ରାଜ୍ୟ ବାହାରେ ବିକ୍ରି ହେଉଥିଲା ଚୋରାଗାଡ଼ି

ଯାଜପୁର ଟାଉନ,୮।୧୧(ଡି.ଏନ.ଏ.): ଯାଜପୁର ସହରସ୍ଥ ଶିତଳେଶ୍ୱର ଅଞ୍ଚଳର ରାଧା କବାଡ଼ିଆ ଦୋକାନରେ ଚୋରା ଗାଡ଼ି କଟାଯାଇ ରାଜ୍ୟ ବାହାରେ ବିକ୍ରି କରାଯାଉଥିଲା। ଏକଥା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଯାଜପୁର, କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଚୋରି ହୋଇଥିବା ଗାଡ଼ିର ମାଲିକମାନେ ନିଜ ଗାଡ଼ି ଖୋଜିବା ପାଇଁ ରବିବାର ଯାଜପୁର ଟାଉନରେ ପହଞ୍ଚିଛନ୍ତି। ପୋଲିସ ଉକ୍ତ କବାଡ଼ିଆ ଦୋକାନରେ ଛାନଭିନ୍‌ କରି ଏପର୍ଯ୍ୟନ୍ତ ୬ରୁ ଊର୍ଦ୍ଧ୍ୱ ଗାଡ଼ି ଚିହ୍ନଟ କରିଛି, ଯାହାକି ସମ୍ପୂର୍ଣ୍ଣ କଟା ସରିଛି। ଏହି ଘଟଣାରେ କବାଡ଼ିଆ ଦୋକାନ ମାଲିକ ରାଧା ବେହେରା, ଗାଡ଼ି ଚୋରିକରି ଆଣିଥିବା ନୂଆ ଗୋବିନ୍ଦପୁରର ମାନସ ପାଲ ଓ ଗାଡ଼ି କଟାଳି ଜୁମା ଖାଁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଗତ ଶନିବାର କଟକ ଜଗତପୁର ଅଞ୍ଚଳର ପ୍ରତାପ ବାରିକଙ୍କ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚୋରି ହୋଇଥିଲା। ଏହି ଗାଡ଼ିରେ ଜିପିଏସ୍‌ ଲାଗିଥିବାରୁ ମାଲିକ ଟ୍ରାକିଂ କରି ଗାଡ଼ିଟି ଯାଜପୁର ଟାଉନରେ ଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ଯାଜପୁର ଟାଉନ ଥାନାରେ ପହଞ୍ଚତ୍ ପୋଲିସ ସହାୟତା ଲୋଡ଼ିଥିଲେ। ପୋଲିସ ଟ୍ରାକିଂ କରି ରାଧା କବାଡ଼ିଆ ଦୋକାନରେ ଗାଡ଼ି ଥିବା ଜାଣିବାକୁ ପାଇଥିଲା। ପୋଲିସ ଚଢ଼ାଉ କରିବା ସମୟରେ ଉକ୍ତ ଗାଡ଼ିକୁ କଟାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ପୋଲିସର ହସ୍ତକ୍ଷେପ ଫଳରେ ଗାଡ଼ିଟିକୁ ଉଦ୍ଧାର କରାଯାଇଥିଲା। ଏହି ଚୋରାଗାଡି ର଼୍ୟାକେଟ୍‌ ଖବର ପାଇବା ପରେ ଯାଜପୁର ଜିଲାର ୬ଟି ଥାନା ପୋଲିସ ଗାଡ଼ିଚୋରିର ଶିକାର ମାଲିକଙ୍କ ସହ ପହଞ୍ଚତ୍ ଖାନ୍‌ତଲାସ କରିଥିଲେ। ଶହଶହ ଚୋରାଗାଡ଼ି ଅତ୍ୟାଧୁନିକ ମେଶିନ୍‌ ଓ ଗ୍ୟାସ କଟର୍‌ ଯୋଗେ ଖୁବ କମ୍‌ ସମୟରେ କଟାଯାଇ ରାଜ୍ୟ ବାହାରକୁ ପଠାଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଠାରେ ଚୋରା ଗାଡ଼ି ଆସିବା ପରେ ତୁରନ୍ତ ଇଞ୍ଜିନ୍‌, ଚେଚିସ୍‌, ଡୋର, କାଚ ଓ ଅନ୍ୟାନ୍ୟ ଜିନିଷକୁ ଅଲଗାଅଲଗା କରି ରଖାଯାଇଥିବାରୁ ଏହାକୁ ମାଲିକମାନେ ଚିହ୍ନିବା କଷ୍ଟକର ହୋଇପଡୁଛି। ଚୋରା ଟ୍ରକ୍‌, ବୋଲେରୋ, ଟାଟା ମ୍ୟାଜିକ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଆଦି ଶହଶହ ଗାଡ଼ି କଟାଯାଇଥିବା ଯାଜପୁର ପୋଲିସକୁ ସୂଚନା ମିଳିଛି। ପୋଲିସ କବାଡ଼ିଆ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅନେକ ତଥ୍ୟ ଯୋଗାଡ଼ କରିସାରିଛି। ଏହି କାରବାରରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି। ତଦନ୍ତରେ ବାଧା ଉପୁଜିବ ବୋଲି ପୋଲିସ ଅଧିକ ସୂଚନା ଦେଉନାହିଁ। ତେବେ ସହରରେ ଏପରି କାରବାର ଚାଲୁଥିଲେ ମଧ୍ୟ ପୋଲିସ କିପରି ଜାଣି ପାରୁ ନ ଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri