ସ୍ମାର୍ଟସିଟିରେ ମାଗଣା ଓ୍ବାଇ-ଫାଇର ଠିକଣା ମିଳୁନି: ଖୋଜି ଖୋଜି ନିରାଶ ୟୁଜର୍ସ

ଭୁବନେଶ୍ୱର, ୧୩।୧୨ (ବନ୍ଦନା ସେଠୀ):ସହରରେ ମାଗଣାରେ ଓ୍ବାଇ-ଫାଇ ସେବା ଯୋଗାଉଛି ଭୁବନେଶ୍ୱର ସ୍ମାଟ୍‌ ସିଟି ଲିମିଟେଡ୍‌ (ବିଏସ୍‌ଏଲ୍‌)। ରାଉଟର ଲାଗିଥିବା ସ୍ଥାନର ୫୦ ମିଟର ମଧ୍ୟରେ ଜଣେ ବ୍ୟକ୍ତି ଏହି ସେବା ପାଇପାରିବ। ମାତ୍ର ଏହି ମାଗଣା ସେବା କେଉଁଠି ମିଳୁଛି ଲୋକେ ତାହାର ଠିକଣା ଖୋଜିଖୋଜି ପାଉନାହାନ୍ତି। କାରଣ ସ୍ମାର୍ଟସିଟି ୱାଇ-ଫାଇର ରାଉଟର କେଉଁଠି ଲଗାଇଛି ତାହା କେହି ଜାଣି ନାହାନ୍ତି। ମାଗଣା ଓ୍ବାଇ-ଫାଇ ନେଇ କୌଣସି ସ୍ଥାନରେ ସାଇନ୍‌ଏଜ୍‌ଟିଏ ବି ଦେଖିବାକୁ ମିଳୁନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଏବେ ଏହି ସେବା ଆବଶ୍ୟକ କରୁଥିଲାବେଳେ ସାଇନ୍‌ଏଜ୍‌ ନ ଥିବା କାରଣରୁ ହଇରାଣ ହେଉଛନ୍ତି। ତେଣୁ କେଉଁମାନେ ଏହି ସେବାର ଲାଭ ଉଠାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅପରପକ୍ଷେ ଓ୍ବାଇ-ଫାଇ ବାବଦରେ ସ୍ମାର୍ଟସିଟି ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି।
ରାଜଧାନୀରେ ମୋଟ୍‌ ୫୧୮ଟି ସ୍ଥାନରେ ମାଗଣା ୱାଇ-ଫାଇ ସେବା ଉପଲବ୍ଧ ରହିଛି। ପ୍ରତ୍ୟେକ ବ୍ୟକ୍ତି ଦୈନିକ ୫୧୨ ଏମ୍‌ବି ଡାଟା ମାଗଣାରେ ବ୍ୟବହାର କରି ପାରିବେ। ଏହାସହିତ ୱାଇ-ଫାଇର ସ୍ପିଡ୍‌ ମଧ୍ୟ ୩୦ ଏମ୍‌ବିପିଏସ୍‌ ରହୁଥିବା ଜଣେ ଅଧିକାରୀ କହିଛନ୍ତି। ତେବେ ସହରର ଅଧିକାଂଶ ଲୋକ ଏନେଇ ଜାଣି ନାହାନ୍ତି। କିଛିବର୍ଷ ତଳେ ମାଗଣା ଇଣ୍ଟରନେଟ୍‌ ସେବା ମିଳୁଥିବା ସ୍ଥାନରେ ଲୋକଙ୍କ ଭିଡ ହେଉଥିଲା। ପ୍ରାରମ୍ଭରୁ ଲକ୍ଷାଧିକ ଲୋକ ଏହି ସେବାକୁ ବ୍ୟବହାର କରୁଥିଲେ। ମାତ୍ର ଏବେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଏବଂ ଡାଟା ମୂଲ୍ୟ ଶସ୍ତା ଯୋଗୁଁ ମାଗଣା ଇଣ୍ଟରନେଟ୍‌ ମିଳୁଥିବା ସ୍ଥାନରେ ଲୋକେ ଆଉ ଭିଡ ଜମାଉ ନାହାନ୍ତି। ଏବେ ଦୈନିକ ମାତ୍ର ୧୭୦୦ରୁ ୧୬୦୦ ୟୂଜର୍ସ ଏହି ସେବା ବ୍ୟବହାର କରୁଛନ୍ତି। ଏହାର ସ୍ପଡ୍‌ ମଧ୍ୟ କମ୍‌ ରହୁଛି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଲୋକମାନେ ମାଗଣା ସେବାକୁ କେବଳ ଜରୁରିକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ମାତ୍ର ଏହି ସେବା କେଉଁ ଅଞ୍ଚଳରେ ମିଳୁଛି ତାହାର ସୂଚନା ଲୋକେ ପାଇ ପାରୁ ନଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri