍ତି ଯେ କିପରି ଉଭୟ ଭାଇ ତାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ। ଦ୍ୱିତୀୟ ଭଉଣୀଙ୍କ ବିବାହ ପାଇଁ ଏକ କାର କିଣିବା ପାଇଁ ୨୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଜିତେନ୍ଦ୍ର କୁମାର କହିଥିଲେ, ‘୨୦୧୮ରେ ହାର୍ଦ୍ଦିକ ଏବଂ କୃଣାଲ ମୋ ପ୍ରଥମ ଭଉଣୀର ବିବାହରେ ଆର୍ଥିକ ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେମାନେ ଫେବୃଆରୀ ୨୦୨୪ରେ ମୋ ଦ୍ୱିତୀୟ ଭଉଣୀର ବିବାହ ସମୟରେ ଏକ କାର୍‌ କିଣିବା ପାଇଁ ୨୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଉପହାର ମଧ୍ୟ ଦେଇଥିଲେ।’ ଜିତେନ୍ଦ୍ର ଆହୁରି କହିଛନ୍ତି, ‘୨୦୧୫-୧୬ରେ ଭାରତର ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ହାର୍ଦ୍ଦିକ ମୋତେ ଏକ କାର୍‌ ଉପହାର ଦେଇଥିଲେ। ଯାହାକି ଜାତୀୟ ଦଳ ସହିତ ତାଙ୍କର ପ୍ରଥମ ମ୍ୟାଚ ଥିଲା। ସେତେବେଳେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ପ୍ରଥମେ ମୁଁ ଏହାକୁ ନେବାକୁ ମନା କରିଦେଲି। ତା’ପରେ କୃଣାଲ ମୋତେ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ, ଯେତେବେଳେ ହାର୍ଦ୍ଦିକ କହିଲେ, ‘ଆମେ ତୁମର ସୁରକ୍ଷା ପାଇଁ ତୁମକୁ ଏକ କାର୍‌ ଦେଉଛୁ। ବାଇକ ଚଲାଇବା ସମୟରେ ତୁମର କୌଣସି ଦୁର୍ଘଟଣା ହେବା ଉଚିତ ନୁହେଁ।’ ତେଣୁ ମୁଁ ରାଜି ହୋଇଗଲି। ଏହା ଜଣେ ପ୍ରଶିକ୍ଷକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ତାଙ୍କର ଉପାୟ ଥିଲା ଯିଏ ସର୍ବଦା ଆବଶ୍ୟକ ସମୟରେ ମୋ ସହିତ ଥିଲେ।’
ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୯ ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ ୨୦୨୫ରେ ଦେଖିବାକୁ ମିଳିବ। ଏହି ଅଲରାଉଣ୍ଡର ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ନୂଆ ରୂପରେ ନଜର ଆସିଛନ୍ତି ଏବଂ ଏବେ ତାଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି। ସେ ତାଙ୍କ କେଶକୁ ରଙ୍ଗ କରିଛନ୍ତି। ପାଣ୍ଡ୍ୟା ଟିମ ଇଣ୍ଡିଆ ସହିତ ଦୁବାଇ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେ ଏସିଆ କପ ପାଇଁ ତାଙ୍କର ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri