Posted inଜାତୀୟ

ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି, କହିଲେ ସୋନିଆ…

ନୂଆଦିଲ୍ଲୀ, ୧୬।୩ : ସୋସିଆଲ ମିଡିଆ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଥିବା ଅଭିଯୋଗ ଆଣିଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ବୁଧବାର ଲୋକ ସଭାରେ ସରକାରଙ୍କୁ ଏନେଇ ସେ ଟାର୍ଗେଟ୍‌ କରିଛନ୍ତି। ସୋନିଆ କହିଛନ୍ତି ଯେ ସୋସିଆଲ ମିଡିଆର ଅପବ୍ୟବହାର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି।

ସୋସିଆଲ ମିଡିଆ ଦେଶର ଗଣତନ୍ତ୍ରକୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ସୋନିଆ କହିଛନ୍ତି ଯେ ଫେସବୁକ ଟୁଇଟର ପରି ବୃହତ ସୋସିଆଲ ମିଡିଆ କମ୍ପାନୀ ଦଳ, ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଦ୍ୱାରା ରାଜନୈତିକ କାହାଣୀ ସ୍ଥିର କରାଯାଉଛି।

ସୋନିଆ କହିଛନ୍ତି ଯେ ସୋସିଆଲ ମିଡିଆ ସବୁ ଦଳକୁ ସମାନ ସ୍ପେସ୍‌ ପ୍ରଦାନ କରୁନାହିଁ ବୋଲି ଅନେକ ଥର ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି। ଫଳରେ ସାମାଜିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହା ଆମ ଗଣତନ୍ତ୍ର ପାଇଁ ବିପଦ।

ସୋନିଆ ଗାନ୍ଧୀ କହିଛନ୍ତି, ଭାବପ୍ରବଣ ଭୁଲ ଜିନିଷ ମାଧ୍ୟମରେ ଯୁବକ ଏବଂ ବୟସ୍କଙ୍କ ମନରେ ଘୃଣା ବଢୁଛି। ଫେସବୁକ ପରି କମ୍ପାନୀଗୁଡିକ ଏହା ବିଷୟରେ ଅବଗତ କିନ୍ତୁ ସେମାନେ ଲାଭ ପାଇବା ପାଇଁ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ବଡ କମ୍ପାନୀ, କ୍ଷମତା କ୍ଷେତ୍ର ଏବଂ ଫେସବୁକ ପରି କମ୍ପାନୀଗୁଡ଼ିକ ମଧ୍ୟରେ ବିପଜ୍ଜନକ ମେଣ୍ଟ ବୃଦ୍ଧି ପାଉଛି।

ସୋନିଆ କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନିର୍ବାଚନ ରାଜନୀତିରେ ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ହସ୍ତକ୍ଷେପ ସମାପ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରୁଛି। ଏହା ଦଳ ଏବଂ ରାଜନୀତି ଉପରେ। ଆମକୁ ଗଣତନ୍ତ୍ର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପଡିବ। ଯେ କେହି କ୍ଷମତାରେ ଥାଆନ୍ତୁ ନା କାହିଁକି ଏହା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ।

ସୋନିଆ କହିଛନ୍ତି ଯେ ନିକଟରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ସରକାରରୀ କ୍ଷମତାକୁ ଲାଭ ପହଞ୍ଚାଉଛି। ଏହି ପରି ଅନ୍ୟାନ୍ୟ ଅନେକ ରିପୋର୍ଟ ମଧ୍ୟ ଅଛି। ସେ କହିଛନ୍ତି ଯେ ଅନେକ ସମୟରେ ଏହା ସାମ୍ନାକୁ ଆସିଛି ଯେ ସୋସିଆଲ ମିଡିଆର ବଡ କମ୍ପାନୀଗୁଡିକ ଶାସକ ଦଳକୁ ସମର୍ଥନ କରନ୍ତି।

ରାଜନୈତିକ ଦଳର କାହାଣୀ ଫେସବୁକ ସେଟିଂ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସୋନିଆ କହିଛନ୍ତି, ଫେସବୁକ ଅନେକ ଥର ନିୟମ ଭାଙ୍ଗିଛି। ଏଥିରେ ଶାସକ ଦଳମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଭୁଲ ତଥ୍ୟ ଯେପରି ପ୍ରସାର ହେଉଛି ଏବଂ ଲୋକଙ୍କ ମନରେ ଘୃଣା ପୂର୍ଣ୍ଣ ହେଉଛି, ଏହା ଆମର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛି ।

ବିରୋଧର ସ୍ବରକୁ ଦମନ କରାଯାଉଛି। ନିକଟରେ ଏକ ଅଲ ଜଜିରା ରିପୋର୍ଟରେ କୁହାଯାଇଛି ଯେ ସମାଜରେ ବିଷାକ୍ତ ସ୍ଥିତି ସୃଷ୍ଟି ପାଇଁ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଫେସବୁକରେ ଏଭଳି ବିଷାକ୍ତ ଧାରା ବୃଦ୍ଧି ପାଉଛି । ଫେସବୁକ କିପରି ଆମର ନିର୍ବାଚନ ନିୟମ ଆଇନକୁ ଖଣ୍ଡନ କରୁଛି ଏବଂ ସରକାରଙ୍କ ବିରୋଧରେ କହୁଥିବା ଲୋକଙ୍କ ସ୍ବରକୁ ଦମନ କରୁଛି ତାହା ଏବେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri