Posted inଜାତୀୟ

ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି, କହିଲେ ସୋନିଆ…

ନୂଆଦିଲ୍ଲୀ, ୧୬।୩ : ସୋସିଆଲ ମିଡିଆ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଥିବା ଅଭିଯୋଗ ଆଣିଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ବୁଧବାର ଲୋକ ସଭାରେ ସରକାରଙ୍କୁ ଏନେଇ ସେ ଟାର୍ଗେଟ୍‌ କରିଛନ୍ତି। ସୋନିଆ କହିଛନ୍ତି ଯେ ସୋସିଆଲ ମିଡିଆର ଅପବ୍ୟବହାର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି।

ସୋସିଆଲ ମିଡିଆ ଦେଶର ଗଣତନ୍ତ୍ରକୁ ହ୍ୟାକ କରିବାକୁ ଚେଷ୍ଟା କରୁଛି। ସୋନିଆ କହିଛନ୍ତି ଯେ ଫେସବୁକ ଟୁଇଟର ପରି ବୃହତ ସୋସିଆଲ ମିଡିଆ କମ୍ପାନୀ ଦଳ, ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଦ୍ୱାରା ରାଜନୈତିକ କାହାଣୀ ସ୍ଥିର କରାଯାଉଛି।

ସୋନିଆ କହିଛନ୍ତି ଯେ ସୋସିଆଲ ମିଡିଆ ସବୁ ଦଳକୁ ସମାନ ସ୍ପେସ୍‌ ପ୍ରଦାନ କରୁନାହିଁ ବୋଲି ଅନେକ ଥର ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି। ଫଳରେ ସାମାଜିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହା ଆମ ଗଣତନ୍ତ୍ର ପାଇଁ ବିପଦ।

ସୋନିଆ ଗାନ୍ଧୀ କହିଛନ୍ତି, ଭାବପ୍ରବଣ ଭୁଲ ଜିନିଷ ମାଧ୍ୟମରେ ଯୁବକ ଏବଂ ବୟସ୍କଙ୍କ ମନରେ ଘୃଣା ବଢୁଛି। ଫେସବୁକ ପରି କମ୍ପାନୀଗୁଡିକ ଏହା ବିଷୟରେ ଅବଗତ କିନ୍ତୁ ସେମାନେ ଲାଭ ପାଇବା ପାଇଁ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ବଡ କମ୍ପାନୀ, କ୍ଷମତା କ୍ଷେତ୍ର ଏବଂ ଫେସବୁକ ପରି କମ୍ପାନୀଗୁଡ଼ିକ ମଧ୍ୟରେ ବିପଜ୍ଜନକ ମେଣ୍ଟ ବୃଦ୍ଧି ପାଉଛି।

ସୋନିଆ କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନିର୍ବାଚନ ରାଜନୀତିରେ ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ହସ୍ତକ୍ଷେପ ସମାପ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରୁଛି। ଏହା ଦଳ ଏବଂ ରାଜନୀତି ଉପରେ। ଆମକୁ ଗଣତନ୍ତ୍ର ଏବଂ ସାମାଜିକ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପଡିବ। ଯେ କେହି କ୍ଷମତାରେ ଥାଆନ୍ତୁ ନା କାହିଁକି ଏହା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ।

ସୋନିଆ କହିଛନ୍ତି ଯେ ନିକଟରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ସରକାରରୀ କ୍ଷମତାକୁ ଲାଭ ପହଞ୍ଚାଉଛି। ଏହି ପରି ଅନ୍ୟାନ୍ୟ ଅନେକ ରିପୋର୍ଟ ମଧ୍ୟ ଅଛି। ସେ କହିଛନ୍ତି ଯେ ଅନେକ ସମୟରେ ଏହା ସାମ୍ନାକୁ ଆସିଛି ଯେ ସୋସିଆଲ ମିଡିଆର ବଡ କମ୍ପାନୀଗୁଡିକ ଶାସକ ଦଳକୁ ସମର୍ଥନ କରନ୍ତି।

ରାଜନୈତିକ ଦଳର କାହାଣୀ ଫେସବୁକ ସେଟିଂ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସୋନିଆ କହିଛନ୍ତି, ଫେସବୁକ ଅନେକ ଥର ନିୟମ ଭାଙ୍ଗିଛି। ଏଥିରେ ଶାସକ ଦଳମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଭୁଲ ତଥ୍ୟ ଯେପରି ପ୍ରସାର ହେଉଛି ଏବଂ ଲୋକଙ୍କ ମନରେ ଘୃଣା ପୂର୍ଣ୍ଣ ହେଉଛି, ଏହା ଆମର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରୁଛି ।

ବିରୋଧର ସ୍ବରକୁ ଦମନ କରାଯାଉଛି। ନିକଟରେ ଏକ ଅଲ ଜଜିରା ରିପୋର୍ଟରେ କୁହାଯାଇଛି ଯେ ସମାଜରେ ବିଷାକ୍ତ ସ୍ଥିତି ସୃଷ୍ଟି ପାଇଁ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଫେସବୁକରେ ଏଭଳି ବିଷାକ୍ତ ଧାରା ବୃଦ୍ଧି ପାଉଛି । ଫେସବୁକ କିପରି ଆମର ନିର୍ବାଚନ ନିୟମ ଆଇନକୁ ଖଣ୍ଡନ କରୁଛି ଏବଂ ସରକାରଙ୍କ ବିରୋଧରେ କହୁଥିବା ଲୋକଙ୍କ ସ୍ବରକୁ ଦମନ କରୁଛି ତାହା ଏବେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri