ସ୍ମାର୍ଟସିଟିରେ ମାଗଣା ଓ୍ବାଇ-ଫାଇର ଠିକଣା ମିଳୁନି: ଖୋଜି ଖୋଜି ନିରାଶ ୟୁଜର୍ସ

ଭୁବନେଶ୍ୱର, ୧୩।୧୨ (ବନ୍ଦନା ସେଠୀ):ସହରରେ ମାଗଣାରେ ଓ୍ବାଇ-ଫାଇ ସେବା ଯୋଗାଉଛି ଭୁବନେଶ୍ୱର ସ୍ମାଟ୍‌ ସିଟି ଲିମିଟେଡ୍‌ (ବିଏସ୍‌ଏଲ୍‌)। ରାଉଟର ଲାଗିଥିବା ସ୍ଥାନର ୫୦ ମିଟର ମଧ୍ୟରେ ଜଣେ ବ୍ୟକ୍ତି ଏହି ସେବା ପାଇପାରିବ। ମାତ୍ର ଏହି ମାଗଣା ସେବା କେଉଁଠି ମିଳୁଛି ଲୋକେ ତାହାର ଠିକଣା ଖୋଜିଖୋଜି ପାଉନାହାନ୍ତି। କାରଣ ସ୍ମାର୍ଟସିଟି ୱାଇ-ଫାଇର ରାଉଟର କେଉଁଠି ଲଗାଇଛି ତାହା କେହି ଜାଣି ନାହାନ୍ତି। ମାଗଣା ଓ୍ବାଇ-ଫାଇ ନେଇ କୌଣସି ସ୍ଥାନରେ ସାଇନ୍‌ଏଜ୍‌ଟିଏ ବି ଦେଖିବାକୁ ମିଳୁନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଏବେ ଏହି ସେବା ଆବଶ୍ୟକ କରୁଥିଲାବେଳେ ସାଇନ୍‌ଏଜ୍‌ ନ ଥିବା କାରଣରୁ ହଇରାଣ ହେଉଛନ୍ତି। ତେଣୁ କେଉଁମାନେ ଏହି ସେବାର ଲାଭ ଉଠାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅପରପକ୍ଷେ ଓ୍ବାଇ-ଫାଇ ବାବଦରେ ସ୍ମାର୍ଟସିଟି ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି।
ରାଜଧାନୀରେ ମୋଟ୍‌ ୫୧୮ଟି ସ୍ଥାନରେ ମାଗଣା ୱାଇ-ଫାଇ ସେବା ଉପଲବ୍ଧ ରହିଛି। ପ୍ରତ୍ୟେକ ବ୍ୟକ୍ତି ଦୈନିକ ୫୧୨ ଏମ୍‌ବି ଡାଟା ମାଗଣାରେ ବ୍ୟବହାର କରି ପାରିବେ। ଏହାସହିତ ୱାଇ-ଫାଇର ସ୍ପିଡ୍‌ ମଧ୍ୟ ୩୦ ଏମ୍‌ବିପିଏସ୍‌ ରହୁଥିବା ଜଣେ ଅଧିକାରୀ କହିଛନ୍ତି। ତେବେ ସହରର ଅଧିକାଂଶ ଲୋକ ଏନେଇ ଜାଣି ନାହାନ୍ତି। କିଛିବର୍ଷ ତଳେ ମାଗଣା ଇଣ୍ଟରନେଟ୍‌ ସେବା ମିଳୁଥିବା ସ୍ଥାନରେ ଲୋକଙ୍କ ଭିଡ ହେଉଥିଲା। ପ୍ରାରମ୍ଭରୁ ଲକ୍ଷାଧିକ ଲୋକ ଏହି ସେବାକୁ ବ୍ୟବହାର କରୁଥିଲେ। ମାତ୍ର ଏବେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଏବଂ ଡାଟା ମୂଲ୍ୟ ଶସ୍ତା ଯୋଗୁଁ ମାଗଣା ଇଣ୍ଟରନେଟ୍‌ ମିଳୁଥିବା ସ୍ଥାନରେ ଲୋକେ ଆଉ ଭିଡ ଜମାଉ ନାହାନ୍ତି। ଏବେ ଦୈନିକ ମାତ୍ର ୧୭୦୦ରୁ ୧୬୦୦ ୟୂଜର୍ସ ଏହି ସେବା ବ୍ୟବହାର କରୁଛନ୍ତି। ଏହାର ସ୍ପଡ୍‌ ମଧ୍ୟ କମ୍‌ ରହୁଛି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଲୋକମାନେ ମାଗଣା ସେବାକୁ କେବଳ ଜରୁରିକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ମାତ୍ର ଏହି ସେବା କେଉଁ ଅଞ୍ଚଳରେ ମିଳୁଛି ତାହାର ସୂଚନା ଲୋକେ ପାଇ ପାରୁ ନଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri