Posted inଜାତୀୟ

୩ ଭଉଣୀଙ୍କୁ କାମୁଡ଼ିଲା ସାପ, ରାତି ସାରା ଚାଲିଲା ଝଡ଼ାଫୁଙ୍କା; ଆଉ ସକାଳେ…

ରାଞ୍ଚି, ୨୦।୧୦: ଝାଡ଼ଖଣ୍ଡର ସିମଡେଗାଠାରେ ସାପ କାମୁଡ଼ିବା ପରେ ଅନ୍ଧବିଶ୍ୱାସ ହେତୁ ୩ ଭଉଣୀଙ୍କ ଜୀବନ ଚାଲିଯାଇଛି। ରାତିରେ ଚଟାଣରେ ଶୋଇଥିବାବେଳେ ୩ ଭଉଣୀଙ୍କୁ ସାପ କାମୁଡ଼ିଥିଲା। ଏହାପରେ ୩ ଭଉଣୀଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସାରାରାତି ଝଡ଼ାଫୁଙ୍କାରେ ସମୟ ନଷ୍ଟ କରିଥିଲେ। ଏହାପରେ ସକାଳେ ୩ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ଝଡ଼ାଫୁଙ୍କାରେ ୩ ଭଉଣୀ ଆରୋଗ୍ୟ ଲାଭ କରିପାରି ନ ଥିଲେ। ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଇବା ପରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ସେଥିରେ ବିଶ୍ୱାସ ଯାଇ ନ ଥିଲେ। ପୁଣିଜଣେ ବଡ଼ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିବା ପାଇଁ ସେମାନେ ଓଡ଼ିଶା ଅଭିମୁଖେ ବାହାରିଥିଲେ ବୋଲି ଜଣାପଡ଼ିଛି। ମୃତ ୩ ଭଉଣୀଙ୍କ ନାମ ଅଙ୍କିତା ଲାକ୍ରା (୧୨ ବର୍ଷ), ହର୍ଷିତା ଲାକ୍ରା (୧୦) ଓ ଏଡାଲିନ୍‌ ଏକ୍କା (୮)। ଗ୍ରାମରେ ମୋବାଇଲ୍‌ ନେଟ୍‌ଓ୍ବର୍କ ନ ଥିବା ଯୋଗୁ ପରିବାର ଲୋକ ଆମ୍ବୁଲାନ୍ସ ଡାକି ନ ପାରି ଅନ୍ଧବିଶ୍ୱାସର ସାହାର ନେଇଥିଲେ ବୋଲି ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri