Posted inଜାତୀୟ

ଜବତ ଏତେ, ଲୁଚିଛି କେତେ

ନୂଆଦିଲ୍ଲୀ,୧୮ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ତତ୍ତ୍ୱାବଧାନରେ ସୋମବାର ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ୧,୪୪,୦୦୦ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨,୩୮୧ କୋଟି ଟଙ୍କା ହେବ। ସଦ୍ୟ କାର୍ଯ୍ୟାନୁଷ୍ଠାନ ସହ ଭାରତରେ ବର୍ଷକ ମଧ୍ୟରେ ନଷ୍ଟ କରାଯାଇଥିବା ମୋଟ ଡ୍ରଗ୍ସର ଓଜନ ପ୍ରାୟ ୧୦ ଲକ୍ଷ କେ.ଜି. ଏବଂ ମୂଲ୍ୟ ୧୨,୦୦୦ କୋଟି ଟଙ୍କା ହେବ। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍‌ ନ୍ୟାଶନାଲ ସିକ୍ୟୁରିଟି ଆଞ୍ଚଳିକ ସମ୍ମିଳନୀରେ ସମସ୍ତ ରାଜ୍ୟର ଆଣ୍ଟି-ନାର୍କୋଟିକ୍ସ ଟାକ୍ସ ଫୋର୍ସ (ଏଏନ୍‌ଟିଏଫ୍‌) ସହ ସମନ୍ବୟ ରଖି ଏହାକୁ ନଷ୍ଟ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଜାତୀୟ ରାଜଧାନୀରେ ଏହାକୁ ଭର୍ଚୁଆଲି ନିରୀକ୍ଷଣ କରିଥିଲେ। ଏହି ଅବସରରେ ଶାହା ଡ୍ରଗ୍ସ ସିଣ୍ଡିକେଟ୍‌ଗୁଡ଼ିକ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ଏଥିସହ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ଅନୁରୂପ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସର୍ବାଧିକ ସଚେତନତା ସୃଷ୍ଟି ହେଉଛି ଏହି ଲଢ଼େଇ ଦିଗରେ ସବୁଠୁ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କଠାରେ ସର୍ବାଧିକ ସଚେତନତା ସୃଷ୍ଟି ନ କରିବା ପର୍ଯ୍ୟନ୍ତ ଆମେ ଲଢ଼େଇରେ ଜିତିବା ନାହିଁ ବୋଲି ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଡ୍ରଗ୍ସ ଆତଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସାକରି ଶାହା କହିଛନ୍ତି, ୨୦୦୬ରୁ ୨୦୧୩ ମଧ୍ୟରେ ମୋଟ ୧.୫୨ ଲକ୍ଷ କେ.ଜି. ଡ୍ରଗ୍ସ ଜବତ ହୋଇଥିବାବେଳେ ୧,୨୫୦ ମାମଲା ରୁଜୁ କରାଯାଇଥିଲା। ୨୦୧୪ରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର କ୍ଷମତାକୁ ଆସିବା ପରଠୁ ୨୦୨୩ ପର୍ଯ୍ୟନ୍ତ ୩.୯୪ ଲକ୍ଷ କେ.ଜି. ଡ୍ରଗ୍ସ ଜବତ ସହ ୩,୭୦୦ ମାମଲା ରୁଜୁ କରାଯାଇଛି। ଅର୍ଥାତ୍‌ ମାମଲା ରୁଜୁ ଓ ଡ୍ରଗ୍ସ ଜବତ କ୍ଷେତ୍ରରେ ୧୬୦% ଅଭିବୃଦ୍ଧି ଘଟିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଏତେ ପରିମାଣର ଡ୍ରଗ୍ସ ଜବତ ହୋଇଛି ତେବେ ଆଉ କେତେ ନିଶାସାମଗ୍ରୀ ଦେଶର ବିଭିନ୍ନ ଭାଗରେ ମହଜୁଦ ହୋଇରହିଛି, ଯାହାର ଚାଲାଣକାରୀମାନଙ୍କୁ ମୋଦି ସରକାରଙ୍କ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଧରିପାରୁ ନାହିଁ। ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଅମଳରେ କମ୍‌ ଜବତ ହେବାର ତାତ୍ପର୍ଯ୍ୟ ନୁହେଁ ଯେ, ସେତେବେଳର ଧରପଗଡ଼କାରୀ ସଂସ୍ଥାଗୁଡ଼ିକ ଦୁର୍ବଳ ଥିଲେ ଏବଂ ମୋଦି ସରକାର ଆସିବା ପରେ ହଠାତ୍‌ ସମସ୍ତେ ତତ୍ପର ହୋଇ ଉଠିଲେ। ଶାହାଙ୍କ ବକ୍ତବ୍ୟର ଆଉ ଗୋଟିଏ ଦିଗକୁ ଅନୁଧ୍ୟାନକଲେ ମୋଦିଙ୍କ ଏନ୍‌ଡିଏ ଶାସନରେ ଡ୍ରଗ୍ସ କାରବାର ୧୬୦% ବୃଦ୍ଧି ପାଇଥିବା ବୁଝିବା କଷ୍ଟକର ନୁହେଁ। ଇତିମଧ୍ୟରେ ନୂଆଦିଲ୍ଲୀକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୨୩ ଏପ୍ରିଲ ୫ରେ ଭାରତ ୟୁନାଇଟେଡ୍‌ ନେଶନ୍ସ ଷ୍ଟାଟିଷ୍ଟିକାଲ କମିଶନ୍‌ ନାର୍କୋଟିକ୍‌ ଡ୍ରଗ୍ସର ସଦସ୍ୟ ନିର୍ବାଚିତ ହୋଇଛି। ଜାତିସଂଘର ଡ୍ରଗ୍ସ ନିରୋଧୀ ସଂସ୍ଥାରେ ପ୍ରତିନିଧିତ୍ୱ ସୁଯୋଗ ପାଇଥିବା ଭାରତକୁ ନିଷିଦ୍ଧ ନିଶାଦବ୍ୟ ଚାଲାଣ ବିରୋଧରେ ଚାଲିଥିବା ବୈଶ୍ୱିକ ଲଢ଼େଇରେ ସାମିଲ ହେବା ପାଇଁ ଏକ ସୁଯୋଗ ମିଳିଯାଇଛି। ତେଣୁ ଆଗାମୀ ଦିନରେ ଉପା ଅମଳଠାରୁ ୧୬୦% କମ୍‌ ଡ୍ରଗ୍ସ ଜବତ ହେଲେ ମୋଦି ସରକାରଙ୍କ ଶାସନ କାଳରେ ପ୍ରକୃତରେ ଡ୍ରଗ୍ସ ବ୍ୟବହାର ଓ ଚାଲାଣ ହ୍ରାସ ପାଇଛି ବୋଲି ବିବେଚନା କରାଯିବ।
ନଷ୍ଟ କରାଯାଇଥିବା ଡ୍ରଗ୍ସ ମଧ୍ୟରେ ଏନ୍‌ସିବି ହାଇଦ୍ରାବାଦ ୟୁନିଟ୍‌ ପକ୍ଷରୁ ଜବତ କରାଯାଇଥିବା ୬,୫୯୦ କେ.ଜି., ଇନ୍ଦୋର ୟୁନିଟ୍‌ର ୮୨୨ କେ.ଜି. ଓ ଜମ୍ମୁ ୟୁନିଟ୍‌ର ୩୫୬ କେ.ଜି. ରହିଛି। ଏହାବାଦ୍‌ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶରେ ୧,୦୩,୮୮୪ (୧.୦୩ ଲକ୍ଷ) କେ.ଜି., ଆସାମରେ ୧,୪୮୬ କେ.ଜି., ଚଣ୍ଡିଗଡ଼ରେ ୨୨୯ କେ.ଜି.ଗୋଆରେ ୨୫ କେ.ଜି., ଗୁଜରାଟରେ ୪,୨୭୭ କେ.ଜି., ହରିୟାଣାରେ ୨,୪୫୮ କେ.ଜି., ଜମ୍ମୁ-କଶ୍ମୀରରେ ୪,୦୬୯ କେ.ଜି., ମହାରାଷ୍ଟ୍ରରେ ୧୫୯ କେ.ଜି., ତ୍ରିପୁରାରେ ୧,୮୦୩ କେ.ଜି. ଓ ମଧ୍ୟପ୍ରଦେଶରେ ୪,୦୪୯ କେ.ଜି. ଡ୍ରଗ୍ସ ଜବତ ହୋଇଥିଲା। ଏନ୍‌ସିବି ଆଞ୍ଚଳିକ ୟୁନିଟ୍‌ ଓ ରାଜ୍ୟଗୁଡ଼ିକର ଏଏନ୍‌ଟିଏଫ୍‌ ମିଳିତ ଭାବେ ୮,୭୬,୫୫୪ (୮.୭୬ ଲକ୍ଷ) କିଲୋଗ୍ରାମ୍‌ ଡ୍ରଗ୍ସ ଜବତ କରିଛନ୍ତି। ଏହି ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୯,୫୮୦ କୋଟି ଟଙ୍କା ହେବ, ଯାହାକି ଧାର୍ଯ୍ୟ ଟାର୍ଗେଟଠାରୁ ୧୧ ଗୁଣ ଅଧିକ। ୨୦୨୨ ମେ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୧ ଏପ୍ରିଲ ପରଠୁ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ୩,୮୦୦ କେ.ଜି.ର ହେରୋଇନ୍‌ ଜବତ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୨୬,୦୦୦ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri