ଜମ୍ମୁ,୨୦ା୯: ଜମ୍ମୁ-କଶ୍ମୀରର ଉଧମପୁର ଜିଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଗୁରୁତର ଆହତ ହୋଇଥିବା ଜଣେ ଯବାନଙ୍କ ମୃତ୍ୟୁ ଘଟିଛି।
ଉଧମପୁର ସୀମାନ୍ତ ସେଓଜଧାର ଜଙ୍ଗଲ ସୀମାରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସର ସ୍ବତନ୍ତ୍ର ଅପରେଶନ ଗ୍ରୁପ୍ (ଏସ୍ଓଜି) ପକ୍ଷରୁ ମିଳିତ ତଲାସି ଅଭିଯାନ ଚାଲିଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆହତ ହୋଇଥିବା ଯବାନଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଉକ୍ତ ଅଞ୍ଚଳକୁ ସେନା ଘେରାବନ୍ଦୀ କରି ରଖିବା ସହ ତଲାସି ଅଭିଯାନ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି।


