ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ ମୃଦୁପାନୀୟ ପ୍ରସ୍ତୁତ କରାଯିବ। ଏଥିପାଇଁ ଅତିଶୀଘ୍ର କୁଆଁରମୁଣ୍ଡାଠାରେ ମହୁଲ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଓଡ଼ିଶା ରୁରାଲ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓର୍‌ମାସ୍‌) ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ଏବଂ ସୁନ୍ଦରଗଡ଼ ଜିଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏଥିରେ ଆଇଏଏସ୍‌ ଫାବି ରଶିଦ, ଅନିମେଶ ପ୍ରଧାନ, ସୁନ୍ଦରଗଡ଼ ମୁଖ୍ୟ ବିକାଶ ଅଧିକାରୀ ସୁରଞ୍ଜନ ସାହୁ ଓ ଏନ୍‌ଆଇଟିର ପ୍ରଫେସର ସ୍ବଦେଶ କେ. ପ୍ରତିହାର, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଆଇଟି ଖାଦ୍ୟ ପ୍ରକ୍ରିୟାକରଣ ଇଞ୍ଜିନିୟରିଂ ବିଭାଗ ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନର ନେତୃତ୍ୱ ନେବ। ଏହି ଟିମ୍‌ରେ ପ୍ରଫେସର ରାମଚନ୍ଦ୍ର ପ୍ରଧାନ, ପ୍ରଫେସର ମଧୁରେଶ ଦ୍ୱିବେଦୀ ମାର୍ଗଦର୍ଶନ ଓ ଆବଶ୍ୟକ ସହାୟତା ପ୍ରଦାନ କରିବେ।
ଚୁକ୍ତିନାମା ଅନୁଯାୟୀ, ମହୁଲ ଆଧାରିତ ଅଣମଦ ଉତ୍ପାଦ ପାଇଁ ରାଉରକେଲା ଏନ୍‌ଆଇଟି ଆବଶ୍ୟକ ଯନ୍ତ୍ରପାତି, ଉପକରଣର କାର୍ଯ୍ୟାନ୍ବୟନ, ସ୍ଥାପନ, କମିଶନିଂ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ। ଏହି ପଦକ୍ଷେପ ଦ୍ୱାରା ସୁନ୍ଦରଗଡ଼ ଜିଲାର ଆଦିବାସୀ ଅଞ୍ଚଳରେ ଦୃଢ଼ ଜୀବିକା ସମ୍ଭାବନା ସହିତ ଜଙ୍ଗଲ ଆଧାରିତ ମହୁଲ ପ୍ରକ୍ରିୟାକରଣ ଦକ୍ଷତା, ଉତ୍ପାଦ ବିବିଧତା ଏବଂ ବଜାର ପ୍ରସ୍ତୁତି ବୃଦ୍ଧି କରିବାକୁ ପ୍ରୟାସ କରିବ। ପାଣ୍ଠି ପ୍ରକାଶନ, ହିତାଧିକାରୀଙ୍କ ସମ୍ପୃକ୍ତି, ତାଲିମ କାର୍ଯ୍ୟକ୍ରମ ଏବଂ ତଦାରଖ ସମେତ ପ୍ରକଳ୍ପ ସମନ୍ବୟ ପାଇଁ ଓର୍‌ମାସ୍‌ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏନ୍‌ଆଇଟି ଜିଲା ପ୍ରଶାସନ ସହାୟତାରେ ପ୍ରକ୍ରିୟା ପ୍ଲାଣ୍ଟ ଡିଜାଇନ୍‌, ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍‌ଓପି) ବିକାଶ, ଗୁଣବତ୍ତା ନିୟନ୍ତ୍ରଣ ମାର୍ଗଦର୍ଶନ, ଖାଦ୍ୟ ସୁରକ୍ଷା ଅନୁପାଳନ ଏବଂ ସମ୍ପ୍ରଦାୟଭିତ୍ତିକ ଉତ୍ପାଦଦନ ୟୁନିଟ୍‌ ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉନ୍ନତୀକରଣ କରିବ।

ଏହି ପ୍ରକଳ୍ପ ଉତ୍ପାଦକ ଗୋଷ୍ଠୀ ଓ କମ୍ପାନୀଗୁଡ଼ିକ ପାଇଁ ପ୍ରଦର୍ଶନ ଓ ହାତଗଣତି ତାଲିମ ମାଧ୍ୟମରେ କ୍ଷମତା ନିର୍ମାଣ ଉପରେ ଧ୍ୟାନଦେବ। ମହୁଲଭିତ୍ତିକ ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବଜାର ପ୍ରସ୍ତୁତି ପାଇଁ ସହାୟତା ଯୋଗାଇବ। ମହୁଲ ଗଛର ଫୁଲ, ଯାହା ଓଡ଼ିଶା ସମେତ କେନ୍ଦ୍ରୀୟ ଓ ପୂର୍ବ ଭାରତରେ ବିଶେଷକରି ଆଦିବାସୀବହୁଳ ଜିଲାଗୁଡ଼ିକରେ ପରିବାର ଆୟ, ଋତୁକାଳୀନ ନିଯୁକ୍ତି ଏବଂ ସ୍ଥାନୀୟ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ମହୁଲ ବିହନ ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିକ୍ରି ରାଜ୍ୟସାରା ବହୁସଂଖ୍ୟକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ପ୍ରାଥମିକ ଉତ୍ପାଦକ ଏବଂ କ୍ଷୁଦ୍ର ଉଦ୍ୟୋଗକୁ ସମର୍ଥନ କରିବ ବୋଲି ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?