୨୫ ପ୍ରତିଶତ ପଞ୍ଚାୟତରେ ସୋସିଆଲ ଅଡିଟ୍‌ ହୋଇନି

କେନ୍ଦ୍ରାପଡ଼ା,୧ା୨ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମୀ ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଛନ୍ତି। ଅପରପକ୍ଷେ ନିଜ ଅଞ୍ଚଳରେ ଶ୍ରମ ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଏହି ଜିଲାରେ ଏକ ପ୍ରକାର ସ୍ଥାଣୁ ପାଲଟି ଥିବା ଦେଖାଦେଇଛି। ୩ ବର୍ଷର ଅନୁମୋଦିତ ପ୍ରକଳ୍ପ ଓ ଏହାର କାର୍ଯ୍ୟ ସମ୍ପାଦନ ଶୈଳୀର ତଥ୍ୟ ଏହାକୁ ସ୍ପଷ୍ଟ କରିଛି। ସେହିପରି ବର୍ଷକୁ ଦୁଇଥର ପାଇଁ ନିୟମ ରହିଥିବା ବେଳେ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତରେ ଥରଟିଏ ମଧ୍ୟ ସୋସିଆଲ ଅଡିଟ୍‌ ହୋଇନାହିଁ। ୨୦୨୦- ୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୮୦୦୮୮ଟି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ନିଆ ଯାଇଥିଲା ା ଏହି ଆର୍ଥିକ ବର୍ଷରେ ୭୭୯୧୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ରେକର୍ଡ ପରିମାଣର ୯୭.୨୮ ପ୍ରତିଶତ ସଫଳ ହୋଇଥିଲା। ତେବେ ଗତ ୨୦୨୧- ୨୨ ଆର୍ଥିକ ବର୍ଷରେ ପ୍ରକଳ୍ପ କାର୍ଯ୍ୟକାରୀରେ ଜିଲା ପ୍ରଶାସନର ସ୍ଥାଣୁତା ଦେଖା ଦେଇଛି ା ସେହି ଆର୍ଥିକ ବର୍ଷରେ ୧୩୧୧୯ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୪୧.୧୫ ପ୍ରତିଶତ ଓ ୨୦୨୨- ୨୩ ଆର୍ଥିକ ବର୍ଷରେ ୭୩୦୮ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୬.୯ ପ୍ରତିଶତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଛି। ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ୨ ମାସ ଅଛି। ତେବେ ଏହି ଯୋଜନାର ଅଗ୍ରଗତି ବହୁ ତଳେ ଥିବା ଦେଖାଯାଇଛି। ଜିଲାର ମୋଟ ୯ଟି ବ୍ଲକରେ ୧୫୨୭୬ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ୧୫.୦୪ ପ୍ରତିଶତ ସଫଳତା ହାସଲ କରିଛି।
ଗରଦପୁର ବ୍ଲକ ଅଂଚଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସବୁଠାରୁ ଅଧିକ ୩୪ ପ୍ରତିଶତ ସଫଳତା ମିଳିଥିବା ବେଳେ ରାଜନଗର ବ୍ଲକ ଅଞ୍ଚଳର ୨୫୮୬ ପ୍ରକଳ୍ପ ମଧ୍ୟରୁ ଗୋଟିଏ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥ୍ୟ ଅନୁଯାୟୀ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ୬୨ ପଞ୍ଚାୟତରେ ଅଦ୍ୟାବଧି ଗୋଟାଏ ଥର ମଧ୍ୟ ସୋସିଆଲ ଅଡିଟ ହୋଇନାହିଁ। ସୋସିଆଲ ଅଡିଟ ହୋଇଥିବା ୧୮୭ ପଞ୍ଚାୟତରେ ୨୯୯ ଅଭିଯୋଗ ଥିଲେ ମଧ୍ୟ ଗୋଟାଏ ମଧ୍ୟ ସମାଧାନ ହୋଇନାହିଁ। ଏ ସମ୍ପର୍କରେ ଭରତପୁରର ଚିତ୍ତରଞ୍ଜନ ଦାସ, ଦେପୁରର ଜଗଦୀଶ ପତି, ଇନ୍ଦୁପୁରର ଦେବାଶିଷ ସାମଲ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ବହୁ ଅସାମଞ୍ଜସ୍ୟ ରହିଛି। ଯୋଜନାର ସଫଳତା ପାଇଁ ଶ୍ରମିକଙ୍କ ମଜୁରୀ ବଢ଼ାଇବା ଆବଶ୍ୟକ। ସେହିପରି ଯୋଜନାରେ ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି ା ଏହା ବ୍ୟତୀତ ଏହି ଯୋଜନାରେ ମାଟି ରାସ୍ତା ନିର୍ମାଣ ଓ ପୋଖରୀ ଖୋଳା କାର୍ଯ୍ୟ ରହିଛି। ସାଂପ୍ରତିକ ସମୟରେ ମାଟି ରାସ୍ତା ଅଦରକାରୀ ହୋଇଥିବା ବେଳେ ପୋଖରୀ ଖନନରେ ମେଶିନର ବ୍ୟବହାର ସହଜ ହୋଇଛି। ଯୋଜନାରେ କାର୍ଯ୍ୟ ସାରିବା ପରେ ମଜୁରୀ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡୁଥିବାରୁ ଶ୍ରମିକଙ୍କ ଆଗ୍ରହ କମୁଛି ା ଏହାବ୍ୟତୀତ ଯୋଜନା କାର୍ଯ୍ୟକାରୀରେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ନ ଥିବାରୁ ଫଳବତୀ ହେଉ ନ ଥିବା ସେମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାରେ ପଣ୍ଡା କହିଛନ୍ତି, ଚଳିତ ବର୍ଷ ଏହି ଯୋଜନାରେ ବହୁ ପ୍ରକଳ୍ପ ନିର୍ମାଣ ହୋଇଛି। ତେବେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ସଫଳତା ହାର କମ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ରେକର୍ଡ ପରିମାଣର ସଫଳତା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri