Posted inଖେଳ

ବାର୍ସିଲୋନାର ଏହି ଷ୍ଟାର ଫୁଟ୍‌ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍‌ ଦଣ୍ଡ

ବାର୍ସିଲୋନା,୨୨ା୨: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବାର୍ସିଲୋନାର ଏକ କୋର୍ଟ ଗୁରୁବାର ଷ୍ଟାର ଫୁଟବଲ ଖେଳାଳି ଡାନି ଆଲଭେସ୍‌କୁ ୪ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଦିନ ଧରି ଏହି ମାମଲାର ଶୁଣାଣି କରିଥିଳେ। ଆଲେଭେସଙ୍କ ଉପସ୍ଥିତିରେ ଖଣ୍ଡପୀଠ ଦଣ୍ଡ ବିଧାନ ଶୁଣାଇଥିଲେ। ପୀତୀଡ଼ାଙ୍କ ଓକିଲ ଇଷ୍ଟର ଗାର୍ସିଆ ଚଳିତ ସପ୍ତାହରେ କହିଥିଲେ ରାୟ ପ୍ରଦାନ ବେଳେ ସେ ଓ ତାଙ୍କ ମହକିଲ ଉପସ୍ଥିତ ରହିବେ ନାହିଁ।

ପୀଡ଼ିତା ଜଣଙ୍କ ଯୌନ ସମ୍ପର୍କ ରଖିବାକୁ ରାଜି ନ ଥିଲେ। ତାଙ୍କୁ ଜବରଦସ୍ତ ବଳାତ୍କାର କରାଯାଇଛି। ଏହାର ଯଥେଷ୍ଟ ପ୍ରମାଣ ରହି ଥିବା କୋର୍ଟ ତାଙ୍କ ରୁଲିଂରେ ଜଣାଇଛନ୍ତି। କୋର୍ଟ ଆହୁରି ମଧ୍ୟ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୧୫୦,୦୦୦ ୟୁରୋ (୧୬୨,୦୦୦ ଡଲାର) ଏବଂ ମାମଲା ବାବଦରେ ଖର୍ଚ୍ଚ ଆଲଭେସଙ୍କ ଦେବା ଲାଗି କହିଛନ୍ତି। ଜଲେ ଦଣ୍ଡ ଶେଷ ହେବା ପରେ ୪୦ ବର୍ଷୀୟ ଆଲଭେସଙ୍କ ଉପର ନଜର ରଖାଯିବ। ଏହି ସମୟ ମଧ୍ୟରେ ସେ ପୀଡ଼ିତାଙ୍କ ନିକଟକୁ ଯାଇପାରିବେ ନାହିଁ କି ତାଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ। କୋର୍ଟରେ ଦର୍ଶାଯାଇଥିଲା ପୀଡ଼ିତାଙ୍କୁ ଆଲଭେସ ୨୦୨୨ ଡିସେମ୍ବର ୩୧ ବାର୍ସିଲୋନା ଅନ୍ତର୍ଗତ ଏକ ନାଇଟ କ୍ଲବର ଗାଧୁଆ ଘରେ ବଳାତ୍କାର କରିଥିଲେ।

ଅନ୍ୟପକ୍ଷରେ ଆଲଭେସ କୋର୍ଟରେ ତାଙ୍କ ବୟାନରେ ଦର୍ଶାଇଥିଲେ, ସେ ମହିଳାଙ୍କୁ ବଳତ୍କାର କରି ନାହାନ୍ତି। ସେ ସେଭଳି ଚରିତ୍ରର ଲୋକ ନୁହଁନ୍ତି। କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ପାରିବ। ଷ୍ଟେଟ୍‌ ପ୍ରୋସିକ୍ୟୁଟର କାର୍ଯ୍ୟାଳୟ କହିଛି କୋର୍ଟଙ୍କ ରାୟର ଅଧ୍ୟୟନ ପରେ ଅପିଲ କରାଯିବ କି ନା ତାହା ବିଚାର କରାଯିବ। ଆଲଭେସ ୨୦୨୩ ଜାନୁଆରୀ ୨୦ରୁ ଜେଲ୍‌ରେ ଅଟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri