ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ଝଗଡ଼ା ଲାଗି ରହୁଛି କି? କର୍ପୂରକୁ ଏଭଳି ବ୍ୟବହାର କରି ଦେଖନ୍ତୁ ପରିଣାମ…

ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ବ୍ୟବହାର କଲେ କର୍ପୂର ଜୀବନର ଅନେକ ସମସ୍ୟାରୁ ମୁକ୍ତି ଦେଇପାରିବ…

ଚାକିରି ନଚେତ ବ୍ୟବସାୟରେ ଉପରକୁ ଉଠିବାକୁ ଚାହୁଁଥିଲେ ପ୍ରତିଦିନ ରାତିରେ ସବୁକାମ ଶେଷ କରିଏକ ସଫା ଜାଗାରେ ଗିନାରେ ଲବଙ୍ଗ ଏବଂ କର୍ପୂର ରଖି ଜଳାନ୍ତୁ। ଏପରି କଲେ ଘର ତଥା ପରିବାର ସଦସ୍ୟମାନେ ଉପରକୁ ଉଠିଥାନ୍ତି।

ଘରର ବାସ୍ତୁଦୋଷ ଦୂର କରିବା ପାଇଁ ସମସ୍ତ କୋଠରୀରେ କିଛି କର୍ପୂର ଖଣ୍ଡ ରଖିଦିଅନ୍ତୁ। ଏହା ତରଳିଗଲେ ତା ସ୍ଥାନରେ ଆଉ କିଛି ଖଣ୍ଡ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ପ୍ରତ୍ୟହ ସକାଳେ-ସନ୍ଧ୍ୟାରେ କର୍ପୂରକୁ ଦେଶୀ ଘିଅରେ ବୁଡ଼ାଇ ଜଳାନ୍ତୁ। ଏହାକୁ ଘରର ଚାରିଆଡେ ବୁଲାନ୍ତୁ ।ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଯଦି କଠିନ ପରିଶ୍ରମ ପରେ ବି କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଏକ ଗିନାରେ ନିୟମିତ ଭାବେ ଲବଙ୍ଗ ଓ କର୍ପୂର ଜଳାଇ ଘରସାରା ବୁଲାନ୍ତୁ। ଏହାଦ୍ୱାରା ଅଟକିଥିବା କାମ ଶେଷ ହେବ।

ଧନହାନୀ ହେଉଥିଲେ ନଚେତ ଟଙ୍କା ସଞ୍ଚୟ କରିପାରୁ ନ ଥିଲେ ରାତିରେ ରୂପା ଗିନାରେ କର୍ପୂର-ଲବଙ୍ଗ ରଖି ଜଳାନ୍ତୁ। ଯଦି ରୂପା ଗିନା ନ ଥାଏ ତେବେ ଷ୍ଟିଲ ଗିନାରେ ଏଭଳି ପ୍ରତ୍ୟେହ କରିପାରିବେ। ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲେ ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ କିଛି କର୍ପୂର ନେଇ ସ୍ବାମୀଙ୍କ ତକିଆ ତଳେ ରଖିଦିଅନ୍ତୁ। ସକାଳେ କାହାକୁ କିଛି ନ କହି ଜଳାଇଦିଅନ୍ତୁ। ଏଭଳି କଲେ ପରସ୍ପର ମଧ୍ୟରେ ଶାନ୍ତି ଫେରି ଆସିବ। ଭଲପାଇବା ବୃଦ୍ଧି ପାଇବ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଅଗ୍ନିକୋଣ ଅର୍ଥାତ ଦକ୍ଷିଣପୂର୍ବ କୋଣରେ ପ୍ରତ୍ୟେହ କର୍ପୂର ଜଳାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri