Posted inଫୁରସତ

୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏପରି…

ନୂଆଦିଲ୍ଲୀ,୯।୬: ଜୁନ୍‌ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଦୀର୍ଘ ୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ ଗୁରୁବାର ଅନଷ୍ଠିତ ହେବ। ଏହାପୂର୍ବରୁ ୧୮୭୩ ମେ’ ୨୬ରେ ଏଭଳି ଯୋଗ ସୃଷ୍ଟି ହୋଇଥିଲା। ଭାରତର ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ଏହି ସୂର୍ଯ୍ୟପରାଗ ଦେଖାଯିବ।

ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍‌ରୁ ସନ୍ଧ୍ୟା ୬ଟା ୪୧ ମିନିଟ୍‌ ପର୍ଯ୍ୟନ୍ତ ହେଉଥିବା ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର କେତେକ ଅଞ୍ଚଳରେ ଆଶିଂକ ଭାବେ ଦୃଷ୍ଟିଗୋଚର ହେବ। ଅପରପକ୍ଷରେ ଉତ୍ତର କାନାଡ଼ା, ଗ୍ରୀନ୍‌ଲାଣ୍ଡ୍‌ ଓ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ। ସୂର୍ଯ୍ୟପରାଗ ଦେଖାଯାଉ ନ ଥିବା ଅଞ୍ଚଳରେ କୌଣସି ସୂତକ ନୀତି ପାଳନ କରାଯିବା ଆବଶ୍ୟକ ନୁହେଁ।

ସୂର୍ଯ୍ୟପରାଗ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ସୃଷ୍ଟି ହେବ। ମିଥୁନ, କର୍କଟ, ସିଂହ, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶି ଜାତକଙ୍କ ପାଇଁ ସୂର୍ଯ୍ୟପରାଗ ଭଲ ଫଳ ନେଇ ଆସିବ। ଅପରପକ୍ଷରେ ମେଷ, ବୃଷ, କନ୍ୟା, ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ। ବୃଷ ରାଶିରେ ସୂର୍ଯ୍ୟପରାଗ ହେଉଥିବାରୁ ଏହି ରାଶିର ଜାତକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ସୂର୍ଯ୍ୟପରାଗ ସମୟରେ କେତେକ କାର୍ଯ୍ୟ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହି ସମୟରେ ନିଜ ଶକ୍ତି ଅନୁସାରେ ଗରିବଙ୍କୁ ଦାନ କଲେ ଶୁଭଫଳ ମିଳିଥାଏ। ସେହିପରି ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ମନ୍ତ୍ର, ଗୁରୁମନ୍ତ୍ର, ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ସୌଭାଗ୍ୟ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। ସୂର୍ଯ୍ୟପରାଗ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri