Categories: ଫୁରସତ

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପବେଳେ ଶିବଲିଙ୍ଗରେ ଗୁଡ଼େଇ ହେଲା ନାଗ

ଭୋପାଳ, ୨୪।୮: କରୋନା ମହାମାରୀକୁ ନିବାରଣ କରିବା ଲାଗି ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଥିବା। କିନ୍ତୁ ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଏକ ନାଗ ସାପ ମନ୍ଦିର ଭିତରେ ପ୍ରବେଶ କରି ଶିବ ଲିଙ୍ଗରେ ଗୁଡ଼େଇ ହୋଇଯାଇଥିଲା। ଏଭଳି ଏକ ଚକିତ କଲାଭଳି ଘଟଣା ମଧ୍ୟପ୍ରଦେଶ ରାଇସେନ ଜିଲାରୁ ସାମ୍ନାକୁ ଆସିଛି। କରୋନା ମହାମାରୀକୁ ରୋକିବା ଲାଗି ରାଇସେନ ଜିଲାର ଉଦୟପୁର ରାମେଶ୍ୱର ଶିବ ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଗତ ୨ ମାସ ହେବ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଥିଲା। ତେବେ ଏହି ସମୟରେ ୬ ଫୁଟ ଲମ୍ବର ଏକ ନାଗ ସାପ ପ୍ରଥମେ ନନ୍ଦୀ ଉପରେ ଚଢ଼ିଥିଲା। ଏହାପରେ ସାପଟି ଶିବଲିଙ୍ଗରେ ଗୁଡ଼େଇ ହୋଇଯାଇଥିଲା। ଚାହୁଁ ଚାହୁଁ ଏହି ଘଟଣା ଚାରିଆଡ଼େ ପ୍ରଚାର ହୋଇଯିବା ପରେ ମନ୍ଦିରରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଥିଲା। କିଛି ସମୟ ଶିବ ଲିଙ୍ଗରେ ଗୁଡ଼େଇ ହୋଇରହିବା ପରେ ସାପଟି ଚାଲିଯାଇଥିବା ଜଣାପଡ଼ିଛି।

Share