ଫାଣ୍ଡି ନିକଟରେ ଚୋରା କୋଇଲା ଡିପୋ

ପରଜଙ୍ଗ, ୧୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଅଞ୍ଚଳରେ ବେଆଇନ ଚୋରା କୋଇଲା ଡିପୋ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସ ଫାଣ୍ଡିଠାରୁ ଅନତି ଦୂରରେ ଏଭଳି କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଥିବାବେଳେ ଚଢ଼ାଉ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ଚଢ଼ାଉ ହେଉନାହିଁ ବୋଲି ପ୍ରଶ୍ନ କଲେ ଦାୟିତ୍ୱରେ ଥିବା ଅଧିକାରୀ କାର୍ଯ୍ୟବ୍ୟସ୍ତ ଆଳ ଦେଖାଇ ସମୟ ନାହିଁ ବୋଲି କହୁଛନ୍ତି।
ତାଳଚେର ଅଞ୍ଚଳରୁ ଦୈନିକ ଶତାଧିକ ଟନ୍‌ ଚୋରା କୋଇଲା ପରଜଙ୍ଗ ଅଞ୍ଚଳରେ ପହଞ୍ଚୁଛି। ଏହି କୋଇଲା ସାଇକେଲ ଏବଂ ସ୍କୁଟର ସହାୟତାରେ ଅଣାଯାଇ ଡମୋଳ, ଜଟିଆ, କାଟେଣି ଯିବା ରାସ୍ତାର ବାମ ପାର୍ଶ୍ୱ ପଡ଼ିଆରେ ଗଚ୍ଛିତ କରି ରଖାଯାଉଛି। ସରାଙ୍ଗଠାରୁ ଜଟିଆ ଯାଏ ଏଭଳି ପ୍ରାୟ ୫ରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଡିପୋ ଚାଲିଛି। କୋଇଲା ମାଫିଆମାନେ ଏହି ମୂଲ୍ୟବାନ ଜାଳେଣି ଉପଯୋଗୀ ଖଣିଜକୁ ଭୁବନ, କାମାକ୍ଷାନଗର, ତେଲକୋଇ ଅଞ୍ଚଳକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ଲାଭ କମାଉଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ତାଳଚେରସ୍ଥିତ ଏମ୍‌ସିଏଲ୍‌ ଉପମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ସରାଙ୍ଗ ଅଞ୍ଚଳରେ ଚଢ଼ାଉ କରାଯାଇ ରବିବାର ବିପୁଳ ପରିମାଣର ଚୋରା କୋଇଲା ଜବତ କରାଯାଇଛି। ଏଥିପୂର୍ବରୁ ଅନୁରୂପ ଭାବେ ଦୁଇଥର ଚଢ଼ାଉ ହୋଇଥିଲା। ତାଳଚେରରୁ ଅଧିକାରୀ ଆସି ପରଜଙ୍ଗ ଅଞ୍ଚଳରେ ଚଢ଼ାଉ କରି କୋଇଲା ଜବତ କରୁଥିବାବେଳେ ସ୍ଥାନୀୟ ପୋଲିସର ଏ ଦିଗରେ କୋହଳ ମନୋଭାବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଚୋରା କୋଇଲା ବୋଝେଇ ଗାଡ଼ିଗୁଡ଼ିକ ପରଜଙ୍ଗ, କାମାକ୍ଷାନଗର, ମହାବିରୋଡ଼ ଫାଣ୍ଡି ସମ୍ମୁଖ ଦେଇ ଯାଉଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ସରାଙ୍ଗ ଫାଣ୍ଡି ଅଧିକାରୀ ଶେଷଦେବ ଲେଙ୍କା କୁହନ୍ତି, ଏଭଳି କୋଇଲା ଡିପୋ ସମ୍ପର୍କରେ ପରଜଙ୍ଗ ଥାନାଧିକାରୀଙ୍କୁ ଅବଗତ କରାଯାଇଛି। କୋଇଲା ଡିପୋରେ ଚଢ଼ାଉ କରିବାକୁ କର୍ମଚାରୀ ନାହାନ୍ତି କି ସମୟ ନାହିଁ। ଗାଡ଼ିରେ କୋଇଲା ଲୋଡ୍‌ ହେଉଥିବା ସମୟରେ ସୂଚନା ମିଳୁଛି। ତେବେ ଅନ୍ୟ ଡ୍ୟୁଟି ଥିବାରୁ ଧରିବା ସମ୍ଭବ ହେଉନାହିଁ। ଏସ୍‌ପି ସ୍ବତନ୍ତ୍ର ଭାବେ ଫୋର୍ସ ପଠାଇଲେ ଏହାକୁ ବନ୍ଦ କାରାଯାଇପାରିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri