କିଛି ଏମିତି ଥିଲା ମହେଶ ବାବୁ-ନମ୍ରତାଙ୍କ ପ୍ରେମକାହାଣୀ

ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ। ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ପ୍ରଶଂସକମାନେ ସର୍ବଦା ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ବହୁତ ସକ୍ରିୟ ଅଛନ୍ତି।

ନିକଟରେ ନମ୍ରତା ଇନଷ୍ଟାଗ୍ରାମରେ ଲାଇଭ ଚାଟ କରିଥିଲେ ଏବଂ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଜଣେ ୟୁଜର ତାଙ୍କୁ ପଚାରିଲେ, ମହେଶ ବାବୁ ମରାଠୀ କୁହନ୍ତି କି? ଯାହାର ଉତ୍ତର ଦେଇ ସେ କହିଥିଲେ ଏପରି ହୋଇଥାନ୍ତାକି? ସେହି ସମୟରେ ଜଣେ ପଚାରିଛନ୍ତି ତୁମେ କେବେ ଜାଣିଲ ଯେ ତୁମେ ମହେଶ ସାର୍‌ଙ୍କ ପ୍ରେମରେ ପଡିଛ? ନମ୍ରତା କହିଛନ୍ତି, ନ୍ୟୁଜଲ୍ୟାଣ୍ଡରେ ୫୨ ଦିନିଆ କାର୍ଯ୍ୟ ପାଇଁ ଯାଇଥିବାର ଶେଷ ଦିନରେ। ଜଣେ ଟାଟୁ ଦେଖାଇବାକୁ ମଧ୍ୟ ତାଙ୍କୁ କହିଛନ୍ତି। ଯେଉଁଥିରେ ମହେଶ ବାବୁ, ଝିଅ ସୀତାରା ଏବଂ ପୁଅ ଗୌତମଙ୍କ ନାମ ଲେଖାଯାଇଛି।

ନମ୍ରତା ଏବଂ ମହେଶ ବାବୁଙ୍କର ପ୍ରଥମେ ୨୦୦୦ ମସିହାରେ ‘ଭାମସି’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଦେଖା ହୋଇଥିଲା। ପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ଫିଲ୍ମ ଶୁଟିଂ ଶେଷ ହେବା ବେଳକୁ ଦୁହେଁ ପରସ୍ପରକୁ ଭଲ ପାଇସାରିଥିଲେ।

ଏହି ସମ୍ପର୍କକୁ ସେ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚାହିଁଥିଲେ। ଏପରିକି ମହେଶ ତାଙ୍କ ମା’ବାପାଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ କହି ନ ଥିଲେ। ମହେଶ ପ୍ରଥମେ ନିଜ ଭଉଣୀଙ୍କୁ ନମ୍ରତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ।

ପ୍ରାୟ ଚାରି ବର୍ଷ ଧରି ମହେଶ ଏବଂ ନମ୍ରତାଙ୍କର ପ୍ରେମ ସମ୍ପର୍କ ରହିଥିଲା। ପରେ ସେମାନେ ୧୦ ଫେବୃଆରୀ ୨୦୦୫ରେ ବିବାହ କରିଥିଲେ। ନମ୍ରତା ଏବଂ ମହେଶଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅର ନାମ ଗୌତମ ଏବଂ ଝିଅର ସୀତାରା। ନମ୍ରତା ଶିରୋଦକର, ଜଣେ ମଡେଲ ଅଭିନେତ୍ରୀ, ତାଙ୍କର କଚେ ଧାଗେ, ବାସ୍ତବ ଏବଂ ପୁକାର ଭଳି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା। ମାତ୍ର ପରେ ସେ ଚଳଚ୍ଚିତ୍ର ଦୁନିଆରୁ ଦୂରରେ ଯାଇଥିଲେ। ବର୍ତ୍ତମାନ ସେ ବିବାହିତ ଜୀବନରେ ବ୍ୟସ୍ତ ଅଛନ୍ତି।

Share