‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ

କଟକ, ୧୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩ ନମ୍ବର ଓ୍ବାର୍ଡର କିଛି ପିଲାମାନେ ଏକ ବିଜୟ ରାଲି ବାହାର କରିଥିଲେ। ସେମାନେ ପ୍ଲା କାର୍ଡ ଧରି ମୋକିମ ଭାଇ, ସୋଫିଆ ଦିଦି ଜିନ୍ଦାବାଦ୍‌ ନାରା ଦେଇଥିଲେ। ଗଣମାଧ୍ୟମ ଏହାର ଏକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଭାଇରାଲ ଭିଡିଓକୁ ଏଡିଟ୍‌ କରାଯାଇ ଜାଣିଶୁଣି ଭାଇରାଲ କରାଯାଉଛି। କଟକ ଏକ ଭାଇଚାରାର ସହର। ଆମେ ଏଭଳି ନିନ୍ଦନୀୟ କାର୍ଯ୍ୟକୁ ଆଦୌ ବରଦାସ୍ତ କରିବୁ ନାହିଁ। ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରୁଳ ଏବଂ ଦୋଷୀ ଉଚିତ୍‌ ଦଣ୍ଡ ପାଉ।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ(ସିଏମସି) ଅଧୀନ ୧୩ ନମ୍ବର ଓ୍ବାର୍ଡରେ ଶନିବାର କଂଗ୍ରେସର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିଲା। ଏନେଇ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି।
ଲିଖିତ ଅଭିଯୋଗପତ୍ରରେ ଲେଖାଯାଇଛି ଯେ, ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା। ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ ସୋଫିଆ ବିଧାୟିକା ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ବହିଷ୍କାର କରିବା ପାଇଁ ଭାଜପା ଯୁବମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଲାଲବାଗ ଥାନା ସମ୍ମୁଖରେ ସୋଫିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri