ସୈନ୍ୟ ମିଳିବେ ନାହିଁ ଯୁଦ୍ଧ କରିବାକୁ

ଏଣିକି ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଆକ୍ରମଣ କରିବାକୁ ଚାହୁଁଥିବା ନେତା ଓ ତାଙ୍କ ଅନୁଗାମୀମାନେ ଚିନ୍ତାରେ ପଡ଼ିଲେଣି, ସେନାବାହିନୀ ଯଥେଷ୍ଟ ନ ଥିଲେ ଯୁଦ୍ଧ କରିବା ବୃଥା।ନୌ ଓ ବାୟୁସେନା ଧ୍ୱସ୍ତବିଧ୍ୱସ୍ତ କରିଦେବ ସିନା ବିଜିତ ଅଞ୍ଚଳକୁ ଅକ୍ତିଆରରେ ରଖିବାକୁ ସୈନ୍ୟବଳ ଦରକାର। ମନେପକାନ୍ତୁ ୧୯୪୪ରେ ନର୍‌ମାଣ୍ଡି ଆକ୍ରମଣ ପାଇଁ ୧,୫୬,୦୦୦ ସୈନ୍ୟ ଫ୍ରାନ୍ସର ଉପକୂଳରେ ଓହ୍ଲାଇଥିଲେ। କେତେକ ଓସ୍ତାଦ କହୁଛନ୍ତି, ଯଦି ଚାଇନା ତାଇଓ୍ବାନକୁ ଆକ୍ରମଣ କରେ ପ୍ରାୟ ୧୦ ଲକ୍ଷ ସୈନ୍ୟ ଦରକାର କରିବ। ଯଦି ଆମେରିକା ଫର୍ମୋଜାକୁ (ଗୋଟିଏ ଟାପୁକୁ) ରକ୍ଷା କରିବାକୁ ଚାହେଁ, ପ୍ରଥମ ୩ ସପ୍ତାହରେ ଯାହାଙ୍କୁ ମରଣମୁହଁକୁ ଠେଲିଦେବ ତାହା ଇରାକ-ଆଫଗାନିସ୍ଥାନରେ ୨୦ ବର୍ଷର ଯୁଦ୍ଧରେ ହରାଇଥିବା ସୈନ୍ୟସଂଖ୍ୟାର ପ୍ରାୟ ଅଧା ହେବ ବୋଲି ପଣ୍ଡିତମାନେ ହିସାବ କରୁଛନ୍ତି। ଏମାନଙ୍କ ଭିତରେ ଅଧିକାଂଶ ହୋଇଥିବେ ଜବରଦସ୍ତିରେ ନିଯୁକ୍ତ, କନ୍‌ସ୍କ୍ରିପ୍ଟ ବା ଇଚ୍ଛା ବିରୋଧରେ ଭର୍ତ୍ତି ହୋଇଥିବା ନବଯୁବକ (ଏଯାଏ ଯୁବତୀଙ୍କୁ ନିଆଯିବାର ଆଇନ କୌଣସି ଦେଶ କରିନାହାନ୍ତି)ା ସାମରିକ ଶକ୍ତି ବଢ଼ିଚାଲିଛି, କିନ୍ତୁ ସେନା ମିଳୁନାହାନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ଜଣାଉଛି ରୁଷିଆ କିପରି ଅନ୍ୟ ଦେଶର ଲୋକଙ୍କୁ ମଜୁରି ଦେଇ ଲଢ଼ିବାକୁ କହୁଛି।ୟୁଏସ୍‌ଏ ଓ ଚାଇନା ଭିତରେ ଯୁଦ୍ଧ ହେଲେ କେତେ ସୈନ୍ୟ ଲାଗିବେ ଭାବି ହେଉ ନାହିଁ।ଭିଏତ୍‌ନାମ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ୨୭ ଲକ୍ଷ ସେନା ଓ ସେନାଧିକାରୀଙ୍କୁ ଲଗାଇଥିଲା, ତହିଁରୁ ୫୮,୦୦୦ ମଲେ ଯୁଦ୍ଧର ପ୍ରଥମ ୩ ସପ୍ତାହରେ, ସେମାନଙ୍କ ଭିତରେ ୩୦% ଥିଲେ ସଦ୍ୟ-ଜବରଦସ୍ତ ନିଯୁକ୍ତ ସୈନ୍ୟ।ସେଣ୍ଟର ଫର୍‌ ଏ ନିୟୁ ଆମେରିକାନ୍‌ ସେକ୍ୟୁରିଟି (CNAS) ନାମକ ଏକ ପ୍ରତିରକ୍ଷା ଚିନ୍ତନ ସଂସ୍ଥା ଅନୁଶୀଳନ କରିଛି: ଯଦି କେବେ ଯୁଦ୍ଧ ହୁଏ, ଆମେରିକାକୁ ୧୯୩ ଦିନରେ ଲକ୍ଷେ ଜବରଦସ୍ତ ସୈନିକ ନିଯୁକ୍ତ କରିବାକୁ ପଡ଼ିବ ତାହାର ତାଇଓ୍ବାନ ଯୁଦ୍ଧ ସାଙ୍ଗକୁ ନିଜର ପଶ୍ଚିମ ଉପକୂଳକୁ ଚାଇନା ଆକ୍ରମଣରୁ ରକ୍ଷା କରିବାକୁ।୫ ଲକ୍ଷ ଯୁବକଙ୍କୁ ଧରିଆଣିଲେ ଲକ୍ଷେ ବି ମିଳିବା କଷ୍ଟ।ଆମେରିକା ଆଇନ କହେ ୧୮ରୁ ୨୫ ବର୍ଷ ବୟସ ଭିତରେ ଥିବା ସମସ୍ତଙ୍କୁ ନୋଟିସ୍‌ ପଠାହେବ, ଅନେକଙ୍କ ଠିକଣା ଠିକ୍‌ ନ ଥିବ, ଅନେକେ ସାମର୍ଥ୍ୟ ନାହିଁ କାରଣ ଦେଖାଇବେ, କେତେ ବି କୋର୍ଟର ଆଶ୍ରୟ ନେବେ, ବହୁତ ଜନପ୍ରତିବାଦ ହେବ, କେତେକ ବଛା ହୋଇଥିବା ଲୋକ ଯୁଦ୍ଧ କରିବାକୁ ବିବେକ କହୁନାହିଁ ବୋଲି ପ୍ରତିବାଦ କରିବେ, (ଭିଏତ୍‌ନାମ ଯୁଦ୍ଧରେ ତ ୩ ଲକ୍ଷ ଗଲେ ନାହିଁ ବା ଯାଇଥିବା ଅନେକେ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇଲେ।ନିଜେ ପେଣ୍ଟାଗନ (ଆମେରିକାର ପ୍ରତିରକ୍ଷା ବିଭାଗ) ହିସାବ କରିଛି ଯେ, ଯୁବ ଆମେରିକାନ୍‌ମାନଙ୍କ ଭିତରେ ୭୭% ସେନାବାହିନୀରେ ପଶିବାର ଅଯୋଗ୍ୟ। କାରଣ ମୋଟାପା, ନିଶାସେବନ, ଶାରୀରିକ ବା ମାନସିକ ଅକ୍ଷମତା।ତା’ ଉପରେ ପୁଣି ଯନ୍ତ୍ରପାତି, ଟ୍ରେନିଂ ସୁବିଧା, ରସଦ ଯୋଗାଡ଼, ପରିବହନ ଇତ୍ୟାଦିର ସମସ୍ୟା ଅଛି।୨୦୨୪ ଅକ୍ଟୋବର ୭ର ହମାସ୍‌ ଆକ୍ରମଣ ପରେ ଇସ୍ରାଏଲ୍‌ ୩ ଲକ୍ଷ ରିଜର୍ଭ ଥିବା ଲୋକଙ୍କୁ ଯେତେବେଳେ ଡାକିଲା, ପ୍ରସ୍ତୁତି ନିଅଣ୍ଟ ଦିଶିଲା, ଯାନବାହନ, ଯନ୍ତ୍ରପାତି, ଟ୍ରେନିଂ ସୁବିଧା ଓ ସ୍ଥାନ ଇତ୍ୟାଦିର ଅସୁବିଧା।ତାହାହେଲେ କ’ଣ ବିନା ସୈନିକରେ ଯୁଦ୍ଧ ହେବ? ବିମାନ ବାହିନୀ ଓ ସାମୁଦ୍ରିକ ବାହିନୀ ଦ୍ୱାରା ଧୂଳିସାତ୍‌ କରିଥିବା (ଜିତିଥିବା) ଭୂଇଁକୁ ଜଗିବ କିଏ?
ଯୁକ୍ତରାଷ୍ଟ୍ର ଆମେରିକାରେ ସେନା ବାହିନୀରେ ଯୋଗଦେବାକୁ ଲୋକ ମିଳୁନାହାନ୍ତି, ହଜାର ହଜାର ପାହ୍ୟାରେ ଅଧିକାରୀ ନାହାନ୍ତି, ସମ୍ପ୍ରତି ରାଷ୍ଟ୍ରପତି ହୋଇଥିବା ଟ୍ରମ୍ପ୍‌ ପରା ହାଡ଼ବଙ୍କା (bone spurs) ରୋଗ ହୋଇଛି ଦେଖାଇ ଭିଏତ୍‌ନାମ ଯୁଦ୍ଧରେ ଭର୍ତ୍ତି ହେବାରୁ ମନା କରିଥିଲେ, ଯେତେବେଳେ ଆମେରିକା ସେନା-ରିକ୍ରୁଟ୍‌ମେଣ୍ଟ ବୟସ ୧୯କୁ କମାଇ ଦେଇଥିଲା।ଜର୍ମାନୀରେ ରିକ୍ରୁଟ୍‌ମେଣ୍ଟ ସତ୍ତ୍ୱେ ତା’ର ସାମରିକ ବାହିନୀ ଗତ କେତେ ବର୍ଷ ହେଲା ସଂକୁଚିତ ହେଉଛି।ବିଲାତ ସରକାର ତାଙ୍କର ୪ଟି ଯୁଦ୍ଧ ଜାହାଜକୁ ଅଚଳ କରିବାକୁ ଯାଉଛନ୍ତି, କାରଣ ସେଗୁଡ଼ିକୁ ଚଳାଇବାକୁ ନାବିକ ମିଳୁନାହାନ୍ତି।ଚାଇନା ସହ ସମ୍ପର୍କ ତିକ୍ତ ହେଉଥିବାରୁ ଜାପାନ ସାମରିକ ବାହିନୀ ବଢ଼ାଇବାକୁ ଚାହୁଁଥିଲେ ବି ଜାପାନର ସୁରକ୍ଷା ବାହିନୀ (Self-Defense Forces) ତା’ର ରିକ୍ରୁଟମେଣ୍ଟ ଲକ୍ଷ୍ୟ ପୂରଣ କରିପାରୁନାହିଁ।ବିଶ୍ୱର ବୃହତ୍ତମ ସାମରିକ ଶକ୍ତି ବୋଲାଉଥିବା ଚାଇନା ତା’ର କ୍ରମୋନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଲାଗି ଯୋଗ୍ୟ ହାଇସ୍କୁଲ-ପାସ୍‌ ଲୋକ ପାଉନାହିଁ।କେତେକ ପଣ୍ଡିତ ସନ୍ଦେହ କରୁଛନ୍ତି କି ତାଇଓ୍ବାନ ଆକ୍ରମଣ କରିବାକୁ ଦରକାର ବାହିନୀ ଯଥେଷ୍ଟ ପରିମାଣରେ ଚାଇନା ପାଉନାହିଁ ବୋଲି ଆଜିଯାଏ ଆକ୍ରମଣ କରିନାହିଁ।କେତେକ ଦେଶର ନେତା କନସ୍କ୍ରିପ୍‌ସନ୍‌ ପ୍ରସ୍ତାବ ଆଣିବାକୁ ଡରୁଛନ୍ତି, କାଳେ ଭୋଟରମାନେ ସେମାନଙ୍କୁ ହରାଇଦେବେ।ଆମ ଦେଶରେ ଅଗ୍ନିବୀର ଭଳି ୪ ବର୍ଷିଆ (ସ୍ଥାୟୀ ନୁହେଁ) ଚାକିରି ଆରମ୍ଭ ହୋଇଛି: ଯୋଜନାର ନଁା ଅଗ୍ନିପଥ, ନିଅଁାର ବାଟ। ରୁଷ୍‌-ୟୁକ୍ରେନ କ’ଣ ଶିଖାଉଛି? ଖାତ ଖୋଳା ଯୁଦ୍ଧ, ଟାଙ୍କ୍‌ ଯୁଦ୍ଧ, ତୋପ ଯୁଦ୍ଧ ଭଳି ଆଗକାଳର ଯୁଦ୍ଧ ଆଗରେ ରୁଷ୍‌ ବେଶି ଆଗେଇ ପାରୁନାହିଁ, ୩ ବର୍ଷ ଯୁଦ୍ଧ ପରେ ବି କେତେଟା ଗଁା ବା ଛୋଟ ସହର ଥରେ ଦଖଲ କରୁଛି ତ ପୁଣି ବେଦଖଲ ହେଉଛି।ବର୍ଷେ କାଳ ଚାଲିଥିବା ବାଖମୁତ୍‌ ଲଢ଼େଇରେ ରୁଷିଆ ୱାଗନର୍‌ ଗ୍ରୁପ୍‌ ନାମକ ଠିକାଦାରକୁ ଲଢେଇ ଦାୟିତ୍ୱ ଦେଲା, ଅଧିକାର କଲା ୟୁକ୍ରେନ-ପୂର୍ବାଞ୍ଚଳର ଏହି ଛୋଟ ସହରଟିକୁ।ଏ ଯାବତ୍‌ ୧୯,୫୦୦ ରୁଷ୍‌ ସୈନ୍ୟ ମଲେଣି।୧୯୮୦ ଦଶକର ଦଶବର୍ଷିଆ ଆଫଗାନିସ୍ଥାନ ଯୁଦ୍ଧରେ ଏତେ ସୈନ୍ୟ ମରିନଥିଲେ।କନ୍‌ସ୍କ୍ରିପ୍ଟମାନେ ରୁଷିଆ ବାହାରେ କାମ କରିପାରିବେ ନାହିଁ ବୋଲି ରୁଷୀୟ ନିୟମ।୨୦୨୨ରେ ରୁଷିଆ ଆଂଶିକ ମୋବିଲାଇଜେଶନ୍‌ ଜାରି କରି ୩ ଲକ୍ଷ ସୈନ୍ୟ ନିଯୁକ୍ତ କରିବାର ଯୋଜନା କରିଥିଲା, ତା’ର ଦୁଇଗୁଣ ଲୋକ ଜବରଦସ୍ତ ନିଯୁକ୍ତିକୁ ଏଡ଼ାଇବା ଲାଗି ଦେଶ ଛାଡ଼ି ପଳାଇଲେ। ଏହାକୁ ରୋକିବା ଲାଗି ରୁଷିଆ ଦୁଇଗୁଣ ଦରମା ଦେଲା, ଜେଲ୍‌ ଭୋଗୁଥିବା ଲୋକଙ୍କୁ ସେନାରେ ଯୋଗ ଦେଲେ କ୍ଷମା ଦେଲା।
ରୁଷ ଆକ୍ରମଣ ଆରମ୍ଭରେ ବହୁଳ ସଂଖ୍ୟାରେ ୟୁକ୍ରେନୀୟ ମାତୃଭୂମିର ରକ୍ଷା ପାଇଁ ଆଗେଇ ଆସିଲେ, ତିନି ବର୍ଷ ପରେ ୨୦୨୫ ଆରମ୍ଭରେ ସମ୍ମୁଖ-ଲଢ଼େଇ ପାଇଁ ଲୋକ ମିଳୁନାହାନ୍ତି।ଏବେ ୟୁକ୍ରେନୀୟ ସୈନ୍ୟଙ୍କ ହାରାହାରି ବୟସ ୪୦, ବିଶ୍ୱମାନଦଣ୍ଡରେ ବୁଢ଼ା। ଭାଲୋଡୋମିର ଜେଲେନ୍‌ସ୍କି ରିକ୍ରୁଟମେଣ୍ଟ ବୟସ ୨୭ରୁ ୨୫କୁ କମାଇଲେଣି, ଜେଲ୍‌ରୁ ବନ୍ଦୀଙ୍କୁ ମୁକୁଲେଇ ଯୁଦ୍ଧରେ ଲଗାଇଲେଣିି।ୟୁକ୍ରେନ୍‌ର ଆଉ ଏକ ସମସ୍ୟା ଯେ, ତା’ର ଜନସଂଖ୍ୟା କମୁଛି, ୧୯୯୧ରେ ସ୍ବାଧୀନତା ପର ଜନସଂଖ୍ୟା ଥିଲା ୫୧୫ ଲକ୍ଷ, ୨୦୧୯ ବେଳକୁ କମି ୩୭୯ ଲକ୍ଷ, ଆମ ଓଡ଼ିଶାଠୁଁ କୋଟିଏ କମ୍‌।ଏବେ ଯୁଦ୍ଧ ଭୟରେ ୬୦ ଲକ୍ଷରୁ ବେଶି ଦେଶ ଛାଡ଼ି ପଳାଇଛନ୍ତି, ଦେଶର ଅର୍ଥନୀତି ଶୋଚନୀୟ, ଶ୍ରମିକ ମିଳୁନାହାନ୍ତି।କ’ଣ କିଶୋରମାନଙ୍କୁ ବଳିଦେବାକୁ ପଡ଼ିବ?
ଜନ୍ମ ହାର କମି ଯାଉଥିବା ଦକ୍ଷିଣ କୋରିଆ ଉତ୍ତର କୋରିଆର ଶତ୍ରୁତାକୁ ମୁକାବିଲା କରିବାର ରାସ୍ତା ଖୋଜୁଛି। ଉପସ୍ଥିତ ସ୍ତରରେ ସେନା ରଖିବାକୁ ହେଲେ ବର୍ଷକୁ ୨ ଲକ୍ଷ ପୁରୁଷ ଦରକାର, କିନ୍ତୁ ବୟସ ୨୦ ତଳେ ସଉଆ ଲକ୍ଷେରୁ ବେଶି ମିଳୁନାହାନ୍ତି। ପ୍ରାଚ୍ୟ ଏସିଆ ଭଳି ପ୍ରାଚ୍ୟ ୟୁରୋପର ଜନସଂଖ୍ୟା, କମ୍‌ ବଳ ଥିବାରୁ ସେମାନେ ମେଣ୍ଟ ହୋଇ ଲଢ଼ିବାକୁ ନାଟୋ ଗଢ଼ିଛନ୍ତି। ‘ପ୍ରତି ପରିବାରରେ ଗୋଟିଏ ଛୁଆ’ ଚିନ୍ତାରେ ଅତିଷ୍ଠ ହୋଇ ଚାଇନା ଓଲଟା ପେନ୍‌ସନ ଆଇନ କଲାଣି: ଯୁଦ୍ଧରେ ପିଲା ମଲେ ମା’ବାପା ପେନ୍‌ସନ୍‌ ଆଦି ପାଇବେ। ବୁଢ଼ାବୁଢ଼ୀଙ୍କ ସଂଖ୍ୟା ବଢ଼ିବା ଶାନ୍ତିର ସମୟ (geriatric peace) ଆଣୁଛି କି? ବର୍ତ୍ତମାନର ସମର୍ଥ ଯୁବଶକ୍ତି ଉଚ୍ଚ ଆୟର ନିଯୁକ୍ତି ପାଉଛନ୍ତି, ଯାହା ଶାନ୍ତି ସମୟ ଚାହେଁ। ସାଧାରଣ ଅଣରାଜନୀତିର ଲୋକେ କୋର୍ଟ, ଗଭର୍ନମେଣ୍ଟ, ମିଡିଆ ଓ ସାମରିକ ବାହିନୀ ପ୍ରତି ଆସ୍ଥା ହରାଉଛନ୍ତି। କିଛି ଦିନ ପରେ କେହି ଯୁଦ୍ଧ ଚାହିଁବେ ନାହିଁ ବୋଲି ଭ୍ଲାଡିମିର ପୁଟିନ୍‌ ବା ଜି ଜିନ୍‌ପିଙ୍ଗ କଳନା କରିନେଲେଣି କି ଆଉ ବେଳ ମିଳିବ ନାହିଁ (କ୍ଷମତା ହସ୍ତାନ୍ତର ତତ୍ତ୍ୱ, power transition theory), ଏବେ ସେନାବାହିନୀ ଶକ୍ତ ଥିଲା ବେଳେ, ଯାହା ପାରୁଛ ନେଇନିଅ, ନୂଆ ଭୂଇଁକୁ ଅଧିକାରରେ (ପାଦତଳେ) ରଖିବା ସଂଖ୍ୟକ ସୈନ୍ୟ ଥିବା ବେଳେ!

ସହଦେବ ସାହୁ
ମୋ: ୭୦୦୮୭୬୪୦୩୪


Enter your email to get our daily news in your inbox.

All Right Reserved By Dharitri.Com

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri