ନରମ ହାତରେ ତିଆରି ହେଉଛି ଘରକରଣା ସାମଗ୍ରୀ

ମହାକାଳପଡ଼ା,୨୦ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପଢ଼ିବି ବଢ଼ିବି ଶ୍ରେଷ୍ଠ ହେବି, ଭବିଷ୍ୟତର ଅସୁମାରୀ ସୁନେଲି ସ୍ବପ୍ନକୁ ମନ ଭିତରେ ଜାବୁଡ଼ି ଧରି ଭାଗ୍ୟ ଓ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ବାପାର କମାରଶାଳରେ ୨ ଭଉଣୀ। ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଆଗରେ ସତେ ଯେମିତି ବୟସ ହାର ମାନୁଛି। ଦାରିଦ୍ର୍ୟ କଷାଘାତ ମଧ୍ୟରେ ଥାଇ ମଧ୍ୟ ପାଠପଢ଼ାକୁ ପଛରେ ପକାଇନାହାନ୍ତି ୨ ଭଉଣୀ। ଏଭଳି ଦେଖିବକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପଞ୍ଚତ୍ମ ସୁନିତି ଗ୍ରାମରେ। ଏହି ଗ୍ରାମର ତପନ ସାହୁ (୫୦)। ଗାଁ ପାଖ ଜଗରିଜୋର ସାପ୍ତାହିକ ହାଟରେ ଏକ କମାରଶାଳ କରି ନିଜର ଅଭାବ ପରିବାରର ପ୍ରତିପୋଷଣ କରିଥାନ୍ତି। ଏହି ଶାଳରୁ ଯାହା ଦୁଇପଇସା ରୋଜଗାର ହୁଏ ସେଥିରେ କଷ୍ଟେ ମଷ୍ଟେ ୪ ଝିଅଙ୍କ ପାଠ ପଢ଼ାଇବା ସହ ପରିବାର, ଭଲମନ୍ଦ ବୁଝନ୍ତି। ନିଜର ଜମି ବାଡି ଗୁଣ୍ଠେ ନ ଥିବାରୁ ଏହି କମାରଶାଳ ହିଁ ଭରସା। ଶାଳରୁ ରୋଜଗାର କରି ବଡ଼ ଝିଅକୁ ବିବାହ କରିଛନ୍ତି। ଏବେ ୨ ଝିଅ କବିତା ଓ ପ୍ରିୟଙ୍କା ଶାଳ କାମରେ ସାହାଯ୍ୟ କରୁଛନ୍ତି। କବିତା ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ। ପ୍ରିୟଙ୍କା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ସପ୍ତାହରେ ୨ ଦିନ ହାଟ ବାରିରେ ବାପାକୁ କମାରଶାଳରେ ୨ ଭଉଣୀ ସହାୟତା କରନ୍ତି। ବୟସ ଛୋଟ ହେଲେ ମଧ୍ୟ ଏମାନେ ଶାଳର ରଡ ନିଆଁ ପାଖରେ ବସି ଘର କରଣା ଜିନିଷ ପ୍ରସ୍ତୁତ କରିଥାନ୍ତି। ପନିକି, ଦା, ଶାବଳ, କୋଦାଳ ଓ ଅନ୍ୟ ଲୁହାରେ ନିର୍ମିତ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳିବା ସହ ନିଜର ପାଠ ପଢାରେ ଖର୍ଚ୍ଚରେ ଲାଗିଥାଏ ବୋଲି କବିତା କହିଛନ୍ତି। କବିତାଙ୍କ କହିବା କଥା ଅଭାବୀ ପରିବାରରେ ପାଠ ପଢିବା ସହ ବାପାଙ୍କୁ ସପ୍ତାହରେ ୨ ଦିନ ସହାୟତା କରିଥାଉ। ପାଠ ପଡ଼ିବା ପାଇଁ ଘରର ଆର୍ଥିକ ଅଭାବ ଅନାଟନ କେବେ ବାଧା ଉପୁଜି ନାହିଁ। ଇଚ୍ଛା ଥିଲେ ମଧ୍ୟ ଭଲ ପୋଷାକ ପତ୍ର, ସାଧାରଣ ଜ୍ଞାନବିଜ୍ଞାନ ବହିପତ୍ର କିଣିବା ପାଇଁ ପାଖରେ ପଇସା ଅଭାବ ରହିଛି। ତଥାପି ପାଠ ପଢି ସମାଜରେ ଭଲ ମଣିଷ ହେବା ପାଇଁ ଦୃଢ଼ ଇଚ୍ଛା ଅଛି ବୋଲି ୨ ଭଉଣୀ କହିଛନ୍ତି। ବାପା ତପନ କହିଛନ୍ତି, ଦୁଇ ଝିଅ ୨ଟି ସୁନା ମୁଣ୍ଡା ପରି। କମ୍‌ ବୟସରେ ସେମାନଙ୍କ ନରମ ହାତରେ ଲୁହାରୁ ନିର୍ମାଣ କରନ୍ତି ଭଳିକି ଭଳି ଘରକରଣା ସାମଗ୍ରୀ। ଯଦି ସରକାରଙ୍କ ପକ୍ଷରୁ ବିଶ୍ୱକର୍ମା ଯୋଜନାରେ ଆର୍ଥିକ ସହାୟତା ମିଳେ, ୨ ଝିଅଙ୍କ ପାଠ ପଢିବା ଦାୟିତ୍ୱ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନୟନ୍ତି ଦେବେ ଦୁଃଖ ଦୂର ହୁଅନ୍ତା। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ସରକାରଙ୍କ ଜନ କଲ୍ୟାଣମୂଳକ ଯୋଜନା ତପନଙ୍କ ପାଖରେ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ପାଇଁ ପହଞ୍ଚତ୍ ପାରୁନାହିଁ। ତୁରନ୍ତ ଏହି ଅଭାବୀ ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri