ସ୍ବାସ୍ଥ୍ୟ ପାଇଁ ମହୌଷଧି ହସ

ମୁହଁରେ ହସ ଏକ ପ୍ରଫୁଲ୍ଲ ମନର ପରିପ୍ରକାଶ, ଯାହାକି ମଣିଷ ସ୍ବାସ୍ଥ୍ୟର ପରମ ଶତ୍ରୁ ବିଷାଦ, ମାନସିକ ଚିନ୍ତା, କ୍ରୋଧ ଆଦିକୁ ଦୂର କରେ। ଏହା ଏମିତି ଏକ ମହୌଷଧି, ଯାହା ରୋଗ ବିନାଶକାରୀ ଔଷଧଠାରୁ ବି ଅଧିକ ଉପକାରୀ…

ହସର କୌଣସି ଭାଷା ନାହିଁ। ଧନୀଠୁ ଗରିବ, ପିଲାଠୁ ବୃଦ୍ଧ ସମସ୍ତଙ୍କ ପାଇଁ ଏହା ସମାନ। ତେବେ ଏହା କେବଳ ମନର ଖୁସିକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ନୁହେଁ, ଏହା ହେଉଛି ଏମିତି ଏକ ପ୍ରାକୃତିକ ବ୍ୟାୟାମ, ଯାହା ମଣିଷକୁ ସୁସ୍ଥ ରଖିବାରେ ବେଶ୍‌ ସାହାଯ୍ୟ କରେ। ତେବେ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଖୁସି ବଦଳରେ ଚିନ୍ତା ଏବଂ ଅବସାଦରେ ଅନେକ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ବିଭିନ୍ନ ରୋଗ ମଧ୍ୟ ବୃଦ୍ଧି ପାଉଛି, ଯାହାକୁ ଦୂର କରିବା ଲାଗି ହସ କେତେ ଉପକାରୀ ସେ ଦିଗରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ଭାବେ ପାଳନ କରାଯାଉଛି। ସର୍ବପ୍ରଥମେ ୧୯୯୮ ମସିହାରେ ଭାରତର ମୁମ୍ବାଇଠାରେ ଡା. ମଦନ କାତାରିଆଙ୍କ ତତ୍ତ୍ୱାବଧାନରେ ମେ ୧୦ ତାରିଖ ଦିନ ଏହି ଦିବସ ପାଳନ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସମଗ୍ର ପୃଥିବୀର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଦିବସ ପାଳନ କରାଯାଇଆସୁଅଛି। ଚଳିତବର୍ଷ ଏହି ଦିବସ ଅବସରରେ ଥିମ୍‌ ରହିଛି ‘ହସ ଏବଂ ଖୁସିରେ ସମଗ୍ର ପୃଥିବୀକୁ ବଦଳାଇବାର ଶକ୍ତି ରହିଛି’।
– ପୌର୍ଣ୍ଣମାସୀ

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ହସ
ବର୍ତ୍ତମାନ ବିଷାଦ, ମାନସିକ ଚିନ୍ତା, କ୍ରୋଧ ଆଦି ମଣିଷ ସ୍ବାସ୍ଥ୍ୟର ପରମ ଶତ୍ରୁ ପାଲଟିଛି। ଆଉ ଏଥିପାଇଁ ସାରା ପୃଥିବୀରେ ହୃଦ୍‌ରୋଗ ଓ ହୃଦ୍‌ଘାତ ସବୁଠୁ ବଡ଼ ଘାତକ ବ୍ୟାଧି ପାଲଟିଛି ଏବଂ ଏଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ହେଲେ ଯେଉଁମାନେ ସର୍ବଦା ପ୍ରଫୁଲ୍ଲ ରହିଥା’ନ୍ତି, ସେମାନଙ୍କୁ ଚିନ୍ତା ଓ ଦୁଃଖ ଗ୍ରାସ କରେନାହିଁ। ସେମାନଙ୍କ ହୃତ୍‌ପିଣ୍ଡ ଠିକ୍‌ ରହିଥାଏ। କାରଣ ହୃତ୍‌ପିଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଣିଷର ମନ ଓ ଭାବପ୍ରବଣତା ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଥିବାରୁ ମଣିଷ ବିଷାଦରେ ବା’ ଦୁଃଖରେ ରହିଲେ ମଧ୍ୟ ତା’ର ସମଗ୍ର ଦେହ ଭାରାକ୍ରାନ୍ତ ହୋଇଥାଏ। ଏହି ପ୍ରକ୍ରିୟାରେ ହୃତ୍‌ପିଣ୍ଡରୁ ଏବଂ ହୃତ୍‌ପିଣ୍ଡକୁ ରକ୍ତ ନେବାଆଣିବା କରୁଥିବା ରକ୍ତନଳୀ ଏବଂ ରକ୍ତନଳୀର ଆଭ୍ୟନ୍ତରୀଣ ଝିଲ୍ଲୀ ମଧ୍ୟ ଆକ୍ରାନ୍ତ ହୋଇଥା’ନ୍ତି। ଭୟ, ବିଷାଦରେ ହୃତ୍‌ପିଣ୍ଡ ପ୍ରକ୍ରିୟା ବଢ଼ିବା ସହିତ ରକ୍ତନଳୀଗୁଡ଼ିକ ସଂକୁଚିତ ହୋଇଯା’ନ୍ତି ଏବଂ ରକ୍ତପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ମସ୍ତିଷ୍କ, ବୃକ୍‌କ ଆଦି ମୁଖ୍ୟ ଅଙ୍ଗଗୁଡ଼ିକ ଆବଶ୍ୟକ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ଫଳରେ ହୃଦ୍‌ଘାତ ଆଶଙ୍କା ବୃଦ୍ଧିପାଏ। ହେଲେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁମାନେ ହସିହସି ଜୀବନ ବିତାଇଥା’ନ୍ତି, ସେମାନଙ୍କଠାରେ ହୃତ୍‌ପିଣ୍ଡଜନିତ ରୋଗ, ମାନସିକ ରୋଗ କମିଯାଏ। ଯଦି ଜଣେ ଲୋକ ଦିନକୁ ୧୦-୧୫ ମିନିଟ୍‌ ଯାଏ ହସେ, ତେବେ ୪୦ କ୍ୟାଲୋରି ଖର୍ଚ୍ଚ ହୋଇଯାଏ। ଏହା ନିୟମିତ ଭାବରେ କଲେ ମେଦବହୁଳତା ବି ହ୍ରାସ ହୁଏ। ଥରେ ହସିଲେ ହାରାହାରି ୩୫ ମିନିଟ୍‌ଯାଏ ଦେହ ହାଲୁକା ହୋଇଯାଇଥାଏ। ଏହାଛଡ଼ା ମଣିଷର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ହସିଲେ ‘ଏଣ୍ଡୋର୍‌ଫିନ୍‌’ ନାମକ ହର୍‌ମୋନ୍‌ ଶରୀରରୁ ନିର୍ଗତ କରାଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ଏବଂ ଷ୍ଟ୍ରେସ୍‌ ହରମୋନ୍‌ କମାଇଦିଏ। ହସ ରକ୍ତଚାପ କମାଏ ଏବଂ ଶରୀରକୁ ବିଶୁଦ୍ଧ ରକ୍ତ ସଂଚାଳିତ ହୋଇଥାଏ। ଫଳରେ ହୃଦ୍‌ଘାତ ଆଶଙ୍କା କମିିଥାଏ। ଏଇ ଚମକତ୍ାରିତା କିଛି ମିନିଟ୍‌ ପାଇଁ ହୋଇଥାଏ ସତ ହେଲେ ଏହାର ସୁପ୍ରଭାବ ଘଣ୍ଟା ଘଣ୍ଟା ଧରି ରହିଥାଏ। ଏମିତିକି ଗୋଟିଏ ଘଣ୍ଟାର ହାସ୍ୟ ରସାମତ୍କ ଚଳଚ୍ଚିତ୍ରର ଭଲ ପ୍ରଭାବ ପ୍ରାୟ ୧୨ରୁ ୨୪ ଘଣ୍ଟା ଯାଏ ରହିଥାଏ। ତେଣୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ ଖାଇବା ବଦଳରେ କିଛି ସମୟ ହୃଦୟ ଖୋଲି ହସିଲେ ମଣିଷ ସୁସ୍ଥ ରହିବ ସେଥିରେ ସନ୍ଦେହ ନାହିଁ।
– ଡା. ରମାରମଣ ଷଡ଼ଙ୍ଗୀ
ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ, କଟକ

ଅନ୍ୟକୁ ହସାଇବାରେ ମିଳେ ଆତ୍ମସନ୍ତୋଷ
ଆଶିଷ କୁମାର ଦାସ (ହାସ୍ୟ ଅଭିନେତା)- ହସରେ ଏମିତି ଏକ ଯାଦୁ ରହିଛି, ଯାହା ଭାରାକ୍ରାନ୍ତ ମନକୁ ତତ୍‌କ୍ଷଣାତ୍‌ ରିଲାକ୍ସ କରିଦିଏ। ଏହା ଅଙ୍ଗେନିଭା ଅନୁଭୂତିରୁ କହିପାରୁଛି। ତେବେ ନିଜେ ହସିଲେ ଯେତିକି ଖୁସି ନ ଲାଗେ, ଅନ୍ୟ କାହାର ହସିବାର କାରଣ ସାଜିପାରିଲେ ତା’ଠୁ ଢେର୍‌ ଅଧିକ ଆତ୍ମସନ୍ତୋଷ ମିଳେ। ପିଲାବେଳୁ ହିଁ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସଭିଙ୍କୁ ହସାଏ, ହେଲେ ଏହା ଯେ କେବେ ମୋର ପ୍ରଫେସନ୍‌ ପାଲଟିଯିବ ଭାବି ନ ଥିଲି। ୟୁଟ୍ୟୁବ୍‌ରେ ମିଷ୍ଟର ଗୁଲୁଆ ଭାବେ ମୋର କମେଡି ଭିଡିଓ ଦେଖି ଯେବେ ଦର୍ଶକ ହସନ୍ତି, ମୋତେ କମେଣ୍ଟ କରନ୍ତି ଅବା ଦେଖା ହେଲେ ପ୍ରଶଂସା କରନ୍ତି ଶ୍ରମ ସାର୍ଥକ ହୋଇଗଲା ଭଳି ମନେହୁଏ। ନିଜର କିଛି ସମୟ ଅଭିନୟରେ କାହାକୁ ହସାଇବା ଓ କାହା ମନରେ ଖୁସି ଆଣିଦେବାର ଆନନ୍ଦ ଅବର୍ଣ୍ଣନୀୟ। ଦର୍ଶକଙ୍କ ଭଲପାଇବା ହିଁ ମୋ ପାଇଁ ସବୁଠୁ ବଡ଼ ପୁରସ୍କାର। ମୋ ମତରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଲାଗି ହସିବା ନିହାତି ଦରକାର। ତେଣୁ ଆଜି ବିଶ୍ୱ ହାସ୍ୟ ଦିବସରେ ସଭିଙ୍କୁ ଏହି ବାର୍ତ୍ତା ଦେବାକୁ ଚାହିଁବି ଯେ- ନିଜ ହସନ୍ତୁ, ଅନ୍ୟକୁ ହସାଇବାର କାରଣ ସାଜନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ହସ ସବୁଠୁ ଭଲ ବ୍ୟାୟାମ
ମାନସ ସାହୁ(ଆନ୍ତର୍ଜାତିକ ବାଲୁକା ଶିଳ୍ପୀ, ପୁରୀ)- କର୍ମମୟ ଜଞ୍ଜାଳ ମଧ୍ୟରେ ଆମେ ଯେମିତି ହସିବା ଭୁଲିଗଲୁଣି। ଏହା ଏକ ଉତ୍ତମ ବ୍ୟାୟାମ। ହସିବା ସମୟରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳପ୍ରଚଳ ହୋଇ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହାଦ୍ବାରା ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିଥାଏ। ବିଶ୍ବ ହାସ୍ୟ ଦିବସ ଅବସରରେ ସମସ୍ତଙ୍କୁ ଅନୁରୋଧ ପ୍ରତିଦିନ କିଛି ସମୟ ପାଇଁ ମନ ଖୋଲି ହସନ୍ତୁ। ଜଣେ ସ୍ୟାଣ୍ଡ ଆର୍ଟିଷ୍ଟ ଭାବେ ବାଲୁକା କଳାରେ ଲୋକମାନଙ୍କର କିପରି ମନୋରଞ୍ଜନ ହେବ ସେଥିପ୍ରତି ଗୁରୁତ୍ୱ ଦେଇଥାଏ। ବେଳେ ବେଳେ ନିଜ କଳାକୃତି ମାଧ୍ୟମରେ ଅନ୍ୟକୁ ହସାଇବାର ପ୍ରୟାସ କରେ। ଅନେକ ସ୍ଥାନରେ ଫନି ଥିମ୍‌ ନେଇ ସ୍ୟାଣ୍ଡ ଆର୍ଟ କରେ, ବେଳେ ବେଳେ ପୁରୀ ବେଳାଭୂମିରେ ମଧ୍ୟ ମଜାଳିଆ ବାଲୁକା କାର୍ଟୁନ କରେ। ଆଉ ଯେତେବେଳେ ପର୍ଯ୍ୟଟକ ବୁଲିବା ସମୟରେ ଏହାର ମଜା ନିଅନ୍ତି, ସେଠାରେ କିଛି ସମୟ ଠିଆ ହୋଇ ହସନ୍ତି, ଏହାର ଫଟୋ ଉଠାନ୍ତି ଏବଂ ସୋସିଆଲ୍‌ ମିଡିଆରେ ଶେୟାର କରନ୍ତି ବହୁତ ଖୁସି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri