ସୋଲାର ଗନ୍‌ ଶତ୍ରୁଙ୍କୁ ଚିହ୍ନଟ କରି ନିପାତ କରିବ…

ନୂଆଦିଲ୍ଲୀ,୨୪।୧୦: ଏଲ୍‌ଓସିରେ ପାକିସ୍ତାନ ଏବଂ ଏଲ୍‌ଏସିରେ ଚାଇନା ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଜାରି ରଖିଛନ୍ତି। ତେବେ ଏଣିକି ସୀମାକୁ ସୁରକ୍ଷିତ ରଖିବା ସହଜ ହୋଇପାରିବ। ସୋଲାର ଗନ୍‌ ଦ୍ୱାରା ଶତ୍ରୁଙ୍କୁ ସହଜରେ ଚିହ୍ନଟ କରାଯାଇ ନିପାତ କରାଯାଇ ପାରିବ। ଏଭଳି ଏକ ଗନ୍‌ ମିରଟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଟେକ୍ନୋଲୋଜି (ଏମ୍‌ଆଇଇଟି) ଦ୍ୱାରା ବିକଶିତ କରାଯାଇଛି। ଇଞ୍ଜିନିୟରିଂ କଲେଜ ପକ୍ଷରୁ ଏକ ମାନବ ବିହୀନ ଏଭଳି ସୀମା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ଶତ୍ରୁଙ୍କୁ ନିପାତ କରିବା ସହଜ ହେବ।

ଏଥିରେ ଥିବା ସେନ୍ସର କ୍ୟାମେରା ଦୂରରୁ ଶତ୍ରୁମାନଙ୍କ ଉପରେ ନଜର ରଖିପାରିବ। ଏହି ମାନବବିହୀନ ବନ୍ଧୁକ ଯେକୌଣସି ପ୍ରକାରର ଶବ୍ଦ ଶୁଣି ନିଜେ ନିଷ୍ପତ୍ତି ନେବା ସହିତ ଶତ୍ରୁମାନଙ୍କ ଉପରକୁ ଗୁଳି ଚଳାଇବାକୁ ସକ୍ଷମ ହେବ।

ଏହାକୁ ବିକଶିତ କରିଥିବା ଯୁବ ବୈଜ୍ଞାନିକ ଶ୍ୟାମ ଚୌରାସିଆ କହିଛନ୍ତି ଯେ, ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୦୦ ମିଟର ରହିଛି। ପରବର୍ତ୍ତୀ ସମୟରେ ଲକ୍ଷ୍ୟଭେଦ କ୍ଷମତାକୁ ଅଧିକ ବୃଦ୍ଧି କରାଯାଇପାରିବ। ଏହି ମାନବ ବିହୀନ ବନ୍ଧୁକକୁ ସ୍ବୟଂଚାଳିତ ଏବଂ ମାନୁଆଲ ମଧ୍ୟ କରାଯାଇପାରିବ। ଏହା ସ୍ବୟଂଚାଳିତ ହୋଇଥିବାରୁ ଏହାକୁ ପରିଚାଳନା କରିବାର କୌଣସି ଆବଶ୍ୟକତା ରହିବ ନାହିଁ।

ଯବାନମାନେ ଏହାକୁ ଇଣ୍ଟରନେଟ କିମ୍ବା ରିମୋଟରୁ ମାନୁଆଲ ମୋଡରେ ଚଳାଇବାକୁ ସମର୍ଥ ହେବେ। ଏହି ବନ୍ଧୁକ ସୋଲାର ପ୍ୟାନେଲରୁ ଚାର୍ଜ ହୋଇଥାଏ। ଅନେକ ମାସ ପର୍ଯ୍ୟନ୍ତ ଖରା ନ ଥିଲେ ମଧ୍ୟ ଏହା କାମ କରିପାରେ। ଏହା ସାହାଯ୍ୟରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଯବାନଙ୍କ ଜୀବନ ପ୍ରତି ଆଉ ବିପଦ ରହିବ ନାହିଁ।

ଦୂରରୁ ଇଣ୍ଟରନେଟ ସାହାଯ୍ୟରେ ଯବାନମାନେ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ପାରିବେ ଏବଂ ଶତ୍ରୁଙ୍କ ଦୃଷ୍ଟିରେ ନ ଆସି ନିଜକୁ ସୁରକ୍ଷିତ ରଖି ପାରିବେ। ଏହି ଗନ୍‌ର ତିନୋଟି ଅଂଶ ରହିଛି। ଓ୍ବେରଲେସ୍‌ ଟେକ୍ନୋଲୋଜି ସହାୟତାରେ ତିନି ଅଂଶ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇପାରିଥାଏ।

କେହି ସୀମା ଅତିକ୍ରମ କରିବାକୁ ଚେଷ୍ଟା କଲେ ଏହା ସେନସର ଦ୍ୱାରା ସୋଲାର ଗନ୍‌କୁ ଏକ ଆଲର୍ଟ ପଠାଇଥାଏ। ଯାହା ସେହି ସୀମା ଅଞ୍ଚଳରେ ସ୍ଥାପିତ ମେସିନ ବନ୍ଧୁକକୁ ସକ୍ରିୟ କରିଥାଏ ଏବଂ ଟାର୍ଗେଟରେ ଗୁଳି ଚଳାଇବା ଆରମ୍ଭ କରିଥାଏ ବୋଲି ଶ୍ୟାମ କହିଛନ୍ତି। ଏହି ମାନବବିହୀନ ମେସିନ ବନ୍ଧୁକ ସୀମା ଅଞ୍ଚଳରେ କୌଣସି ପ୍ରାଣୀ କିମ୍ବା ନିର୍ଦ୍ଦୋଷର ଜୀବନକୁ କ୍ଷତି ପହଞ୍ଚାଇବ ନାହିଁ। ବନ୍ଧୁକ ଗୁଳି ଚଳାଇବା ପୂର୍ବରୁ ଟାର୍ଗେଟର ଫଟୋକୁ କଣ୍ଟ୍ରୋଲ ରୁମକୁ ପଠାଇବ ଯାହା ଦ୍ୱାରା କୌଣସି ନିରୀହ ଜୀବନ ନଷ୍ଟ ହେବ ନାହିଁ। ଏହି ଯନ୍ତ୍ରପାତି ସାହାଯ୍ୟରେ ଆମର ଯବାନମାନେ ଶତ୍ରୁ ଦୃଷ୍ଟିରେ ନ ଆସି ସେମାନଙ୍କ ଉପରେ ଆକ୍ରମଣ କରି ପାରିବେ।

ଏହା ୩୬୦ ଡିଗ୍ରୀରେ ଘୂର୍ଣ୍ଣନ କରି ଶତ୍ରୁମାନଙ୍କୁ ଟାର୍ଗେଟ କରିବାକୁ ସକ୍ଷମ ହେବ। ଏହାର ଓଜନ ୪୦ କିଲୋଗ୍ରାମ। ଏଥିରେ ଲଙ୍ଗ ରେଞ୍ଜ ମୋସନ ସେନ୍ସର କ୍ୟାମେରା, ସେନ୍ସର ଟ୍ରିଗର, ଧାତୁ ପାଇପ, ଟ୍ରାନ୍ସମିଟର ରିସିଭର୍‌, ନାଇଟ ଭିଜନ ସେନ୍ସର, ୧୨ ଭୋଲ୍ଟ ସୋଲାର ପ୍ଲେଟ, ଜିଏସଏମ ଆଲାର୍ମ, ୬ ଭୋଲ୍ଟ ବ୍ୟାଟେରୀ ବ୍ୟବହାର କରାଯାଇଛି।

ଏମ୍‌ଆଇଇଟିର ଉପାଧ୍ୟକ୍ଷ ପୁନିତ ଅଗ୍ରୱାଲ କହିଛନ୍ତି ଯେ,କଲେଜର ଅଟଳ କମ୍ୟୁନିଟି ଇନୋଭେସନ ସେଣ୍ଟରରେ ଏକ ଆଇଡିଆ ଇନୋଭେସନ ରିସର୍ଚ୍ଚ ଲ୍ୟାବ ଅଛି। ସେଠାରେ ଛାତ୍ରମାନେ ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଉଦ୍ଭାବନ ଜାରି ରଖିଛନ୍ତି। ଏହି ସୋଲାର ଗନ୍‌ ଆଗାମୀ ସମୟରେ ସେନା ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri