ଗଞ୍ଜାମ ଜ଼ିଲାରେ ଆରମ୍ଭ ହେଲା ପଛୁଆ ବର୍ଗଙ୍କ ସାମାଜିକ, ଶିକ୍ଷାଗତ ସ୍ଥିତି ସର୍ଭେ

ଛତ୍ରପୁର,୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟ ଯେପରି ଠିକ୍‌ ହେବ ସେଥିନିମନ୍ତେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଜିଲାର ପଛୁଆ ବର୍ଗ ଲୋକମାନଙ୍କ ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ଠିକ୍‌ ତଥ୍ୟ ସଂଗ୍ରହ କରିବା ନେଇ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ସର୍ଭେ କାର୍ଯ୍ୟ ସମୟ ମଧ୍ୟରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀ ଛୁଟିରେ ରହିପାରିବେ ନାହିଁ । ମେ’ ୧ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଥିବା ସେଣ୍ଟରଗୁଡିକ ଖୋଲାରହିବ । ୨୧ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ନିୟୋଜିତ କର୍ମଚାରୀଗଣ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ସମସ୍ତ ସରକାରୀ ଛୁଟିଦିନ ଏବଂ ରବିବାର ମଧ୍ୟ ସର୍ଭେ କାର୍ଯ୍ୟ ଚାଲୁ ରହିବ । ସର୍ଭେ କାର୍ଯ୍ୟ ସମୟ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କରାଯିବ।