Posted inଜାତୀୟ

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ ଏକ ମାଇକ୍ରୋସାଇଟ ‘ମା’ ଲଞ୍ଚ କରାଯାଇଛି। ଏହି ମାଇକ୍ରୋସାଇଟରେ ଚାରୋଟି ଭିନ୍ନ ବିଭାଗ ସୃଷ୍ଟି କରାଯାଇଛି। ଏଥିରେ ହିରବାଙ୍କ ଜୀବନ, ତାଙ୍କର ଫଟୋ-ଭିଡିଓ ଏବଂ ତାଙ୍କ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଭୁକ୍ତ ହୋଇଛି। ସ୍ମୃତି ବର୍ତ୍ତମାନ ମୋ ଏବଂ ତୁମ ମଧ୍ୟରେ ଏକ ନୂଆ ସେତୁ ହୋଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଅଧିକାରୀମାନେ କହିିଛନ୍ତି ଯେ ମାଇକ୍ରୋସାଇଟ ‘ମା’ ମାତୃତ୍ୱର ଅତୁଟ ଭାବନାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି। ଏହି ମାଇକ୍ରୋସାଇଟରେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଦୈନନ୍ଦିନ କାର୍ଯ୍ୟ, ଦେଶବାସୀଙ୍କ ମନରେ ଥିବା ସ୍ମୃତି ତଥା ହିରବାଙ୍କ ଦେହାନ୍ତରେ ବିଶ୍ୱ ନେତାଙ୍କ ସମବେଦନା ବାର୍ତ୍ତା ମଧ୍ୟ ସ୍ଥାନୀତ ହୋଇଛି। ଗତ ବର୍ଷ ଡିସେମ୍ବର ୩୦ରେ ହୀରବାଙ୍କର ଦେହାନ୍ତ ହୋଇଥିଲା ।

ଏହି ମାଇକ୍ରୋସାଇଟ ଆରମ୍ଭରେ ଏକ ଭିଡିଓ ଅଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବନା ଏବଂ ତାଙ୍କ ମା ପାଇଁ ଶବ୍ଦ ଅତି ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି। ଏହା ସହିତ ପିଏମ ମୋଦିଙ୍କ ପିଲାଦିନରୁ ତାଙ୍କ ମା’ଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମୟ କାହାଣୀ ଉପସ୍ଥାପିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବ୍ଲଗ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯାହା ସେ ତାଙ୍କ ୧୦୦ତମ ବର୍ଷରେ ପ୍ରବେଶ କରିବାବେଳେ ତାଙ୍କ ମା ପାଇଁ ଲେଖିଥିଲେ। ହିନ୍ଦୀରେ ଲିଖିତ ବ୍ଲଗର ଏକ ଅଡିଓ ସଂସ୍କରଣ ମଧ୍ୟ ଅଛି ।

ଏହି ଅଡିଓରେ କୁହାଯାଇଛି, ପୂଜ୍ୟା ମା, ଆଜି ତୁମେ ଆଉ ନାହଁ, ତଥାପି ତୁମ ଦ୍ୱାରା ଦିଆଯାଇଥିବା ସଂସ୍କାରଗୁଡ଼ିକ ମୋ ମନ ଏବଂ ମସ୍ତିଷ୍କ ଉପରେ ତୁମର ଦୁଇ ହାତ ପରି ବ୍ୟାପିଛି, ଯାହା ମୋତେ ଶକ୍ତି ଏବଂ ଶିକ୍ଷା ଦେଇଥାଏ। ମୁଣ୍ଡ ନୁଆଁଇ, କପାଳରେ ତିଲକ ଲଗାଇବା, ମିଠା ଖାଇବାକି ଦେବା, ହାତ ଧରି ରଖିବା, ଦୀପ ଜାଳିବା, ପାଦକୁ ଛୁଇଁବା ଏବଂ ତୁମର ଶକ୍ତି ମୋ ଆଙ୍ଗୁଳି ଦେଇ ମୋ ଶିରାରେ ପହଞ୍ଚିବା, ଏହି ଅଳ୍ପ କିଛି ସ୍ମୃତି ବର୍ତ୍ତମାନ ମୋ ଏବଂ ତୁମ ମଧ୍ୟରେ ଏକ ନୂତନ ସେତୁ ପାଲଟିଛି। ମା, ତୁମକୁ ଭେଟିବା ପାଇଁ ଏହା ଏକ ନୂଆ ସେତୁ, ବର୍ତ୍ତମାନ ମୁଁ ଏହା ଉପରେ ଚାଲିବି। ଯେତେବେଳେ ବି ଜୀବନରେ ସଂଘର୍ଷ କିମ୍ବା ଆନନ୍ଦ ଥାଏ, ଭବିଷ୍ୟତରେ ମୁଁ ଯେଉଁଠାରେ ଥିବି, ତୁମର ଅଭାବକୁ ମୁଁ ଅନୁଭବ କରିବି।

ଏଥିରେ ଚାରୋଟି ବିଭାଗ ପ୍ରସ୍ତୁତ କରାଯାଇଛି। ଯାହାକୁ ଲାଇଫ ଇନ ପବ୍ଲିକ ଡୋମେନ, ନେସନ ରେମର୍ସ, ୱାଲର୍‌ଡ ଲିଡର୍ସ କଣ୍ଡୋଲ ଏବଂ ଶେଷ ବିଭାଗ ସେଲିବ୍ରେଟିଂ ମଦରହୁଡ ନାମରେ ନାମିତ କରାଯାଇଛି। ପ୍ରଥମ ବିଭାଗରେ, ହିରବାଙ୍କ ସାଧାରଣ ଜୀବନ ସହିତ ଜଡିତ ଫଟୋ-ଭିଡିଓଗୁଡିକ ରଖାଯାଇଛି। ଦ୍ୱିତୀୟଟି ଟେଲିଭିଜନ କଭରେଜ, ପ୍ରିଣ୍ଟ ଏବଂ ଡିଜିଟାଲ କଭରେଜ ଏବଂ ହିରବାଙ୍କ ମୃତ୍ୟୁର ସମବେଦନା ବାର୍ତ୍ତା ଅନ୍ତର୍ଭୁକ୍ତ ଅଛି। ଶେଷ ବିଭାଗ ସେଲିବ୍ରେଟିଂ ମଦରହୁଡରେ ବ୍ୟକ୍ତିଗତ ଇ-କାର୍ଡ ସୃଷ୍ଟି ଏବଂ ପଠାଇବା ପାଇଁ ଉତ୍ସର୍ଗୀକୃତ। ଏଥିରେ ପିଏମ ମୋଦି ଏବଂ ତାଙ୍କ ମାଙ୍କର ଚାରୋଟି ଟେମ୍ପଲେଟ ଅଛି। ଲୋକମାନେ ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିପାରିବେ ଏବଂ ନିଜର ବାର୍ତ୍ତା ଲେଖି ଏହାକୁ ଶେୟାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri