Posted inଖେଳ

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ ଫେରିଛନ୍ତି। ନିକଟରେ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଚ୍ଛଲଙ୍କ ସହ ତାଙ୍କର ବିବାହ ଭାଙ୍ଗିଯିବା ନେଇ ସେ ଓ ପଲାଶ ଉଭୟ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଏହାପରେ ସ୍ମୃତିଙ୍କର ଏହା ପ୍ରଥମ ସାର୍ବଜନୀନ ଉପସ୍ଥିତି।

ବୁଧବାର ଏକ କାର୍ଯ୍ୟକ୍ରମରେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ଯୋଗ ଦେଇଥିବା ସ୍ମୃତି ମନ୍ଧନା ତାଙ୍କର ମାନସିକତା ଉପରେ କହିଥିଲେ, “ସତ କହିବାକୁ ଗଲେ, ହରମନ କହିଲା ଭଳି, ଖେଳ ପ୍ରତି ମୋର ଯେଉଁ ଭଲ ପାଇବା ଅଛି, ମୁଁ ଭାବୁନି ଜୀବନରେ କ୍ରିକେଟ୍ ଠାରୁ ବଳି ମୁଁ ଆଉ କାହାକୁ ବେଶୀ ଭଲ ପାଏ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଭାରତୀୟ ଜର୍ସି ପିନ୍ଧି ମଇଦାନକୁ ଯାଏ, ତାଙ୍କ ମନରେ ଅନ୍ୟ କୌଣସି ଚିନ୍ତା ନଥାଏ। ଦେଶକୁ ପ୍ରତିନିଧିତ୍ୱ କରି ମ୍ୟାଚ୍ ଜିତିବା ହିଁ ଏକମାତ୍ର ଲକ୍ଷ୍ୟ ହୋଇଥାଏ। “ଆପଣଙ୍କ ସମସ୍ୟାକୁ ଏଡ଼ାଇ ଦେଇ ଖେଳ ପଡିଆରେ ରହିବାକୁ ପଡ଼େ, କାରଣ ଆପଣ ଦୁଇ ବିଲିୟନ ଲୋକଙ୍କ ମଧ୍ୟରେ ଜଣେ, ଯିଏ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି,” ସ୍ମୃତି କହିଛନ୍ତି।

ନିକଟରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍‌ରେ ଭାରତ ବିଜୟୀ ହେବାରେ ସ୍ମୃତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଡିସେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ତାଙ୍କୁ ଭାରତୀୟ ଦଳର ଉପ-ଅଧିନାୟକ ଭାବରେ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ମୋଦିଙ୍କୁ ଏ କ’ଣ କହିଦେଲେ ଟ୍ରମ୍ପ? ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ (G-7) ସମିଟ ଅବସରରେ ଆଜି ବୁଧବାର (୧୭ ଜୁନ,…

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri