କାମୁଡ଼ିଦେଲା ନାଗ: ଅବହେଳାରୁ ଶିଶୁର ଜୀବନ ଗଲା

ଭୁବନେଶ୍ୱର, (ଅସମାପିକା ସାହୁ)/ ଖଲ୍ଲିକୋଟ,୨୫ା୮(ପ୍ରଶାନ୍ତ କୁମାର ମିଶ୍ର): ଡାକ୍ତରଙ୍କ ଅବହେଳା ପାଇଁ ସାପକାମୁଡ଼ିଥିବା ଜଣେ ଶିଶୁର ଜୀବନ ଯାଇଛି। ସାପ କାମୁଡ଼ା ରୋଗୀ ଡାକ୍ତରଖାନାରେ ପହଞ୍ଚତ୍ବା ମାତ୍ରେ ବା ଅନ୍ୟତ୍ର ରେଫର କରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ପ୍ରଥମ ଡୋଜ୍‌ ଅର୍ଥାତ ୧୦ ଭାଏଲ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ଦେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ହେଲେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାହା କରି ନ ଥିବା ଅଭିଯୋଗ ହୋଇଛି। ଫଳରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁଟି ପହଞ୍ଚତ୍ବା ପୂର୍ବରୁ ବାଟରେ ତା’ର ମୃତ୍ୟୁ ଘଟିଛି।

ମୃତ ଶିଶୁ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡା ସାହିର ଲକ୍ଷ୍ମୀକାନ୍ତ ବେହେରାଙ୍କ ପୁଅ ପ୍ରବୀଣ ବେହେରା (୫)। ସେ ପରିବାର ସହ ଖୋର୍ଦ୍ଧା ଜିଲା ବଡକୁଳ ବେହେରା ସାହିସ୍ଥିତ ମାମୁ ଘରକୁ ଆସିଥିଲେ। ଶୁକ୍ରବାର ଅପରାହ୍ନରେ ସାନ ଭାଇ ଓ ମା’ଙ୍କ ସହ ଶୋଇଥିବାବେଳେ ପ୍ରବୀଣଙ୍କୁ ସାପ କାମୁଡିଥିଲା। ସେ ଜୋର୍‌ରେ କାନ୍ଦିବାରୁ ମା’ ଯାଗେଶ୍ୱରୀ ଘରେ ଖୋଜାଖୋଜି କରିବା ସମୟରେ ଏକ ସାପ ଦେଖିବାକୁ ପାଇଥିଲେ। ପ୍ରବୀଣ ମୁଣ୍ଡରେ ଦୁଇଟି ସ୍ଥାନରୁ ରକ୍ତ ବାହାରୁଥିବା ଦେଖି ସାପ କାମୁଡ଼ିଥିବା ସ୍ପଷ୍ଟ ହୋଇଥିଲା। ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ସ୍ନେହାଲୋକ ମିଶ୍ର ପହଞ୍ଚତ୍ ଉକ୍ତ ନାଗସାପକୁ ଉଦ୍ଧାର କରିଥିବାବେଳେ ପ୍ରବୀଣଙ୍କୁ ସଙ୍ଗେ ସଙ୍ଗେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବାପା ଲକ୍ଷ୍ମୀକାନ୍ତଙ୍କ ଅଭିଯୋଗ ଅନୁସାରେ, ଡାକ୍ତରଖାନାରେ ପୁଅକୁ ସାପ କାମୁଡ଼ିଥିବା କଥା ଯେତେ କହିଲେ ମଧ୍ୟ ଡାକ୍ତର ଗୁରୁତ୍ୱ ଦେଇ ନ ଥିଲେ।

ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ଦେଇ ନ ଥିଲେ କି କୌଣସି ଚିକିତ୍ସା କରି ନ ଥିଲେ। ପ୍ରବୀଣର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତରବରିଆ ଭାବେ ଏକ ପ୍ରେସ୍‌କ୍ରିପ୍‌ଶନ ଲେଖି ଭୁବନେଶ୍ୱର ରେଫର କରିଦେଲେ। ଏପରିକି ରେଫର କଲାବେଳେ ଆଣ୍ଟିଭେନମ୍‌ ଦେଲେ ନାହିଁ। ସେଠାରୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ଆସିବାବେଳେ ୧୫ କିମି ପରେ ସିଲିଣ୍ଡରରୁ ଅମ୍ଳଜାନ ସରିଯାଇଥିଲା। ଫଳରେ ଆମ୍ବୁଲାନ୍ସକୁ ପୁଣି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ନିଆଯାଇଥିଲା। ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ସେଥିରେ ପ୍ରବୀଣକୁ ଭୁବନେଶ୍ୱର ଅଣାଯାଇଥିଲା। ଫଳରେ ଚିକିତ୍ସା ମିଳିବାରେ ବହୁ ବିଳମ୍ବ ହୋଇଯାଇଥିଲା। ବାଟରେ ପ୍ରବୀଣର ମୃତ୍ୟୁ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଘୋଷଣା କରିଥିଲେ। ଶୁକ୍ରବାର ରାତି ହୋଇଯାଇଥିବାରୁ ଶନିବାର ସକାଳେ କ୍ୟାପିଟାଲ ହସ୍ପିଟାଲ ଫରେନସିକ ବିଶେଷଜ୍ଞ ଡା. ଲକ୍ଷ୍ମୀକାନ୍ତ ବେହେରା ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ବାଲୁଗାଁ ଡାକ୍ତରଙ୍କ ଅବହେଳା ଓ ଆଣ୍ଟିଭେନମ ନ ଦେଇ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିବା ଦ୍ୱାରା ମୋ ପୁଅର ଜୀବନ ଚାଲିଗଲା ବୋଲି ପ୍ରବୀଣର ବାପା ଲକ୍ଷ୍ମୀକାନ୍ତ କାନ୍ଦି କାନ୍ଦି କହିଛନ୍ତି।

ଏ ନେଇ ଏମ୍‌ସ ଭୁବନେଶ୍ବରର ଫରେନସିକ ମେଡିସିନ ବିଭାଗର ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ପ୍ରେସ୍‌କ୍ରିପଶନ ଦେଖିଲେ ସେଥିରେ ସାପକାମୁଡ଼ା ପାଇଁ ରହିଥିବା ଜାତୀୟ ଗାଇଡ୍‌ଲାଇନ୍‌ ପାଳନ ହୋଇ ନ ଥିବା ଜଣାପଡ଼ୁଛି। ନାଗସାପ ମୁଣ୍ଡକୁ କାମୁଡ଼ିବା ଜାଣିବା ପରେ ଡାକ୍ତର ଅଧିକ ଗୁରୁତ୍ୱ ଦେଇ ଚିକିତ୍ସା କରିବା ଆବଶ୍ୟକ ଥିଲା। କିନ୍ତୁ ପ୍ରେସ୍‌କ୍ରିପଶନରେ ଆଣ୍ଟିଭେନମ୍‌ ଦିଆଯାଇଥିବା ନେଇ ଉଲ୍ଲେଖ ନାହିଁ, ଯାହା ଆଶ୍ଚର୍ଯ୍ୟ ଲାଗୁଛି। ଡାକ୍ତରଖାନାରେ ଆଣ୍ଟିଭେନମ ଥାଇ ଯଦି ଦିଆଯାଇ ନ ଥିବ, ତାହା ଗୁରୁତର ବିଷୟ ବୋଲି ଡା. ସିଂହ କହିଛନ୍ତି। ଏ ନେଇ ସ୍ନେକ ହେଲ୍ପଲାଇନର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ମୁଣ୍ଡକୁ ନାଗସାପ କାମୁଡ଼ିବା ପରେ ଡାକ୍ତର ଆଣ୍ଟିଭେନମ ନ ଦେଇ ରେଫର କରିବା ଅର୍ଥ କର୍ତ୍ତବ୍ୟରେ ଗୁରୁତର ଅବହେଳା। ସରକାର ମାଗଣାରେ ଆଣ୍ଟିଭେନମ ଯୋଗାଇ ଦେଉଥିବାବେଳେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

ସାଉଦି ଆରବର ଶରଣ ପଶିଲାଣି ପାକିସ୍ତାନ! ତାଲିବାନ ଆକ୍ରମଣ ଆଶଙ୍କାରେ ରିୟାଦ ସହ ଯୋଗାଯୋଗ କଲାଣି ପାକ୍‌

ଇସଲାମାବାଦ,୨୭।୨: ତାଲିବାନ ସହିତ ଶତ୍ରୁତା ଆରମ୍ଭ ହେବା ପରେ, ପାକିସ୍ତାନ ସାଉଦି ଆରବ ସହିତ ଯୋଗାଯୋଗ କରିଛି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ।…

ମଦ ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେବା ପରେ ଟ୍ରେଣ୍ଡ କଲେଣି କେଜରିୱାଲ, ଭାଜପାକୁ ପ୍ରଶ୍ନ ପଚାରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ରାଜନୀତିର ସବୁଠାରୁ ବିବାଦୀୟ ମାମଲା ମଧ୍ୟରୁ ଗୋଟିଏ, କଥିତ ମଦ ନୀତି ଦୁର୍ନୀତିରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରାଯାଇଛି। ଏହି…

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri