ଶ୍ରଦ୍ଧାଳୁ ବିନା ସ୍ନାନଯାତ୍ରା

ଢେଙ୍କାନାଳ ଅଫିସ, ୨୪।୬: ସ୍ନାନବେଦିକୁ ଆସିବେ ମହାବାହୁ। ସାଥୀରେ ଥିବା ବଡ଼ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା। ଏଥିଲାଗି ସଜେଇ ହୋଇଛି ସ୍ନାନବେଦି। ନୂଆ ରଙ୍ଗରେ ଝଲସୁଛି ପିଣ୍ଡି। ହେଲେ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚତ୍ତ ହେବେ ଶ୍ରଦ୍ଧାଳୁ। କରୋନା ମହାମାରୀ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଥିବାବେଳେ ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ହାତଗଣତି ସେବାୟତଙ୍କୁ ନେଇ ସ୍ନାନଯାତ୍ରା ଆୟୋଜନ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ଭୟାବହତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି।
ରାଜପୁରୋଧାଙ୍କ ପରାମର୍ଶକ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଳନ ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଭୋର ସାଢ଼େ ୪ଟାରେ ଜୟମଙ୍ଗଳ ଆଳତି ଅନୁଷ୍ଠିତ ହେବ। ୪ଟା ୪୦ରେ ଶ୍ରୀଜୀଉଙ୍କ ପହଣ୍ଡି ବେଶ ସମାପନ ପରେ ୫ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ। ସାଢେ ୬ଟାରେ ଦକ୍ଷିଣ ବନ୍ଦାପନା, ୬ଟା ୪୫ରେ ସ୍ନାନ ମଣ୍ଡପକୁ ବିଜେ, ୮ଟାରେ ଶ୍ରୀଜୀଉଙ୍କ ସ୍ନାନ, ସାଢ଼େ ୮ଟାରେ ଚନ୍ଦନଲାଗି ବେଶ ଏବଂ ପୂର୍ବାହ୍ନ ୯ଟାରେ ସୁନାବେଶ ଅନୁଷ୍ଠିତ ହେବ। ଏହାପରେ ସାଢ଼େ ୯ଟାରେ ବଲ୍ଲଭ ଭୋଗ, ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଧୂପ କରାଯିବାପରେ ସନ୍ଧ୍ୟା ୫ଟାରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ସାଢ଼େ ୮ଟାରେ ଡମ୍ବରୁ ପୂଜା ପରେ ୯ଟାରେ ପହୁଡ଼ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ବରିଷ୍ଠ ସେବାୟତ ଓ ପୂଜକଙ୍କ ଟିକାକରଣ କରାଯାଇଛି। ପୀଠରେ ପୋଲିସ ମୁତୟନ ହୋଇଛନ୍ତି। ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ସ୍ନାନ ପୂର୍ଣ୍ଣିମା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଢେଙ୍କାନାଳରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। କେବଳ ବିଧିପାଳନ ପୂର୍ବକ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ନୀତିକାନ୍ତି କରାଯିବ।

ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚତ୍ତ କଷ୍ଟଦାୟକ
କଟକଣା ଲାଗିଥିବାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦୁର୍ଲଭ ଚନ୍ଦନ ବେଶ ଏବଂ ସୁନାବେଶ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚତ୍ତ ହେବେ। ଏହା ଜଗନ୍ନାଥପ୍ରେମୀଙ୍କ ପକ୍ଷେ କଷ୍ଟଦାୟକ। ତେବେ ସଚେତନ ନାଗରିକ ଭାବେ ସମସ୍ତେ କଟକଣା ମାନିବା ଉଚିତ ା
-ବିଶ୍ୱନାଥ ବେହେରା, ସମ୍ପାଦକ, ବାହୁଡ଼ା ଯାତ୍ରା ଭଜନ ସମାରୋହ କମିଟି

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି
ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବର୍ଷସାରା ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାଆନ୍ତି। ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଛି। ଏହା ଭକ୍ତଙ୍କ ମନ ଭାଙ୍ଗିଦେଇଛି।
-ଅଥୟ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀଜଗନ୍ନାଥ ଚେତନା ସମିତି

କଟକଣା ମାନିବାକୁ ପଡ଼ିବ
ଓଡ଼ିଆ ଜାତିର ପ୍ରାଣର ଠାକୁର ହେଉଛନ୍ତି ଜଗନ୍ନାଥ। କିନ୍ତୁ ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତଙ୍କୁ ଭଗବାନଠାରୁ ଦୂରେଇ ରଖିଛି। ଏହାକୁ ନେଇ ମହାପ୍ରଭୁଙ୍କ ନିକଟରେ ନିଶ୍ଚିତ ଅଭିମାନ ରହିବ। ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କଟକଣାକୁ ମାନିବାକୁ ଛଡ଼ା ଅନ୍ୟ ବିକଳ୍ପ ନାହିଁ।
-ଦୀପ୍ତିବାଳା ମିଶ୍ର, ଜଗନ୍ନାଥପ୍ରେମୀ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri