ଭାଜପାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚା

କେନ୍ଦୁଝର,୨୪ା୧(ସ୍ବ.ପ୍ର.): ସମାଜିକକର୍ମୀ ନୈନା ସାହୁ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନମୋଡ଼ ନେଉଛି। ପ୍ରଥମେ ଦୁର୍ଘଟଣା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଥିଲେ। ଏବେ ଘଟଣାରେ ଭାଜପା ନେତା ପ୍ରକାଶ ମଲ୍ଲିକଙ୍କ ନାମ ଉଠିବା ବିବାଦକୁ ଅଧିକ ଘନିଭୂତ କରିଛି। ଏଥିସହ ଭାଜପା ଜଣଙ୍କୁ ନିଲମ୍ବନ କରିବା ଓ ଅନ୍ୟକୁ ଘଣ୍ଟ ଘୋଡ଼ାଇବା ନେଇ ଚର୍ଚ୍ଚା ହେଉଛି।
ଯେ, ସଦର ଥାନାରେ ଅଭିଯୋଗ ପରେ ଭାଜପା ଯୁବ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ଅକ୍ଷୟ ମହାରଣାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ଫସିଥିବା ପ୍ରକାଶଙ୍କ ପ୍ରତି ଭିନ୍ନ ଆଭିମୁଖ୍ୟକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ରାଜ୍ୟ ସଭାପତିଙ୍କ ଅତି ଘନିଷ୍ଠ ଜଣେ ନେତାଙ୍କ ଅନୁଗତ ହୋଇଥିବାରୁ ଜିଲା ଭାଜପା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଚର୍ଚ୍ଚା ହେଉଛି। ଏଭଳି ସମ୍ବେଦଳଶୀଳ ଘଟଣା ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇ ଦିଆଯାଇଥିବା ଜିଲା ସଂଗଠନ କହୁଛି। ରାଜ୍ୟ ସଂଗଠନ ଏହାକୁ ହାଲୁକା ଭାବେ ଗ୍ରହଣ କରି ପଦକ୍ଷେପ ନେଉ ନ ଥିବାରୁ ଦଳର ପକ୍ଷପାତିତା ନୀତି ପଦାରେ ପଡ଼ିଛି। ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବାବେଳେ ତାଙ୍କୁ ସୁରକ୍ଷା ଦିଆଯାଉଥିବା ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ଏଥିସହ ନୈନା ସାହୁଙ୍କ ମୃତ୍ୟୁ ବାଇକ୍‌ ଦୁର୍ଘଟଣା ଯୋଗୁ ହୋଇଥିବା ନେଇ ପୋଲିସ ମାମଲା ରୁଜୁ କରି ହାଲୁକା ଭାବେ ନେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଦୁର୍ଘଟଣା ମାମଲା ଦର୍ଶାଇବା ପାଇଁ ପ୍ରମାଣ ଖୋଜି ପରୋକ୍ଷରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମୃତ ନୈନାଙ୍କ ମା’ ରେବତୀ ସାହୁ ଅଭିଯୋଗ କରିଛନ୍ତି। ଏଣୁ ଥାନାରେ ନ୍ୟାୟ ନ ମିଳିବାରୁ ନୈନାଙ୍କ ମାତା ପିତା ଜାନୁୟାରୀ ୧୨ରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପି ଏହାର ତଦନ୍ତ ପାଇଁ କ୍ରାଇମ୍‌ ଡିଏସ୍‌ପିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ଭାଜପା ଓ ବିଜେଡି ନାରୀଙ୍କ ସମ୍ମାନର କଥା କହୁଥିବା ବେଳେ ନୈନାଙ୍କ ମୃତ୍ୟୁ ଘଟଣାରେ ଚୁପ୍‌ ବସିବା ଭିତ୍ତିରି ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଏଣୁ ତୁରନ୍ତ ଏହାର ତଦନ୍ତ କରି ପୋଲିସ ସତ୍ୟ ପଦାକୁ ଆଣୁ ବୋଲି ଜିଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri