Posted inଜାତୀୟ

ସିଗାରେଟ ବଟ୍‌ ଯୋଗୁ ମାଟି-ପାଣି ହେଉଛି ପ୍ରଦୂଷିତ, ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଛି…

ନୂଆଦିଲ୍ଲୀ/ଜେନେଭା,୧୪।୩ : ଲୋକେ ସିଗାରେଟ ଟାଣିବା ପରେ ଏହାର ବଟ୍‌କୁ ଏଣେତେଣେ ପିଙ୍ଗି ଦେଉଛନ୍ତି। କିନ୍ତୁ ଏହା ଯୋଗୁ ମାଟି ଏବଂ ପାଣି ଉଭୟ ପ୍ରଦୂଷିତ ହେଉଛି। ଏହା ଯୋଗୁ ୭ ହଜାର ପ୍ରକାର ଜହର ସୃଷ୍ଟି ହେଉଥିବା ନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ସିଗାରେଟ ବଟ୍‌ରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଏକ ମୁଖ୍ୟ କାରଣ ପାଲଟିଥାଏ। ଏଥିରେ ଥିବା ସେଲଲୋଜ୍‌ ଏସିଟେଟ୍‌,ପପର ଏବଂ ରେୟନ ମାଟି ଏବଂ ପାଣିରେ ଜହର ସୃଷ୍ଟି କରିଥାଏ।

ଆମେରିକାର ଏନ୍‌ଜିଓ ଟ୍ରୁଥ୍‌ ଇନସିଏଟିଭ୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁସାରେ ବଟ୍‌ରୁ ସୃଷ୍ଟି ହେଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ଦ୍ୱାରା ମଧୁର ଏବଂ ଲୁଣି ଜଳରେ ଥିବା ୫୦ ପ୍ରତିଶତ ମାଛ ଏବଂ ଅନ୍ୟ ଜଳଜୀବଙ୍କ ମୃତ୍ୟୁର କାରଣ ପାଲଟିଥାଏ।ସିଗାରେଟ ବଟ୍‌ରୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ୨୦୨୦ରେ ଭାରତୀୟ ଜାତୀୟ ସବୁଜ ପ୍ରାଧିକରଣ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାଗି ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାତ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ଏନେଇ କୌଣସି ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

ବୋର୍ଡର ନୀରବତାକୁ ଦୃଷ୍ଟିରେ ରଖି ପରିବେଶବିତ୍‌ ନୀରିତ ଦତ୍ତ ଲୋକଙ୍କ ମଧ୍ୟରେ ସାଚେତନତା ସୃଷ୍ଟି ଲାଗି ଏକ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ‘ବଟ୍‌ ରଶ’ ନାମକ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସିଗାରେଟ ବଟ୍‌କୁ ସଂଗ୍ରହ କରାଯାଇ ସେସବୁକୁ ରିସାଇକ୍ଲି କରିବାକୁ ପଠାଯାଇଥାଏ। ‘ବଟ୍‌ ରଶ’ର ଆରମ୍ଭ ୨୦୨୧ରେ କୋଲକାତାରେ ହୋଇଥିଲା। ସୁଫଳ ମିଳିବା ପରେ ଏହାକୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁରେ ମଧ୍ୟ କରାଯାଇଛି।

ଅଭିଯାନରେ ଅଧିକ ସଂଖ୍ୟକ ବଟ୍‌ ହସ୍ପିଟାଲ, କର୍ପୋରେଟ୍‌ କାର୍ଯ୍ୟାଳୟ, କଲେଜ ଏବଂ ପର୍ଯ୍ୟଟନ ସ୍ଥଳରୁ ସଂଗ୍ରହ କରାଯାଉଥିବା ନୀରତ କହିଛନ୍ତି। ସିଗାରେଟ ବଟ୍‌କୁ ଏଣେତେଣେ ନଫିଙ୍ଗି ମଇଳା ଲାଗି ଉଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri