ନରମ ହାତରେ ତିଆରି ହେଉଛି ଘରକରଣା ସାମଗ୍ରୀ

ମହାକାଳପଡ଼ା,୨୦ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପଢ଼ିବି ବଢ଼ିବି ଶ୍ରେଷ୍ଠ ହେବି, ଭବିଷ୍ୟତର ଅସୁମାରୀ ସୁନେଲି ସ୍ବପ୍ନକୁ ମନ ଭିତରେ ଜାବୁଡ଼ି ଧରି ଭାଗ୍ୟ ଓ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ବାପାର କମାରଶାଳରେ ୨ ଭଉଣୀ। ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଆଗରେ ସତେ ଯେମିତି ବୟସ ହାର ମାନୁଛି। ଦାରିଦ୍ର୍ୟ କଷାଘାତ ମଧ୍ୟରେ ଥାଇ ମଧ୍ୟ ପାଠପଢ଼ାକୁ ପଛରେ ପକାଇନାହାନ୍ତି ୨ ଭଉଣୀ। ଏଭଳି ଦେଖିବକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପଞ୍ଚତ୍ମ ସୁନିତି ଗ୍ରାମରେ। ଏହି ଗ୍ରାମର ତପନ ସାହୁ (୫୦)। ଗାଁ ପାଖ ଜଗରିଜୋର ସାପ୍ତାହିକ ହାଟରେ ଏକ କମାରଶାଳ କରି ନିଜର ଅଭାବ ପରିବାରର ପ୍ରତିପୋଷଣ କରିଥାନ୍ତି। ଏହି ଶାଳରୁ ଯାହା ଦୁଇପଇସା ରୋଜଗାର ହୁଏ ସେଥିରେ କଷ୍ଟେ ମଷ୍ଟେ ୪ ଝିଅଙ୍କ ପାଠ ପଢ଼ାଇବା ସହ ପରିବାର, ଭଲମନ୍ଦ ବୁଝନ୍ତି। ନିଜର ଜମି ବାଡି ଗୁଣ୍ଠେ ନ ଥିବାରୁ ଏହି କମାରଶାଳ ହିଁ ଭରସା। ଶାଳରୁ ରୋଜଗାର କରି ବଡ଼ ଝିଅକୁ ବିବାହ କରିଛନ୍ତି। ଏବେ ୨ ଝିଅ କବିତା ଓ ପ୍ରିୟଙ୍କା ଶାଳ କାମରେ ସାହାଯ୍ୟ କରୁଛନ୍ତି। କବିତା ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ। ପ୍ରିୟଙ୍କା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ସପ୍ତାହରେ ୨ ଦିନ ହାଟ ବାରିରେ ବାପାକୁ କମାରଶାଳରେ ୨ ଭଉଣୀ ସହାୟତା କରନ୍ତି। ବୟସ ଛୋଟ ହେଲେ ମଧ୍ୟ ଏମାନେ ଶାଳର ରଡ ନିଆଁ ପାଖରେ ବସି ଘର କରଣା ଜିନିଷ ପ୍ରସ୍ତୁତ କରିଥାନ୍ତି। ପନିକି, ଦା, ଶାବଳ, କୋଦାଳ ଓ ଅନ୍ୟ ଲୁହାରେ ନିର୍ମିତ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳିବା ସହ ନିଜର ପାଠ ପଢାରେ ଖର୍ଚ୍ଚରେ ଲାଗିଥାଏ ବୋଲି କବିତା କହିଛନ୍ତି। କବିତାଙ୍କ କହିବା କଥା ଅଭାବୀ ପରିବାରରେ ପାଠ ପଢିବା ସହ ବାପାଙ୍କୁ ସପ୍ତାହରେ ୨ ଦିନ ସହାୟତା କରିଥାଉ। ପାଠ ପଡ଼ିବା ପାଇଁ ଘରର ଆର୍ଥିକ ଅଭାବ ଅନାଟନ କେବେ ବାଧା ଉପୁଜି ନାହିଁ। ଇଚ୍ଛା ଥିଲେ ମଧ୍ୟ ଭଲ ପୋଷାକ ପତ୍ର, ସାଧାରଣ ଜ୍ଞାନବିଜ୍ଞାନ ବହିପତ୍ର କିଣିବା ପାଇଁ ପାଖରେ ପଇସା ଅଭାବ ରହିଛି। ତଥାପି ପାଠ ପଢି ସମାଜରେ ଭଲ ମଣିଷ ହେବା ପାଇଁ ଦୃଢ଼ ଇଚ୍ଛା ଅଛି ବୋଲି ୨ ଭଉଣୀ କହିଛନ୍ତି। ବାପା ତପନ କହିଛନ୍ତି, ଦୁଇ ଝିଅ ୨ଟି ସୁନା ମୁଣ୍ଡା ପରି। କମ୍‌ ବୟସରେ ସେମାନଙ୍କ ନରମ ହାତରେ ଲୁହାରୁ ନିର୍ମାଣ କରନ୍ତି ଭଳିକି ଭଳି ଘରକରଣା ସାମଗ୍ରୀ। ଯଦି ସରକାରଙ୍କ ପକ୍ଷରୁ ବିଶ୍ୱକର୍ମା ଯୋଜନାରେ ଆର୍ଥିକ ସହାୟତା ମିଳେ, ୨ ଝିଅଙ୍କ ପାଠ ପଢିବା ଦାୟିତ୍ୱ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନୟନ୍ତି ଦେବେ ଦୁଃଖ ଦୂର ହୁଅନ୍ତା। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ସରକାରଙ୍କ ଜନ କଲ୍ୟାଣମୂଳକ ଯୋଜନା ତପନଙ୍କ ପାଖରେ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ପାଇଁ ପହଞ୍ଚତ୍ ପାରୁନାହିଁ। ତୁରନ୍ତ ଏହି ଅଭାବୀ ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri